ପୁଣି ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଏସିଆ କପରେ ମାରିଲେ ଧୂଆଁଧାର ଶତକ

Advertisment

ବୈଭବ ଅଣ୍ଡର-୧୯ ଏସିଆ କପରେ ୟୁଏଇ ବିପକ୍ଷରେ ଏହି କାରନାମା କରିଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ସେ ୯୫ ବଲରେ ୧୭୧ ରନ୍ ସଂଗ୍ରହ କରିଥିଲେ । ସେ ମାତ୍ର ୫୬ ବଲରେ ନିଜର ଶତକ ପୂରଣ କରିଥିଲେ ।

ବୈଭବ ଅଣ୍ଡର-୧୯ ଏସିଆ କପରେ ୟୁଏଇ ବିପକ୍ଷରେ ଏହି କାରନାମା କରିଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ସେ ୯୫ ବଲରେ ୧୭୧ ରନ୍ ସଂଗ୍ରହ କରିଥିଲେ । ସେ ମାତ୍ର ୫୬ ବଲରେ ନିଜର ଶତକ ପୂରଣ କରିଥିଲେ ।

Vaibhav Suryavanshi

Vaibhav Suryavansh Photograph: (Kanak news)

କନକ ବ୍ୟୁରୋ: କମ ବୟସରେ ଗୋଟିଏ ପରେ ଗୋଟିଏ ରେକର୍ଡ । ମାତ୍ର 14 ବର୍ଷ ବୟସରେ ବଡ ବଡ଼ କ୍ରିକେଟରଙ୍କ ରେକର୍ଡ ଭାଙ୍ଗୁଛନ୍ତି ବୈଭବ । ଆଇପିଏଲ ପରେ ସୟଦ ମୁସ୍ତାକ ଆଉ ଏବେ ଏସିଆ କପରେ କମାଲ କରୁଛନ୍ତି ବୈଭବ । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଗୋଟିଏ ଯୁବ ଦିନିକିଆ ମ୍ୟାଚରେ ସର୍ବାଧିକ ଛକା (୧୪) ମାରିଥିବା ଖେଳାଳି ହୋଇପାରିଛନ୍ତି । ସେ ଅଷ୍ଟ୍ରେଲିଆର ମାଇକେଲ ହିଲଙ୍କ ୧୨ଟି ଛକାର ରେକର୍ଡ ଭାଙ୍ଗିଛନ୍ତି, ଯାହା ୨୦୦୮ ମସିହାରେ ନାମ୍ବିଆ ବିପକ୍ଷରେ ହୋଇଥିଲା।

ବୈଭବ ଅଣ୍ଡର-୧୯ ଏସିଆ କପରେ ୟୁଏଇ ବିପକ୍ଷରେ ଏହି କାରନାମା କରିଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚରେ ସେ ୯୫ ବଲରେ ୧୭୧ ରନ୍ ସଂଗ୍ରହ କରିଥିଲେ । ସେ ମାତ୍ର ୫୬ ବଲରେ ନିଜର ଶତକ ପୂରଣ କରିଥିଲେ ।

ବୈଭବ ୧୦ ଦିନ ପୂର୍ବରୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଶତକ ହାସଲ କରିଥିଲେ । ୧୪ ବର୍ଷୀୟ ବୈଭବ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ କମ୍ ବୟସରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ସେ ଡିସେମ୍ବର ୨ ତାରିଖରେ ଇଡେନ୍ ଗାର୍ଡେନ୍ସରେ ମହାରାଷ୍ଟ୍ର ବିପକ୍ଷରେ ୬୧ ବଲରେ ଅପରାଜିତ ୧୦୮ ରନ୍ କରିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୭ଟି ଛକା ସାମିଲ ଥିଲା । ଏହା ସହିତ ବୈଭବ ୧୪ ବର୍ଷ ବୟସରେ ୩ଟି ଟି-୨୦ ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ଅଟନ୍ତି ।

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ଅର୍ଦ୍ଧଶତକ (ଫିଫ୍ଟି) ଲଗାଇଥିବା ସବୁଠାରୁ କମ୍ ବୟସର ଖେଳାଳି ବନିଛନ୍ତି । ସେ ମାତ୍ର ୧୪ ବର୍ଷ ୩୨ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ୱିତୀୟ ସ୍ଥାନରେ ଅଧିନାୟକ ରିୟାନ୍ ପରାଗ ଅଛନ୍ତି, ଯିଏକି ୨୦୧୯ରେ ୧୭ ବର୍ଷ ୧୭୫ ଦିନ ବୟସରେ ଅର୍ଦ୍ଧଶତକ ଲଗାଇଥିଲେ ।

ଆହୁରି ପଢ଼ନ୍ତୁ... ୨୦୨୭ରେ ଦେଶରେ ହେବ ଜନଗଣନା: ୧୧,୭୧୮ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ

ଟି-୨୦ କ୍ରିକେଟରେ ଏପର୍ଯ୍ୟନ୍ତ ସବୁଠାରୁ କମ୍ ବୟସରେ ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ସବୁଠାରୁ ଉପରେ ରହିଛି । ସେ ୧୪ ବର୍ଷ ୩୨ ଦିନ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲରେ ଶତକ ପୂରଣ କରିଥିଲେ । ଏହା ପରେ, ବିଜୟ ଜୋଲ ୨୦୧୩ରେ ମହାରାଷ୍ଟ୍ର ପକ୍ଷରୁ ମୁମ୍ବାଇ ବିପକ୍ଷରେ ୧୮ ବର୍ଷ ୧୧୮ ଦିନ ବୟସରେ ଶତକ ହାସଲ କରିଥିଲେ ।

କମ ବୟସରେ ବୈଭବଙ୍କ ପ୍ରଦର୍ଶନ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି । ତେବେ ଟିମ୍ ଇଣ୍ଡିଆ ଚୟନକର୍ତ୍ତାଙ୍କ ଆଖି ଏବେ ବୈଭବଙ୍କ ଉପରେ ରହିଛି । ଆଗାମୀ ଦିନରେ ବୈଭବଙ୍କୁ ସିନିୟର ଟିମରେ ସାମିଲ କରାଯାଇପାରେ । ନଚେତ ଟି-20 କପରେ ଦଳରେ ବୈଭବଙ୍କୁ ନିଆଯାଇପାରେ । ଦଳରେ ବୈଭବଙ୍କ ଭଳି ବିଧ୍ୱଂସୀ ବ୍ୟାଟ୍ସମ୍ୟାନ୍ ରହିବା ଦଳକୁ ନିହାତି ବଡ଼ ଫାଇଦା ଦେବ । ବୈଭବ ଏବେ ବିହାର ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି । ଆଉ ଅଣ୍ଡର-19 ଟିମ୍ ଇଣ୍ଡିଆର ପ୍ରମୁଖ ସଦସ୍ୟ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe