କନକ ବ୍ୟୁରୋ : ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ନେଇ ଫୁଲବାଣୀରେ ପହଞ୍ଚିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ନେଇ ଫୁଲବାଣୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ଫୁଲବାଣୀ ନାରାୟଣ ସାହି ସ୍ଥିତ ଭଡ଼ା ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଭୁବନେଶ୍ୱର ଭିଜିଲାନ୍ସର ୮ ଜଣିଆ ଟିମ ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ : ଭିଜିଲାନ୍ସ ଜାଲରେ ଆରଆଇ; ପଟା ସଂଶୋଧନ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ
ଦେବବ୍ରତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ଅପିଲ କରାଯାଇଥିଲେ ବି କୋର୍ଟ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଆଜି ଫୁଲବାଣୀ ଠାରେ ରହୁଥିବା ନାରାୟଣୀ ସାହି ସ୍ଥିତ ଭଡ଼ା ଘରେ ରେଡ୍ କରାଯାଉଛି । କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ କୋଇଲା ପରିବହନ ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଦ୍ୱାରା କରାଯାଇଥିବା ଏକ ବଡ଼ ଧରଣର ଚଢାଉରେ ତାଙ୍କଠାରୁ ୪ କୋଟି ୩୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/vigilance-raid-2026-03-06-13-42-52.jpeg)