ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ , ପ୍ରିନ୍ସିପାଲ ନିଲମ୍ବିତ

Advertisment

ଖୋର୍ଦ୍ଧା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା । ନିଲମ୍ବନ ହେଲେ ପ୍ରିନ୍ସିପାଲ କବିତା କର । ଭାଇସ୍‌ ପ୍ରିନ୍‌ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ବ ଭାର ଦିଆଯାଇଛି ।

ଖୋର୍ଦ୍ଧା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା । ନିଲମ୍ବନ ହେଲେ ପ୍ରିନ୍ସିପାଲ କବିତା କର । ଭାଇସ୍‌ ପ୍ରିନ୍‌ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ବ ଭାର ଦିଆଯାଇଛି ।

Principal

କନକ ବ୍ୟୁରୋ : ଖୋର୍ଦ୍ଧା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା । ନିଲମ୍ବନ ହେଲେ ପ୍ରିନ୍ସିପାଲ କବିତା କର । ଭାଇସ୍‌ ପ୍ରିନ୍‌ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ବ ଭାର ଦିଆଯାଇଛି । ନବୋଦୟ ବିଦ୍ୟାଳୟ ସମିତି କର୍ତୃପକ୍ଷ ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିଲମ୍ବିତ ପ୍ରିନ୍ସପାଲ୍ ଶ୍ରୀମତୀ କରଙ୍କୁ ଭୋପାଳ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢନ୍ତୁ : ମହିଳାଙ୍କ ସହ ଦୁଷ୍କର୍ମ : ଗର୍ଭାଶୟ କାଢ଼ିନେଲେ , ଶରୀରରେ ସିଗାରେଟ୍ ଚେଙ୍କ

 ବିଦ୍ୟାଳୟ କର୍ତୃପକ୍ଷଙ୍କର ଘୋର ଅବହେଳା କାରଣରୁ ବିଦ୍ୟାଳୟରେ ଜଣ୍ଡିସ୍‌ ବ୍ୟାପକ ରୂପ ନେଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, କଥା ଖୋର୍ଦ୍ଧାରୁ ଦିଲ୍ଲୀ ଯାଏ ଯାଇଥିଲା। ଦିଲ୍ଲୀ ଟିମ୍‌, ଭୋପାଳ ଟିମ୍‌ ଆସି କ୍ୟାମ୍ପସ୍‌ ପରିସ୍ଥିତି ଯାଞ୍ଚ କରିବାକୁ ବାଧ୍ୟ ହୋଇଥିଲେ । ପ୍ରାୟ ୯୦ରୁ ଅଧିକ ବିଦ୍ୟାର୍ଥୀ, ସ୍କୁଲ୍ କର୍ମଚାରୀ ଜଣ୍ଡିସ୍‌ କବଳରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣ ବଢ଼ିବା ହେବା କାରଣରୁ ସ୍କୁଲ୍ କର୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe