ଯଦି ବଞ୍ଚିବାକୁ ଚାହୁଁଛ, ତୁରନ୍ତ ମଧ୍ୟପ୍ରାଚ୍ୟ ଛାଡ଼: ନାଗରିକମାନଙ୍କୁ ଉପସାଗରୀୟ ଦେଶ ଛାଡିବାକୁ ଅନୁରୋଧ

Advertisment

ଯଦି ବଞ୍ଚିବାକୁ ଚାହୁଁଛ, ତୁରନ୍ତ ମଧ୍ୟପ୍ରାଚ୍ୟ ଛାଡ଼: ଇରାନ ଆକ୍ରମଣ ନେଇ ଆମେରିକାରେ ଭୟର ବାତାବରଣ, ନାଗରିକମାନଙ୍କୁ ଉପସାଗରୀୟ ଦେଶ ଛାଡିବାକୁ ଅନୁରୋଧ

ଯଦି ବଞ୍ଚିବାକୁ ଚାହୁଁଛ, ତୁରନ୍ତ ମଧ୍ୟପ୍ରାଚ୍ୟ ଛାଡ଼: ଇରାନ ଆକ୍ରମଣ ନେଇ ଆମେରିକାରେ ଭୟର ବାତାବରଣ, ନାଗରିକମାନଙ୍କୁ ଉପସାଗରୀୟ ଦେଶ ଛାଡିବାକୁ ଅନୁରୋଧ

leave the Middle East immediately

leave the Middle East immediately Photograph: (Google)

କନକ ବ୍ୟୁରୋ: ଇରାନ ଓ ଆମେରିକା,ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି । ଆମେରିକା ଓ ଇସ୍ରାଏଲୀ ବିମାନ ଆକ୍ରମଣ ପରେ, ଇରାନ ଉପସାଗରୀୟ ଦେଶଗୁଡ଼ିକରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରି ପ୍ରତିଶୋଧ ନେଇଛି । ଆକ୍ରମଣ ଯୋଗୁ ଅଞ୍ଚଳର ସୁରକ୍ଷା ପରିସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି । ମଧ୍ୟପ୍ରଚ୍ୟେ ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକମାନଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଛି । 

ଅଧିକ ପଢନ୍ତୁ: ବ୍ୟାପୁଛି ଇରାନ-ଆମେରିକା ଯୁଦ୍ଧ; ଖସିଲା ବିମାନ, ବୁଡିଲା ଜାହାଜ, ହୁତୁହୁତୁ ହୋଇ ଜଳିଗଲା ତୈଳ ଭଣ୍ଡାର

ଆମେରିକାର ବୈଦେଶିକ ବିଭାଗ ନିଜ ନାଗରିକମାନଙ୍କୁ ତୁରନ୍ତ ୧୪ଉପସାଗରୀୟ ଓ ମଧ୍ୟପ୍ରାଚ୍ୟ ଦେଶ ଛାଡିବାକୁ କହିଛି । କନସୁଲାର ବ୍ୟାପାରର ସହାୟକ ସଚିବ ମୋରା ନାମଦାର କହିଛନ୍ତି, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆମେରିକୀୟ ନାଗରିକମାନଙ୍କୁ ଗମ୍ଭୀର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଉପଲବ୍ଧ ବାଣିଜ୍ୟିକ ପରିବହନ ବ୍ୟବହାର କରି ତୁରନ୍ତ ସେସବୁ ଦେଶ ଛାଡିବାକୁ ଅନୁରୋଧ କରିଛନ୍ତି । ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଅସୁରକ୍ଷିତ ତାଲିକାଭୁକ୍ତ ଦେଶ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଓ ଗାଜା, ଇରାନ, ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, କତାର, ଜୋର୍ଡାନ, ଲେବାନନ, ମିଶର, ବାହାରିନ, ଓମାନ ଓ ସିରିଆ ରହିଛି । ଏସବୁଙ୍କ ଦେଶ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶରେ ଆମେରିକାର ସାମରିକ ଘାଟି ଅଛି । ସେସବୁ ଘାଟି ଉପରେ ଇରାନ ଆକ୍ରମଣ କରୁଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe