vegetable price Photograph: (KanakNews)
କନକ ବ୍ୟୁରୋ: ଶୀତଋତୁ ପାଖାପାଖି ଅଧା ହେବାକୁ ବସିଲାଣି । ସାଧାରଣତଃ ଏହି ସମୟରେ ବଜାର ଶସ୍ତା ପରିବାରେ ଭରି ରହିବା କଥା, କିନ୍ତୁ ଚଳିତ ବର୍ଷ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଦରବୃଦ୍ଧି ଏବେ ଏମିତି ଏକ ସ୍ଥିତିରେ ପହଞ୍ଚିଛି ଯେ, ଲୋକେ ପରିବା କିଣିବାକୁ ନୁହେଁ ବରଂ ବଜାରକୁ ଯିବାକୁ ଡରୁଛନ୍ତି । ଶୀତର ମିଠା ଖରା ସାଙ୍ଗକୁ ବଜାରରେ ସବୁଜ ପନିପରିବାର ପସରା । କେଉଁଠି ଲାଲ୍ ଟମାଟୋ ତ କେଉଁଠି ସତେଜ କୋବି । ହେଲେ ଏହି ସୌନ୍ଦର୍ଯ୍ୟ କେବଳ ଦେଖିବା ପାଇଁ, କିଣିବା ପାଇଁ ନୁହେଁ । କାରଣ ପରିବା ବଜାରରେ ଏବେ ‘ନିଆଁ ଲାଗିଛି ।
ଅଧିକ ପଢନ୍ତୁ : ଧର୍ମ ମାସରେ ଖାଉଟିଙ୍କୁ କନ୍ଦାଉଛି ପରିବା ଦର; କେଜି ପିଛା ସବୁ ୫୦ ପାର୍
ଶୀତଋତୁ ଅଧା ହେବାକୁ ବସିଥିଲେ ମଧ୍ୟ ପରିବା ଦର କମିବାର ନାଁ ଧରୁନି । ଦରବୃଦ୍ଧି ପଛରେ ପାଣିପାଗର ପରିବର୍ତ୍ତନ ହେଉଛି ମୁଖ୍ୟ ଦାୟୀ । ଗତ ଅଦିନିଆ ବର୍ଷା ଏବଂ ବାତ୍ୟା ଯୋଗୁଁ ରାଜ୍ୟରେ ଯେଉଁ ଫସଲ ବାହାରିବା କଥା ତାହା ନଷ୍ଟ ହୋଇଯାଇଛି । ଓଡ଼ିଶା ବଜାର ଏବେ ଅନ୍ୟ ରାଜ୍ୟର ପରିବା ଉପରେ ନିର୍ଭରଶୀଳ । ଆଉ ୧୫ ଦିନ ପରେ ବଜାରକୁ ସ୍ଥାନୀୟ ଫସଲ ଆସିଲେ ପରିବା ଦର ସ୍ୱାଭାବିକ ସ୍ଥିତି ହେବ ବୋଲି କହିଛନ୍ତି ରାଜଧାନୀ କଞ୍ଚା ପରିବା ମହାସଂଘର ସଭାପତି । ଶୀତର କାକରରେ ବି ଥମୁନି ପରିବା ବଜାରର 'ଦର-ନିଆଁ', ଯାହା ଖାଉଟିଙ୍କ ରୋଷେଇ ଘରକୁ 'କଲବଲ' କରୁଛି ।
Follow Us