କନକ ବ୍ୟୁରୋ; ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ହ୍ରାସ ସମ୍ଭାବନା ନେଇ ସଂକେତ ମିଳିଛି। ସେପଟେ ଆଗକୁ ବଢୁଛି ୟୁରୋପୀୟ ଦେଶଙ୍କ ସହ ନୂଆଦିଲ୍ଲୀର ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ଭାବନା । ଜାନୁଆରି ୨୭ ତାରିଖରେ ଚୁକ୍ତି ନେଇ ଘୋଷଣା କରାଯିବାର ସମ୍ଭାବନା ଅଛି ।
ଏମିତି ସୂଚନା ଦେଇଛନ୍ତି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ। ସେ କହିଛନ୍ତି, ରୁଷରୁ ତୈଳ କିଣୁଥିବାରୁ ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତଶତ ଟାରିଫ୍ ଲଗାଇଥିଲେ। ମୋଟ୍ ଟାରିଫ୍ ୫୦ ପ୍ରତିଶତ ହୋଇଥିଲା । ଏବେ ରୁଷରୁ ଭାରତର ତୈଳ କ୍ରୟ ହ୍ରାସ ପାଇଛି। ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ରୁଷର ଅର୍ଥବଳ କମାଇବା ଲାଗି ଆମେରିକା ଅତିରିକ୍ତ ଟାରିଫ୍ ଲଗାଇଥିଲା। ତାହା ସଫଳ ହୋଇଥିବା ଆମେରିକା ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଡାଭୋସରେ ବିଶ୍ବ ଅର୍ଥନୀତି ଫୋରମ ସମ୍ମିଳନୀରେ ଯୋଗଦେବା ଅବସରରେ କହିଛନ୍ତି । ରୁଷରୁ ତୈଳ କିଣୁଥିବା ଦେଶଙ୍କ ଉପରେ ୫ ଶହ ପ୍ରତିଶହ ଟାରିଫ୍ ଲଗାଇବାକୁ ଆମେରିକା କଂଗ୍ରେସରେ ଆଲୋଚନା ସମୟରେ ଭାରତ ଉପରୁ ଟାରିଫ୍ ହ୍ରାସ ନେଇ ସଂକେତ ମିଳିଥିବା ସ୍କଟ୍ ବେସେଣ୍ଟ କହିଛନ୍ତି । ପୂର୍ବରୁ ଅତିରିକ୍ତ ଟାରିଫ୍ ଲାଗୁ ବେଳେ ଭାରତ କହିଥିଲା, ଦେଶର ସ୍ବାର୍ଥରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏବେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି ।
ଅଧିକ ପଢନ୍ତୁ: ଭାରତ ସହ ଟାରିଫ୍ ବିବାଦ ଭିତରେ ପୁଣି ଟ୍ରମ୍ପଙ୍କ ୟୁଟର୍ଣ୍ଣ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘନିଷ୍ଠ ବନ୍ଧୁ ଓ ବଳିଷ୍ଠ ବ୍ୟକ୍ତିତ୍ୱ କହି ଟ୍ରମ୍ପ୍ କଲେ ପ୍ରଶଂସା
ଚଳିତବର୍ଷ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ହେଉଛନ୍ତି ୟୁରୋପୀୟ ପରିଷଦର ସଭାପତି ଆଣ୍ଟେନିଓ ଲୁଇସ୍ ସାଣ୍ଟୋସ୍ ଡା କୋଷ୍ଟା ଏବଂ ୟୁରୋପୀୟ କମିସନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନ। ଏହି ସମୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ବେଶ୍ ଅଗ୍ରଗତି ହୋଇପାରେ । ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ୟୁରୋପୀୟ ସଂଘ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି। ୟୁରୋପର ଏହି ଦୁଇ ତୁଙ୍ଗନେତାଙ୍କ ନୂଆଦିଲ୍ଲୀ ଗସ୍ତ ଅବସରରେ ଉଚ୍ଚସ୍ତରୀୟ ଆଲୋଚନା ହେବ। ଯୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଯାହା ଚୁକ୍ତି ହେବ, ତାହା ସବୁ ଚୁକ୍ତିର ଜନନୀ ହେବ ବୋଲି ଭନ ଡେର୍ ଲେୟେନ ଓ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/24/trump-tariff-2026-01-24-21-23-40.jpg)