କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପ ଜଣେ ଜମି ବ୍ୟବସାୟୀ ଥିଲେ । ଭବ୍ୟ କୋଠା ଓ ବିଳାସପୂର୍ଣ୍ଣ ପ୍ରକଳ୍ପ ନିର୍ମାଣରେ ସେ ଜଣେ ଦକ୍ଷ ଲୋକ । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ସବୁବେଳେ ନିଜ ଇଚ୍ଛା ମୁତାବକ ହ୍ୱାଇଟ୍ ହାଉସର ଡିଜାଇନ୍ ବଦଳାଇବାରେ ଲାଗିଛନ୍ତି । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ହ୍ୱାଇଟ୍ ହାଉସକୁ ନେଇ ଟ୍ରମ୍ପ ନୂଆ ଯୋଜନା ତିଆରି କରିଛନ୍ତି । ଏହି ଯୋଜନା ମୁତାବକ ହ୍ୱାଇଟ୍ ହାଉସରେ ଏକ ଗ୍ରାଣ୍ଡ ବଲ୍ ରୁମ୍ସ ବା ଡ୍ୟାନ୍ସ ହଲ ନିର୍ମାଣ କରାଯିବ । ଯେଉଁଥିରେ ଏକାସାଥୀରେ ୯୯୯ ଲୋକ ରହିପାରିବେ । 

Advertisment

ଏହି ନୂଆ ରୁମ ୯୦ ହଜାର ବର୍ଗଫୁଟ ଉପରେ ନିରମାଣ ହେବ । ଏଥିରେ ପାଖାପାଖି ୨୫୦ ମିଲିୟନ ଡଲାର ଖର୍ଚ୍ଚ ହେବ । ଏଥିପାଇଁ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ଥିବା ଅଧିକାରୀକ ଭବନ ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇଛନ୍ତି । 

ପ୍ରାଥମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ପାଠ ଜଗିବେ ସରକାର, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର କରାଯିବ ମୂଲ୍ୟାଙ୍କନ

ଏବେ ହ୍ୱାଇଟ୍ ହାଉସର ଯେଉଁ ଅଂଶରେ ବୁଲଡୋଜର ଚଲାଯାଉଛି ତାହା ଭବନର ପୂର୍ବ ପାଖ । ଏଠାରେ ଆମେରିକାର ଫାଷ୍ଟ ଲେଡିଙ୍କ କାର୍ଯ୍ୟାଳୟ ରହିଛି । ଏଠାରେ ଫାଷ୍ଟ ଲେଡିଙ୍କ କର୍ମଚାରୀମାନେ ମଧ୍ୟ ରହିଥାନ୍ତି । ଏହି ୱିଙ୍ଗ ୧୯୦୨ ମସିହାରେ ନିର୍ମାଣ କରାଯାଇଥିଲା । ୧୯୪୨ ମସିହାରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜବେଲ୍ଟ ଏହି କୋଠାରେ ଏକ ଭୂତଳ ବଙ୍କର ନିର୍ମାଣ କରାଇଥିଲେ । 

ଜେଏନୟୁ ଛାତ୍ର ସଂଘ ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ କେବେ ଘୋଷଣା ହେବ ଫଳାଫଳ

ଗୋଟିଏ ପଟେ ଅର୍ଥ ଅଭାବରୁ ଆମେରିକାରେ ସଟଡାଉନ ଚାଲିଛି । ସେପଟେ ୨୫୦ ମିଲିୟନ ଡଲାରରେ ହ୍ୱାଇଟ୍ ହାଉସ ସଜାଉଛନ୍ତି । ଏହାକୁ ନେଇ ବିରୋଧୀ ଦଳ ଓ ଆମେରିକାର ଗଣମାଧ୍ୟମ ଟ୍ରମ୍ପଙ୍କୁ ଜୋରଦାର ସମାଲୋଚନା କରିବାରେ ଲାଗିଛନ୍ତି । ବିରୋଧୀଙ୍କ କହିବା ମୁତାବକ ଟ୍ରମ୍ପ ନିଜର ସଉକ ପାଇଁ ହ୍ୱାଇଟ୍ ହାଉସର ଐତିହାସିକ କୋଠାକୁ ଭାଙ୍ଗୁଛନ୍ତି । ସେପଟେ ଟ୍ରମ୍ପଙ୍କ ସମର୍ଥକ ଏହାକୁ ରାଷ୍ଟ୍ରୀୟ ଗୌରବର ପୁନଃନିର୍ମାଣ କରାଯାଉଥିବା କହିଛନ୍ତି । 

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଟ୍ରମ୍ପଙ୍କ ଏହି ପ୍ରକଳ୍ପକୁ ନେଇ ଅନେକ ସିନେଟର ସମାଲୋଚନା କରିଛନ୍ତି । ସିନେଟର ଏଲିଜାବେଥ ବୈରିନ କହିଛନ୍ତି କି, ଦେଶରେ ସଟଡାଉନ ଚାଲିଛି, ଟ୍ରମ୍ପ କିନ୍ତୁ ବୁଲଡୋଜର ଶବ୍ଦର ମଜା ନେଉଛନ୍ତି । କଂଗ୍ରେସମ୍ୟାନ ସୁଜେନ ଡେଲବେନ କହିଛନ୍ତି କି, ଟ୍ରମ୍ପ ନିଜକୁ ନିଜେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ହିଲାରୀ କ୍ଲିଣ୍ଟନ କହିଛନ୍ତି ଟ୍ରମ୍ପ ନିଜ ଘରକୁ ନିଜେ ବରବାଦ କରୁଛନ୍ତି । ସେହିଭଳି ନ୍ୟାସନାଲ ଟ୍ରଷ୍ଟ ଫର ହିଷ୍ଟୋରିକ ପ୍ଲେସେସ କହିଛନ୍ତି କି, ଇଷ୍ଟ ୱିଙ୍ଗକୁ ରକ୍ଷା କରିବା ଦରକାର । ନୂଆ କୋଠା ପୂରୁଣା କୋଠାର ଡିଜାଇନକୁ ନଷ୍ଟ କରିଦେବ ।