କନକ ବ୍ୟୁରୋ : ବିଦାୟ ନେଉଛନ୍ତି ଶିକ୍ଷୟତ୍ରୀ, ଲୁହରେ ଭିଜୁଛି ସ୍କୁଲ ପରିବେଶ । ୩୭ ବର୍ଷର ଚାକିରୀ ପରେ ଅବସର ନେଉଛନ୍ତି ହିନ୍ଦୀ ଶିକ୍ଷୟିତ୍ରୀ । କୋହଭରା ଥିଲା ଆଉ ବିଦାୟବେଳ । ସରିଛି ଚାକିରି ଜୀବନ, ଏବେ ବିଦାୟ ନେବାର ସମୟ । ଚାକିରି କରିଛନ୍ତି ମାନେ ଦିନେ ଅବସର ତ ନେବାକୁ ପଡିବ,କିନ୍ତୁ ଏହି ମୂହୁର୍ତ୍ତ ଏତେ କଷ୍ଟଦାୟକ ହୋଇଯିବ ବୋଧହୁଏ କେହି କଳ୍ପନା କରିନଥିବେ । ଶ୍ରୀଲତା ମିଶ୍ର ଦୀର୍ଘ ୩୭ ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ । ସ୍କୁଲ୍ରେ ଥିଲେ ସଭିଁଙ୍କ ପ୍ରିୟ ହିନ୍ଦୀ ଦିଦି । ତାଙ୍କ ଚାକିରୀ କାର୍ଯ୍ୟକାଳ ସରିଯାଇଛି, ଏବେ ଅବସର ନେବା ସମୟ । ବିଦାୟକାଳୀନ ସମୟକୁ ଚିର ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । ଏହି ପରିସ୍ଥିତିକୁ ସତେ ଯେମିତି କେହି ଗ୍ରହଣ କରିବାକୁ ରାଜି ନଥିଲେ । ଲୁହ ଆଉ ବୋଲ ମାନୁନଥିଲା । ସବୁଠି ଶୁଭୁଥିଲା କାନ୍ଦ ବୋବାଳି ।
ଅଧିକ ପଢ଼ନ୍ତୁ : ଓଡ଼ିଆ ଅଧିକାରୀ ହୋଇ ବି ଛାଡୁନି ଇଂରାଜୀ ମୋହ, ଦୁଇ ଦିନରେ ଉଚ୍ଚଶିକ୍ଷା ବିଭାଗର ଆସିଲାଣି ଅଣଓଡିଆ ଚିଠି
ଏହି ମୁହୂର୍ତ୍ତରେ ସାମିଲ ହେବାକୁ ଦୂରଦୂରାନ୍ତରୁ ଆସିଥିଲେ ଛାତ୍ରୀ । ଛାତ୍ରୀଙ୍କ ଗୋଡ଼ ଭାଙ୍ଗି ଯାଇଛି ଚାଲିବା ମୁସ୍କିଲ । କିନ୍ତୁ ଗୋଟିଏ ଜିଦ୍ ଆଜି ଦିଦିଙ୍କ ସହ ସମୟ ବିତାଇବି । ଶ୍ରୀଲତାଙ୍କ ପାଇଁ ବି ଏ ଅବସର ସମୟ ବେଶ କଷ୍ଟଦାୟକ ଥିଲା । ଯେଉଁ ପିଲାଙ୍କ ଗହଣରେ ଜୀବନର ଅଧା ସମୟ ବିତିଯାଇଛି ସେସବୁ ଛାଡିବା ଏତେ ସହଜ ନଥିଲା । ଏ ସବୁ ଭିତରେ ଖାସ୍ ଥିଲା ଏ ଚୌକି । ଯେଉଁ ଚୌକିରେ ବସି ଦିଦି ପାଠ ପଢାଉଥିଲେ ଆଜି ସେ ବି ଅବସର ନେଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରୀଲତା ମିଶ୍ରଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ଏହି ଚୌକି ।
ଶ୍ରୀଲତା କେବଳ ହିନ୍ଦୀ ଶିକ୍ଷୟତ୍ରୀ ଥିଲେ ତାହା ନୁହଁ, ଘର ଛାଡି ହଷ୍ଟେଲରେ ରହୁଥିବା ସବୁ ଛାତ୍ରୀଙ୍କ ପାଇଁ ସେ ସାଜିଥିଲେ ମା’ । ଦୁଷ୍ଟ ହେଲେ ଆକଟ କରୁଥିଲେ, ଅନ୍ୟ ସମୟରେ ମା ପରି ଗେହ୍ଲ ବି କରୁଥିଲେ । କେବଳ ସେତିକି ନୁହଁ, ରକ୍ତର ଅଭାବ ପାଇଁ କେହି ଚିନ୍ତାରେ ଥିଲେ ସଙ୍ଗେ ସଙ୍ଗେ ରକ୍ତଦାନ କରିବାକୁ ଆଗେଇ ଆସନ୍ତି ଶ୍ରୀଲତା । ଥରେ ନୁହଁ ବାରମ୍ବାର ରକ୍ତଦାନ କରି ଜଣେ ଯୋଦ୍ଧାର ପରିଚୟ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/20/manan-2026-01-20-18-34-31.jpg)