Arrest Photograph: (KanakNews)
କନକ ବ୍ୟୁରୋ : ଫେବ୍ରୁଆରି ୨୦ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କୋଟିପତି କନିଷ୍ଠ କିରାଣି ସୁବ୍ରତ ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଅପରାହ୍ନରେ ସୁବ୍ରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ସୁବ୍ରତଙ୍କ ଠାରୁ ଆୟ ତୁଳନାରେ ୨୦୫% ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ପାଇଥିଲା ଭିଜିଲାନ୍ସ ।
ନିଜ ଦରମାକୁ ଢେର ବଢ଼ାଇ ରାଜକୋଷରୁ ୨ କୋଟି ୩୮ ଲକ୍ଷ ଟଙ୍କା ଆତ୍ମସାତ କରିଥିଲା ସୁବ୍ରତ । ଫେବ୍ରୁଆରୀ ୨୦ ତାରିଖରେ ସୁବ୍ରତଙ୍କ ଜାମିନ ଆବେଦନର ଶୁଣାଣି କରିବେ ଭିଜିଲାନ୍ସ କୋର୍ଟ । ସୂଚନା ଥାଉକି ୨୦୦୭ ମସିହାରେ ୮୦୦୦ ଟଙ୍କା ଦରମାରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଆଠମଲ୍ଲିକ ଡାକ୍ତରଖାନାରେ ଚାକିରି ଆରମ୍ଭ କରିଥିଲେ ସୁବ୍ରତ । ୨୦୧୧ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇ ଆସିଥିଲେ ।
ଅଧିକ ପଢନ୍ତୁ : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ : ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ
୨୦୧୭ରୁ ୨୦୨୫ ମଧ୍ୟରେ ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ସମୟରେ ନିଜ ଦରମା ବଢ଼ାଇ ବାସ୍ତବ ଦରମା ବାଦ୍ ନିଜ ଆକାଉଣ୍ଟକୁ ଅଧିକ ୨ କୋଟି ୩୮ ଲକ୍ଷ ଟଙ୍କା ନେଇଯାଇଛନ୍ତି ସୁବ୍ରତ । ଅକ୍ଟୋବର ମାସରେ ଏଜି ଓ ସ୍ଵାସ୍ଥ୍ୟ ବିଭାଗ ଅଡିଟ ଟିମର ଖୋଳତାଡ ପରେ ସୁବ୍ରତଙ୍କ ଅର୍ଥ ତୋଷାରପାତର ଗୁମର ଖୋଲିଥିଲା ।
Follow Us