କନକ ବ୍ୟୁରୋ :  ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା  ସହ ସୁରକ୍ଷା ବ୍ୟାବସ୍ଥା ମଧ୍ୟରେ ତାହାକୁ ରଖାଯିବ । ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପହଂଚିବ ପ୍ରଶ୍ନପତ୍ର । ପରୀକ୍ଷାର ସୁପରିଚାଳନା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଗାଇଡଲାଇନ ଜାରି କରାଯାଇଛି । 

Advertisment
  • ପଞ୍ଚମ ଓ ଅଷ୍ଟମରୁ ପାଠ ଜଗିବେ ସରକାର
  • ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ ହେବ
  • ୫୦ ମାର୍କର ପରୀକ୍ଷା ଦେବେ ବିଦ୍ୟାର୍ଥୀ
  • ପାସ୍‌ କରିନଥିଲେ ଦେବେ ସପ୍ଲିମେଣ୍ଟାରି ପରୀକ୍ଷା
  • ଗାଇଡଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ
  • ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ
  • ମୋଟ୍‌ ୫୦ ମାର୍କରୁ ୧୦ ମାର୍କ ମୌଖିକ
  • ୪୦ ମାର୍କ ଲିଖିତ ପରୀକ୍ଷା ରହିବ
  • ଅଷ୍ଟମ ଶ୍ରେଣୀ ପାଇଁ କେବଳ ୫୦ ମାର୍କ ଲିଖିତ ପରୀକ୍ଷା କରାଯିବ 
  • ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବ
  • ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପହଂଚିବ ପ୍ରଶ୍ନପତ୍ର
  • ପରୀକ୍ଷାର ସୁପରିଚାଳନା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି
  • ତଦାରଖ ପାଇଁ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି
  • ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଷ୍ଟିୟରିଂ କମିଟି
  • ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି
  • ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ