ଇରାନ ଉପରେ ଆହୁରି ଜୋରଦାର ଆକ୍ରମଣର ଚେତାବନୀ ଦେଲେ ଟ୍ରମ୍ପ

Advertisment

ଇରାନ୍ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକାଶ ମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାଖାପାଖି ୪୭ ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀଙ୍କ ରକ୍ତରେ ଖେଳିଛି ଇରାନ୍ ।

ଇରାନ୍ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକାଶ ମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାଖାପାଖି ୪୭ ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀଙ୍କ ରକ୍ତରେ ଖେଳିଛି ଇରାନ୍ ।

Donald Trump

Donald Trump Photograph: (Kanak News)

କନକ ବ୍ୟୁରୋ : ଇରାନ୍ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ । ଆକାଶ ମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାଖାପାଖି ୪୭ ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀଙ୍କ ରକ୍ତରେ ଖେଳିଛି ଇରାନ୍ । ଏବେ ସମୟ ଆସିଛି ତାର ସବୁ ଦୋଷକୁ ନେଇ ଦଣ୍ଡ ଦିଆଯିବ । ପ୍ରଥମ କାର୍ଯ୍ୟକାଳରେ          ଇରାନର ଜେନେରାଲ ସୋଲେମାନିଙ୍କୁ ନିପାତ କରିଥିଲି ବୋଲି ଟ୍ରମ୍ପ କହିଛନ୍ତି । ଏବେ ପୁଣି ଇରାନ ଉପରେ ସୁଚିନ୍ତିତ ଯୋଜନା ମାଧ୍ୟମରେ ଆକ୍ରମଣ କରାଯାଇଛି । ଇରାନର ମିସାଇଲ କ୍ଷମତାକୁ ଧ୍ୱଂସ କରିବା ପ୍ରାଥମିକତା ଥିଲା ।

 ନୌସନାକୁ ମଧ୍ୟ ଧ୍ୱଂସ କରାଯାଇଛି । ଇରାନ ପାଖରେ କେବେବି ପରମାଣୁ ଶକ୍ତି ରହିବା କଥା ନୁହେଁ ବୋଲି ପୁଣି ଦୋହରାଇଛନ୍ତି ଟ୍ରମ୍ପ । ଦୀର୍ଘ ବର୍ଷ ପରେ ଆମେ ଏ ଲକ୍ଷ୍ୟରେ ପହଞ୍ଚିଛୁ । ଇରାନର ନିଜର ଅସ୍ତିତ୍ୱ ଥିବା ପର୍ଯ୍ୟନ୍ତ କେବେ ବି ପରମାଣୁ ଶକ୍ତିର ଧାରକ ହୋଇପାରିବନି ବୋଲି ଦୋହରାଇଛନ୍ତି ଟ୍ରମ୍ପ । ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଭିତରେ ଗୁରୁତର ପ୍ରଭାବିତ ହୋଇଛି ବିମାନ ସେବା ।

ଅଧିକ ପଢନ୍ତୁ : ସେୟାର ବଜାରରେ ଯୁଦ୍ଧର ପ୍ରଭାବ; ନିବେଶକ ହରାଇଲେ ୧୧ଲକ୍ଷ କୋଟିରୁ ଅଧିକ

ଗୋଟିଏ ଦିନରେ ପ୍ରାୟ ୨ ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏମିରେଟ୍‌ସ, ଏତିହାଦ୍ ଓ କତାର୍ ଏୟାରୱେଜ୍ ଆଦି ପକ୍ଷରୁ ୧୬ଶହରୁ ଅଧିକ ବିମାନ ଚଳାଚଳ ବାତିଲ ହୋଇଛି । ଭାରତୀୟ ବିମାନ ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ଆକାଶ ଆଦି ପକ୍ଷରୁ ଗତକାଲି ଗୋଟିଏ ଦିନରେ ବାତିଲ ହୋଇଥିଲା ୩୫୦ ବିମାନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରାୟ ସବୁ ଏୟାରଲାଇନ୍‌ସ ପକ୍ଷରୁ ମଧ୍ୟପ୍ରାଚ୍ୟକୁ ବିମାନ ଚଳାଚଳ ବାତିଲ ଥିବା ବେଳେ, ଏହା କେବେ ସ୍ୱାଭାବିକ ହେବ ତାହା ଯୁଦ୍ଧ ସ୍ଥିତି ଉପରେ ନିର୍ଭର କରୁଛି । ଉତ୍ତର ଆମେରିକା ଓ ୟୁରୋପକୁ ବିକଳ୍ପ ଆକାଶମାର୍ଗରେ ବିମାନ ଚଳାଚଳ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe