କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ । ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । କଟକ ସର୍କଲର କଟକ ଖଣି ଉପନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଖଣି ଉପନିର୍ଦ୍ଦେଶକଙ୍କ ତିନୋଟି ଠିକଣାରେ ଚଢ଼ାଉ ହୋଇଛି ।
ଅଧିକ ପଢନ୍ତୁ : ଭିଜିଲାନ୍ସ ଜାଲରେ କଟକ ସିଆର୍ଆର୍ଆଇ ଥାନା ଅଧିକାରୀ : ୪୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କାରବାରରେ ସହାୟତା ପାଇଁ ଖଣି ଉପନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇବା ପରେ ଚଢ଼ାଉ କରାଯାଇଥିଲା । ଖଣି ଉପନିର୍ଦ୍ଦେଶକଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/vigilance-2026-02-25-07-29-59.jpg)