ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଏକ ନିମନ୍ତ୍ରଣ ନେଇ ଦେଶରେ ପହଞ୍ଚିଛନ୍ତି। ବାଣିଜ୍ୟ ଓ ଶୁଳ୍କ ଉପରେ କଠୋର ଆଲୋଚନା ମଧ୍ୟରେ ସେ କହିଛନ୍ତି ଯେ, ଭାରତକୁ ପ୍ୟାକ୍ସ ସିଲିକାରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ। ବର୍ତ୍ତମାନ ଆମେ ଅନେକ ରଣନୀତିକ ମେଣ୍ଟ ଓ ବ୍ଲକ୍ ବିଷୟରେ ଜାଣୁ, କିନ୍ତୁ ପ୍ରକୃତରେ ପ୍ୟାକ୍ସ ସିଲିକା କ’ଣ? ଏହି ପାକ୍ସ ସିଲିକା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରି ନୂତନ ଯୁଗର ଟେକ୍ନୋଲୋଜି ଓ ଏହି ଟେକ୍ନୋଲୋଜିକୁ ସକ୍ଷମ କରୁଥିବା ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ସହିତ ଜଡିତ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୦୨୫ରେ ତାଙ୍କର ବିଶ୍ୱସ୍ତ ସହଯୋଗୀ ସର୍ଜିଓ ଗୋରଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବରେ ନାମିତ କରିଥିଲେ। ଗୋର ଗତ ସପ୍ତାହରେ ଭାରତରେ ପହଞ୍ଚି ଜାନୁଆରି ୧୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେହିଦିନ ଗୋର ଏକ୍ସରେ ଲେଖିଛନ୍ତି, ଏହା ଅଂଶୀଦାର କରି ସେ ଆନନ୍ଦିତ ଯେ ଏକ ସୁରକ୍ଷିତ, ନମନୀୟ ଓ ଉଦ୍ଭାବନ-ଚାଳିତ ସିଲିକନ୍ ଯୋଗାଣ ଶୃଙ୍ଖଳା ଗଠନ ପାଇଁ ଆମେରିକା ନେତୃତ୍ୱାଧୀନ ରଣନୀତିକ ପଦକ୍ଷେପ ପ୍ୟାକ୍ସ ସିଲିକାରେ ଯୋଗଦେବାକୁ ଭାରତକୁ ନିମନ୍ତ୍ରଣ କରାଯିବ। ବିଶ୍ୱ ନୂତନ ଜ୍ଞାନକୌଶଳ ଆପଣଉଥିବା ବେଳେ ଭାରତ ଓ ଆମେରିକା ହାତ ମିଳାଇ କାର୍ଯ୍ୟ କରିବା ଜରୁରୀ । ଗୋରଙ୍କ ମନ୍ତବ୍ୟରୁ ଦୁଇଟି କଥା ସ୍ପଷ୍ଟ ହୋଇଛି। ପ୍ରଥମତଃ, ପ୍ୟାକ୍ସ ସିଲିକା ହେଉଛି ସିଲିକନ୍ ଯୋଗାଣ ଶୃଙ୍ଖଳା ସହିତ ଜଡିତ ଆମେରିକା ନେତୃତ୍ୱାଧୀନ ଏକ ରଣନୀତିକ ପଦକ୍ଷେପ। ଦ୍ୱିତୀୟତଃ, ଆମେରିକା ଭାରତକୁ ସାଙ୍ଗରେ ନେବାକୁ ଚାହୁଛି।
ପ୍ୟାକ୍ସ ସିଲିକାର ଅର୍ଥ କ’ଣ?
ଆମେରିକାର ବୈଦେଶିକ ବିଭାଗର ୱେବ୍ ପୃଷ୍ଠା ଅନୁଯାୟୀ, ପାକ୍ସ ସିଲିକାରେ ଥିବା ପ୍ୟାକ୍ସ ହେଉଛି ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୂଚିତ କରୁଥିବା ଐତିହାସିକ ଶବ୍ଦ। ଆସିଆନରେ ଆମେରିକାର ମିସନ ଅନୁଯାୟୀ, ସିଲିକା ସେହି ଯୌଗିକ ଯାହାକୁ ସିଲିକନରେ ପରିଣତ କରାଯାଏ, ଯାହା କମ୍ପ୍ୟୁଟର ଚିପ୍ ଓ ଏଆଇ ଟେକ୍ନୋଲୋଜିର ମୂଳ ପଦାର୍ଥ।
କାଶ୍ମୀରର ଶକ୍ସଗାମ ଉପତ୍ୟକାକୁ ନେଇ ଭାରତ-ଚୀନ୍ ବିବାଦ କ’ଣ ?
ଆମେରିକା କାହିଁକି ପ୍ୟାକ୍ସ ସିଲିକା ଆଲାଏନ୍ସ ଆରମ୍ଭ କଲା?
ଆମେରିକାର ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ଜାକବ ହେଲବର୍ଗ କହିଛନ୍ତି, ଯଦି ବିଂଶ ଶତାବ୍ଦୀ ତୈଳ ଓ ଇସ୍ପାତ ଉପରେ ଚାଲିଥାଏ, ତେବେ ଏକବିଂଶ ଶତାବ୍ଦୀ କମ୍ପ୍ୟୁଟର ଓ ଏଥିରେ ବ୍ୟବହୃତ ଖଣିଜ ପଦାର୍ଥ ଉପରେ ଚାଲିଥାଏ। ହେଲବର୍ଗ ଏହି ପଦକ୍ଷେପର ନେତୃତ୍ୱ ନେଉଛନ୍ତି। ଏକ ଏଆଇ-ଚାଳିତ ଦୁନିଆରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ତୋଳନକୁ ନିୟନ୍ତ୍ରଣ କରୁଥିବା ଯୋଗାଣ ଶୃଙ୍ଖଳା ଓ ବୈଷୟିକ ଇକୋସିଷ୍ଟମ ନିର୍ବିବାଦୀୟ ନେତୃତ୍ୱ ନେବ। ନିକଟ ଅତୀତରେ ଆମେ ଦେଖିଛୁ ଯେ ଯୁଦ୍ଧ ଓ ଭୂ-ରାଜନୈତିକ ସଙ୍କଟ କିପରି ଏହି ଯୋଗାଣ ଶୃଙ୍ଖଳାକୁ ବ୍ୟାହତ କରିପାରେ ଏବଂ ଇଲେକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ୍ ଶିଳ୍ପକୁ ପ୍ରଭାବିତ କରିପାରେ। ବେଳେବେଳେ କିଛି ଦେଶ ଏହାକୁ ଅସ୍ତ୍ରାୟିତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ତୋଳନରେ ଚୀନ୍ ବିଶ୍ୱରେ ଅଗ୍ରଣୀ ରହିଛି। ବିଶ୍ୱସ୍ତ ସହଯୋଗୀମାନଙ୍କ ସହିତ ଏକ ବିକଳ୍ପ ଇକୋସିଷ୍ଟମ୍ ପ୍ରତିଷ୍ଠା କରିବା ପାଇଁ ଆମେରିକା ଏକ ମିଳିତ ମଞ୍ଚ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ଭାରତ ସେମାନଙ୍କ ମଧ୍ୟରୁ ଅନ୍ୟତମ।
ପ୍ୟାକ୍ସ ସିଲିକାର ସ୍ୱାକ୍ଷରକାରୀ କିଏ?
ଡିସେମ୍ବର ୨୦୨୫ରେ ଉଦ୍ଘାଟନୀ ପାକ୍ସ ସିଲିକା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱାକ୍ଷରକାରୀମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ଇସ୍ରାଏଲ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ବ୍ରିଟେନ, ନେଦରଲ୍ୟାଣ୍ଡ ଓ ୟୁଏଇ ଥିଲେ। ଜାନୁଆରି ୧୨ରେ, କତର ପ୍ୟାକ୍ସ ସିଲିକାର ସର୍ବଶେଷ ସ୍ୱାକ୍ଷରକାରୀ ହୋଇଥିଲା। ଭାରତ ପରି ଅତିରିକ୍ତ ସ୍ୱାକ୍ଷରକାରୀ ଏହି ମିଳିତ ମଞ୍ଚରେ ଯୋଗଦେବାର ସମ୍ଭାବନା ରହିଛି। ଆମେ ପ୍ୟାକ୍ସ ସିଲିକା କାର୍ଯ୍ୟକ୍ଷମ କରୁଥିବାରୁ ନୂଆଦିଲ୍ଲୀକୁ ଟେବୁଲକୁ ନିମନ୍ତ୍ରଣ କରାଯିବ ବୋଲି ଗୋର କହିଛନ୍ତି। ପ୍ୟାକ୍ସ ସିଲିକାରେ ଭାରତର ସମ୍ଭାବ୍ୟ ପ୍ରବେଶ ବିଶ୍ୱସନୀୟ ଓ ନିରାପଦ ଯୋଗାଣ ଶୃଙ୍ଖଳା ଆଡକୁ ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ଦର୍ଶାଉଛି। ଆମେରିକା-ଭାରତ ସହଭାଗିତା ପାଇଁ ଏହା ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ହେଲବର୍ଗ ଏକ୍ସରେ ପୋଷ୍ଟ କରିଛନ୍ତି।
ପ୍ୟାକ୍ସ ସିଲିକାରୁ ଭାରତ କିପରି ଉପକୃତ ହୋଇପାରିବ?
ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ବ୍ୟବହୃତ ବିରଳ ମୃତ୍ତିକା ଖଣିଜ ପଦାର୍ଥର ସର୍ବବୃହତ୍ ଭଣ୍ଡାର ୮.୫୨ ନିୟୁତ ଟନ୍ ଥିବା ସତ୍ତ୍ୱେ, ଚୀନ୍ ଦ୍ୱାରା ଉତ୍ପାଦିତ ୨୭୦,୦୦୦ ମେଟ୍ରିକ୍ ଟନ୍ ତୁଳନାରେ ଭାରତ କେବଳ ୨,୯୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କରିଛି। ଏହା ଭାରତକୁ ଏହାର ଘରୋଇ ଶିଳ୍ପକୁ ବଜାୟ ରଖିବା ପାଇଁ ଆମଦାନି ଉପରେ ନିର୍ଭରଶୀଳ କରିଥାଏ। ୨୦୨୪-୨୫ ଆର୍ଥିକ ବର୍ଷରେ, ଭାରତ ପ୍ରାୟ ୫୪,୦୦୦-୫୭,୦୦୦ ଟନ୍ ବିରଳ ମୃତ୍ତିକା ଆମଦାନି କରିଥିଲା, ଯାହାର ୯୩% ଚୀନ୍ରୁ ଅଣାଯାଇଥିଲା। ଯଦି ଚୀନ୍ ପ୍ରତିବନ୍ଧକ ଲଗାଏ, ତେବେ ଭାରତ ନାଚାର ହୋଇପଡ଼ିବ। ପ୍ୟାକ୍ସ ସିଲିକାରେ ଯୋଗଦେବା ପରେ ଭାରତ ଅଷ୍ଟ୍ରେଲିଆ ପରି ଅଧିକ ସୁରକ୍ଷିତ ଯୋଗାଣକାରୀଙ୍କ ସହ ନିଜକୁ ଅନୁବନ୍ଧିତ କରିପାରିବ। ଜାପାନ ଓ ନେଦରଲ୍ୟାଣ୍ଡ ସହିତ ସହଭାଗିତା ମାଧ୍ୟମରେ ଏହା ପୁଞ୍ଜି ବିନିଯୋଗ ଓ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରକୁ ସହଜ କରିବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/13/america-2026-01-13-22-03-16.jpg)