ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୪ଟି ସ୍ଥାନରେ ଏକକାଳୀନ ରେଡ୍

Advertisment

ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଆଜି ଭୋର ସକାଳୁ ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି।

ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଆଜି ଭୋର ସକାଳୁ ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି।

MALKANGIRI

Photograph: (KANAKNEWS)

କନକବ୍ୟୁରୋ :  ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଆଜି ଭୋର ସକାଳୁ ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି। ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ ବୋଲି ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି ।

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ: ୩୦ ବର୍ଷୀୟ ଯୁବକ ଅମୃତ ମଣ୍ଡଳଙ୍କୁ ପିଟି ପିଟି ମାରିଦେଲେ ବାଂଲାଦେଶୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା। ଏନେଇ ତାଙ୍କର  ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଥିଲା । 

ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର  ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ ଏବଂ ସମ୍ବଲପୁର ଜିଲ୍ଲାର  ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ  କରାଯାଇଥିଲା।

ଓଡିଶା ଭିଜିଲାନ୍ସ ଦ୍ୱାରା ଜାରି ଏକ ସୂଚନା ଅନୁଯାୟୀ,ଚଢ଼ଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବରଗଡ଼ର ଏକ ଦ୍ୱିତଳ ଆବାସିକ କୋଠା, ସମ୍ବଲପୁରର ଚାରଭାଟିରେ ଏକ କୋଠା, ବରଗଡ଼ରେ ତାଙ୍କ ପୈତୃକ ଘର ଏବଂ ସମ୍ବଲପୁରରେ ତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ। ସୁନ୍ଦରଗଡ ସିଭିଲ ସ୍ପଲାଏ ଅଫିସ (OSCSC)ର ସୁନ୍ଦରଗଡ ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋ?ଧରେ ଆୟଠାରୁ ଅଧିକ ସମ୍ପତ୍ତି (DA)ରଖିବା ଅଭିଯୋଗ ହୋଇଛି।  

ବାଲେଶ୍ବର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ର ୩ ଜଣ ଡିଏସପି( DSP), ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଇଥିଲା।
ଚଢ଼ଉ ସ୍ଥାନ:
(୧) ବାଲେଶ୍ୱରର ଗୋପାଳଗାଁରେ ଆବାସିକ ତିନି ମହଲା କୋଠା
(୨) ବାଲେଶ୍ୱରର ଗୋପାଳଗାଁରେ ତିନି ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଜିମ୍।
(୩) ବାଲେଶ୍ବରରେ କଲ୍ୟାଣ ମଣ୍ଡପ |
(୪) ସୁନ୍ଦରଗଡ଼ରେ ତାଙ୍କର କାର୍ଯ୍ୟାଳୟ।
(୫) ସୁନ୍ଦରଗଡ଼ରେ ଭଡ଼ା ଘର।
 ବାଲେଶ୍ୱରର ପ୍ରାଇମ ଲୋକେସନରେ ୩ ମହଲା ବିଶିଷ୍ଟ ୨ ଟି ବଡ଼କୋଠା , ଜିମ୍  ଓ ବିବାହ କଲ୍ୟାଣ ମଣ୍ଡପ ଦେଖି  ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe