ଭାରତ- ଇୟୁ ବାଣିଜ୍ୟିକ ରାଜିନାମାକୁ ନୈରାଶ୍ୟଜନକ କହିଲା ଆମେରିକା : ‘ୟୁରୋପ ୟୁକ୍ରେନଠାରୁ ବାଣିଜ୍ୟକୁ ଆଗରେ ରଖିଲା’

Advertisment

ଐତିହାସିକ ମୁକ୍ତ ବାଣିଜ୍ୟିକ ରାଜିନାମାକୁ ନାପସନ୍ଦ କରିଛି ଆମେରିକା । ଆମେରିକା ଏହାକୁ ନୈରାଶ୍ୟଜନକ କହିବା ସହିତ ୟୁରୋପ ୟୁକ୍ରେନଠାରୁ ବାଣିଜ୍ୟକୁ ଅଧିକ ଗୁରୁତ୍ବ ଦେଇଛି ବୋଲି କହିଛି ।

ଐତିହାସିକ ମୁକ୍ତ ବାଣିଜ୍ୟିକ ରାଜିନାମାକୁ ନାପସନ୍ଦ କରିଛି ଆମେରିକା । ଆମେରିକା ଏହାକୁ ନୈରାଶ୍ୟଜନକ କହିବା ସହିତ ୟୁରୋପ ୟୁକ୍ରେନଠାରୁ ବାଣିଜ୍ୟକୁ ଅଧିକ ଗୁରୁତ୍ବ ଦେଇଛି ବୋଲି କହିଛି ।

India-EU

India-EU Photograph: (Google)

କନକ ବ୍ୟୁରୋ:  ଭାରତ- ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମଙ୍ଗଳବାର ହୋଇଥିବା ଐତିହାସିକ ମୁକ୍ତ ବାଣିଜ୍ୟିକ ରାଜିନାମାକୁ ନାପସନ୍ଦ କରିଛି ଆମେରିକା । ଆମେରିକା ଏହାକୁ ନୈରାଶ୍ୟଜନକ କହିବା ସହିତ ୟୁରୋପ ୟୁକ୍ରେନଠାରୁ ବାଣିଜ୍ୟକୁ ଅଧିକ ଗୁରୁତ୍ବ ଦେଇଛି ବୋଲି କହିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍‌ ବେସେଣ୍ଟ ବୁଧବାର ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ବାଣିଜ୍ୟିକ ରାଜିନାମାର ତୀବ୍ର ସମାଲୋଚନା କରିଛନ୍ତି। ବେସେଣ୍ଟ କହିଛନ୍ତି, ୟୁରୋପ ୟୁକ୍ରେନ ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତା ନ କରି ବ୍ୟବସାୟିକ ଲାଭକୁ ଅଧିକ ଗୁରୁତ୍ବ ଦେଇଛି ।

ଅଧିକ ପଢନ୍ତୁ: ଭାରତ ଉପରେ କମିପାରେ ଆମେରିକା ଟାରିଫ୍, ୨୫ ପ୍ରତିଶତ ହ୍ରାସ ନେଇ ସଂକେତ

ଏକ ନ୍ୟୁଜ ଚାନେଲ ସହିତ କଥାବାର୍ତ୍ତାବେଳେ ବେସେଣ୍ଟ ୟୁରୋପୀୟ ସଂଘର ଏହି ଆଭିମୁଖ୍ୟକୁ ନେଇ ନୈରାଶ୍ୟ ପ୍ରକାଶ କରିଛନ୍ତି । ୟୁକ୍ରେନରେ ଭୀଷଣ ଯୁଦ୍ଧ ଜାରି ରହିଥିବା ସତ୍ତ୍ବେ ୟୁରୋପ ନିଜର ଆର୍ଥିକ ହିତକୁ ଅଧିକ ଗୁରୁତ୍ବ ଦେଇଛି। ଭାରତ ଉପରେ ଗତବର୍ଷ ଆମେରିକା ଅଧିକ ଶୁଳ୍କ ଲଗାଇଥିବାବେଳେ ୟୁରୋପୀୟ ସଂଘ କାହିଁକି ଏହାକୁ ସମର୍ଥନ କରିନଥିଲା ଏଥିରୁ ଜଣାପଡ଼ି ଯାଉଛି। ବେସେଣ୍ଟ ଅଭିଯୋଗ କରିଥିଲେ ଯେ, ଭାରତ ସହିତ ଚୁକ୍ତି କରି ପ୍ରକୃତରେ ୟୁରୋପୀୟ ଦେଶ ରୁଷ୍‌ ଯୁଦ୍ଧକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେ କହିଛନ୍ତି, ରୁଷ୍‌ର ଅଶୋଧିତ ତୈଳ ଭାରତ ଯାଉଛି, ସେଠାରୁ ରିଫାଇନ୍ଡ ତୈଳ ଉତ୍ପାଦ ୟୁରୋପ ଯାଉଛି। ଏହାଦ୍ବାରା ଅଜଣାତରେ ୟୁରୋପ ନିଜ ବିରୋଧରେ ରୁଷ୍‌କୁ ସାହାଯ୍ୟ କରୁଛି । ବେସେଣ୍ଟ କହିଛନ୍ତି, ରୁଷ୍-ୟୁକ୍ରେନ୍‌ ଯୁଦ୍ଧ ସମାପ୍ତ କରିବାକୁ ଆମେରିକା ଅଧିକ କାର୍ଯ୍ୟ କରୁଛି। ଆମେରିକା ରୁଷ୍‌ ତୈଳ ନ କିଣିବା ସହିତ ଭାରତ ଉପରେ ୨୫ % ଶୁଳ୍କ ଲଗାଇଛି। କିନ୍ତୁ ୟୁରୋପ ଦେଶ ଓଲଟା ଭାରତ ସହିତ ବ୍ୟବସାୟ କରୁଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe