କନକ ବ୍ୟୁରୋ : ମଧ୍ୟ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ଯୋଗୁଁ ବଢ଼ୁଥିବା ଉତ୍ତେଜନା ଭିତରେ ତାସ ଘର ଭଳି ଭୁଷୁଡି ପଡିଛି ସେୟାର ମାର୍କେଟ । ମାତ୍ର କିଛି ସମୟ ଭିତରେ ଉଡ଼ି ଯାଇଛି ନିବେଶକଙ୍କ ପ୍ରାୟ ୧୧ଲକ୍ଷ କୋଟି ଟଙ୍କା । ଅନ୍ୟପଟେ ସୁନା ଓ ରୂପା ଦର ପୁଣି ଉପରମୁହାଁ ହୋଇଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ସେନସେକ୍ସ, ନିଫ୍ଟି, ବ୍ୟାଙ୍କ ନିଫ୍ଟି ଉପରେ ପଡିଛି ସିଧାସଳଖ ପ୍ରଭାବ । ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଲାଗି ରହିଥିଲା ଅସ୍ଥିରତା । ବଜାର ଖୋଲୁ ଖୋଲୁ ସେନସେକ୍ସ ୨୭୪୩ ପଏଣ୍ଟ ଖସିଯାଇଥିଲା । ୫୧୯ ପଏଣ୍ଟରୁ ତଳକୁ ଖସିଥିଲା ନିଫ୍ଟି । ଅପରାହ୍ଣ ୨ଟା ପରେ ବଜାରରେ ସୁଧାର ଆସିଥିଲା । ତଥାପି ଷ୍ଟକ୍ ମାର୍କେଟ୍ ବନ୍ଦ ହେବା ବେଳକୁ ସେନ୍ସେକ୍ସ ପାଖାପାଖି ୧୦୪୮ପଏଣ୍ଟ ତଳେ ରହିଥିଲା । ସମାନ ଢଙ୍ଗରେ ନିଫ୍ଟି ୩୧୨ପଏଣ୍ଟ ଓ ବ୍ୟାଙ୍କ ନିଫ୍ଟି ୬୮୯ ପଏଣ୍ଟ ତଳକୁ ଖସିଥିଲା । ବଜାରରେ ଅସ୍ଥିରତା ଯୋଗୁଁ ମାତ୍ର କିଛି ଘଣ୍ଟା ଭିତରେ ପ୍ରାୟ ୧୧ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ ।
ଅଧିକ ପଢ଼ନ୍ତୁ : ମହାଯୁଦ୍ଧର ପ୍ରଭାବ : ସୁନା-ରୁପା ମାରିଲେ ଲଙ୍ଗ୍ ଜମ୍ପ୍ , ଏବେ ଗହଣା କିଣିବା ହୋଇଯିବ ସ୍ବପ୍ନ
ସୁନା ଓ ରୂପା ମୂଲ୍ୟରେ ଦେଖିବାକୁ ମିଳିଛି ଯୁଦ୍ଧର ପ୍ରଭାବ । ରୁପା କେଜି ପ୍ରତି ୧୦ହଜାର ଟଙ୍କା ବୃଦ୍ଧି ପାଇ ୨ଲକ୍ଷ ୯୨ହଜାରରେ ପହଁଚିଛି । ସୁନା ୧୦ଗ୍ରାମର ମୂଲ୍ୟ ୫ହଜାର ୨୬୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୭ ହଜାରରେ ପହଞ୍ଚିଛି । ବିଶ୍ୱ ବଜାରରେ ଅନିଶ୍ଚିତତା ଲାଗିରହିଥିବାରୁ ଆଗକୁ ଦର ଆହୁରି ବଢ଼ିବା ଆଶଙ୍କା ରହିଛି । ସୁନା ଦର ଖୁବ୍ଶୀଘ୍ର ୨ଲକ୍ଷ ଟପିଯିବ ବୋଲି ଆଶଙ୍କା କରିଛନ୍ତି ବଜାର ବିଶେଷଜ୍ଞ । ଭୂ-ରାଜନୈତିକ ଉତ୍ତେଜନା, ବାଣିଜ୍ୟ ଅନିଶ୍ଚିତତା, ଡଲାରର ମୂଲ୍ୟ ହ୍ରାସ ଯୋଗୁଁ ଚଳିତ ବର୍ଷ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟରେ ପ୍ରାୟ ୨୦% ମୂଲ୍ୟ ବୃଦ୍ଧି ଘଟିଲାଣି ।
ଯୁଦ୍ଧ ଯେତେ ଦିନ ଲାଗି ରହିବ ସେତେ ଦିନ ପର୍ଯ୍ୟନ୍ତ ବଜାରରେ ଅସ୍ଥିରତା ଲାଗି ରହିବ । ସୁନାରୁପା ଦର ଉପର ତଳ ହେବ । ତେଣୁ ନିବେଶକ ମାନେ ଭାବିଚିନ୍ତି ନିବେଶ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/war-impact-2026-03-02-20-38-14.jpg)