ଇଂରାଜୀ ନୂଆବର୍ଷରେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ଭିଏଚପିର ବିରୋଧ

Advertisment

ଇଂରାଜୀ ନୂଆବର୍ଷରେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ । ଇଂରାଜୀ ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ ।

ଇଂରାଜୀ ନୂଆବର୍ଷରେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ । ଇଂରାଜୀ ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ ।

SRIMANDIR 1

Photograph: (KANAKNEWS)

କନକବ୍ୟୁରୋ : ଇଂରାଜୀ ନୂଆବର୍ଷରେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ । ଇଂରାଜୀ ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ । ଓଡ଼ିଆମାନେ ରାଷ୍ଟ୍ରୀୟ ପଞ୍ଚାଙ୍ଗ ତିଥି ଅନୁସାରେ ନୂଆବର୍ଷ ପାଳୁଛନ୍ତି। ଏଣୁ ଇଂରାଜୀ ନବବର୍ଷ ପାଇଁ ବିଶ୍ବର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଭଳି ରାତି ଅନିଦ୍ରା ନ ରଖିବାକୁ ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ନିବେଦନ କରିଛନ୍ତି । ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ କୁମାର ସାହୁ ଏ ସଂପର୍କରେ ଗଜପତି ମହାରାଜା, ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କୁ ଚିଠି ଲେଖିଛନ୍ତି।

କାଲି ଭରିଥିଲେ ନାମାଙ୍କନ, ଆଜି ଆରପାରିରେ: ଖାଲିଦା ଜିଆଙ୍କ ରାଜନୈତିକ କ୍ୟାରିୟର

ଏନେଇ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ତଥା ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗ୍ରହ ଚଳନ ଅନୁସାରେ ପବିତ୍ର ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହୋଇଥାଏ। ଏହିଦିନ ଠାରୁ ନୂଆ ପାଞ୍ଜି ବି ପ୍ରଚଳନ ହୋଇଥାଏ। ଇଂରାଜୀ ନବବର୍ଷ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ପାଳନ ହେଉଛି । ଏହା ବ୍ରିଟିଶମାନଙ୍କ କ୍ୟାଲେଣ୍ଡର ।

ଆମେ ସ୍ବାଧୀନତାର ଏତେ ବର୍ଷ ପରେ ବି ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ନବବର୍ଷ ପାଳନ କରିବା ଦୁର୍ଭାଗ୍ୟଜନକ । ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଛନ୍ତି, ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସନାତନୀ ହିନ୍ଦୁଙ୍କ ଆସ୍ଥା ତଥା ଆରାଧ୍ୟ ଠାକୁର। କେଉଁ ଆବହମାନ କାଳରୁ ମହାପ୍ରଭୁଙ୍କ ସକଳ ପରମ୍ପରା ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି। ଏଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଏଭଳି ଦର୍ଶନ ବ୍ୟବସ୍ଥା ବନ୍ଦ କରି ସକାଳୁ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଆଚାର୍ଯ୍ୟ ନିବେଦନ କରିଛନ୍ତି। 
ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ
ନୂଆବର୍ଷ ରାତିରେ ମନ୍ଦିର ଖୋଲିବାକୁ ବିରୋଧ
ବିଶ୍ବ ହିନ୍ଦୁ ପରିଷଦର ବିରୋଧ
ଗ୍ରହ ଚଳନ ଅନୁସାରେ ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନୂଆବର୍ଷ 
ଏହିଦିନଠାରୁ ନୂଆ ପାଞ୍ଜି ବି ପ୍ରଚଳନ ହୋଇଥାଏ
ଇଂରାଜୀ ନବବର୍ଷ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ପାଳନ ହେଉଛି
ଏହି ଗ୍ରେଗୋରିଆନ୍ କ୍ୟାଲେଣ୍ଡର ବ୍ରିଟିଶମାନଙ୍କ କ୍ୟାଲେଣ୍ଡର
‘ଜାନୁଆରି ୧ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ବଦଳାଯିବା ଦୁର୍ଭାଗ୍ୟଜନକ’
ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି - ଜାନୁଆରି ୧ ନୂଆବର୍ଷ ପାଇଁ ପୂର୍ବ ରାତି ୧୨ଟାରୁ ଦ୍ବାରଫିଟା ନୀତି କରାଯବି
ରାତି ୧୨ଟାରେ ମହାପ୍ରଭୁ ଶୟନ କରିଥାନ୍ତି
କିନ୍ତୁ ମହାପ୍ରଭୁଙ୍କୁ ଶୋଇବାକୁ ନଦେଇ ଏଭଳି ଅନିଦ୍ରା ରଖି ଭକ୍ତଙ୍କୁ ଦର୍ଶନ କରାଇବା ବ୍ୟବସ୍ଥା ଗ୍ରହଣୀୟ ନୁହେଁ


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe