ସିରିଆରେ ଆମେରିକାର ଆକ୍ରମଣ : ସେପଟେ ସିରିଆରେ ଆମେରିକାର ଆକ୍ରମଣ

Advertisment

ସିରିଆରେ ଆମେରିକାର ଆକ୍ରମଣ । ଆଇଏସଆଇଏସ୍ ଲକ୍ଷ୍ୟକୁ ନିଶାନା କରି ଯୁକ୍ତରାଷ୍ଟ୍ର ଏବଂ ମିତ୍ରବଳଗୁଡ଼ିକର ଏୟାର ଷ୍ଟ୍ରାଇକ। ଅପରେସନ୍ ହକ୍‌ଆଇ ଷ୍ଟ୍ରାଇକ୍ ମାଧ୍ୟମରେ ଆକ୍ରମଣ ।  ଗତ ମାସରେ ଆଇଏସଆଇଏସ୍ ଆକ୍ରମଣରେ ଯାଇଥିଲା ତିନି ଆମେରିକୀୟ ଙ୍କ ଜୀବନ।

ସିରିଆରେ ଆମେରିକାର ଆକ୍ରମଣ । ଆଇଏସଆଇଏସ୍ ଲକ୍ଷ୍ୟକୁ ନିଶାନା କରି ଯୁକ୍ତରାଷ୍ଟ୍ର ଏବଂ ମିତ୍ରବଳଗୁଡ଼ିକର ଏୟାର ଷ୍ଟ୍ରାଇକ। ଅପରେସନ୍ ହକ୍‌ଆଇ ଷ୍ଟ୍ରାଇକ୍ ମାଧ୍ୟମରେ ଆକ୍ରମଣ ।  ଗତ ମାସରେ ଆଇଏସଆଇଏସ୍ ଆକ୍ରମଣରେ ଯାଇଥିଲା ତିନି ଆମେରିକୀୟ ଙ୍କ ଜୀବନ।

AIR STRIKE

Photograph: (KANAKNEWS)

କନକବ୍ୟୁରୋ : ସିରିଆରେ ଆମେରିକାର ଆକ୍ରମଣ । ଆଇଏସଆଇଏସ୍ ଲକ୍ଷ୍ୟକୁ ନିଶାନା କରି ଯୁକ୍ତରାଷ୍ଟ୍ର ଏବଂ ମିତ୍ରବଳଗୁଡ଼ିକର ଏୟାର ଷ୍ଟ୍ରାଇକ। ଅପରେସନ୍ ହକ୍‌ଆଇ ଷ୍ଟ୍ରାଇକ୍ ମାଧ୍ୟମରେ ଆକ୍ରମଣ ।  ଗତ ମାସରେ ଆଇଏସଆଇଏସ୍ ଆକ୍ରମଣରେ ଯାଇଥିଲା ତିନି ଆମେରିକୀୟ ଙ୍କ ଜୀବନ।  ଆଇଏସଆଇଏସ୍ ଆକ୍ରମଣର ସିଧାସଳଖ ପ୍ରତିକ୍ରିୟା ଭାବେ ଆକ୍ରମଣ କରିଛି ଆମେରିକା ।  ସ୍ଥାନୀୟ ସମୟ ଅନୁଯାୟୀ ଦିନ ୧୨:୩୦ ପରେ ଏହି ଆକ୍ରମଣ ହୋଇଥିଲା ।  

ଟ୍ରମ୍ପ୍‌ଙ୍କ ଗ୍ରୀନଲ୍ୟାଣ୍ଡ ଆକ୍ରମଣ ପ୍ରସ୍ତୁତି ନେଇ ବିନାଶକାରୀ ନାଟୋ ଯୁଦ୍ଧର ଚେତାବନୀ ଦେଲା ଡେନମାର୍କ

ଯେଉଁଥିରେ ଯୁକ୍ତରାଷ୍ଟ୍ର ବାହିନୀ ମିତ୍ର ଦେଶଗୁଡ଼ିକ ସହିତ ମିଶି ଦେଶର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ଆଇଏସଆଇଏସ୍ ଲକ୍ଷ୍ୟକୁ ଟାର୍ଗେଟ କରିଥିଲେ ।  ଆମେରିକା କହିଛି, ଯଦି ଆମ ଯୋଦ୍ଧାମାନଙ୍କୁ କ୍ଷତି ପହଞ୍ଚେ, ତେବେ ଆମେ ଆପଣଙ୍କୁ ବିଶ୍ୱର ଯେକୌଣସି ସ୍ଥାନରେ ଖୋଜି ବାହାର କରିବୁ ଏବଂ ମାରିଦେବୁ ,  ଆପଣ ଯେତେ କଷ୍ଟରେ ନ୍ୟାୟରୁ ପଳାଇବାକୁ ଚେଷ୍ଟା କରନ୍ତୁ ନା କାହିଁକି ।  

ସେପଟେ  ଇରାନର ସୁପ୍ରିମ ଲିଡର ଖେମନେଇଙ୍କ ବିରୋଧରେ ପ୍ରତିବାଦକୁ ନେଇ ବଢୁଛି-ଆମେରିକା-ଇରାନ ବିବାଦ । ବିକ୍ଷୋଭକାରୀଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ସତ୍ବେ ଇରାନର ଧମକ ,  ଇରାନର ଆଟର୍ଣ୍ଣି ଜେନେରାଲ ବିକ୍ଷୋଭକାରୀ ଭଗବାନଙ୍କ ଶତ୍ରୁ ବୋଲି କହିବା ସହ ମୃତ୍ୟୁ ଦଣ୍ଡାଦେଶ ନେଇ ଚେତାବନୀ ଦେଇଛନ୍ତି ।  ଇରାନରେ ଦୁଇ ସପ୍ତାହର ବ୍ୟାପକ ବିକ୍ଷୋଭ ପ୍ରାୟ ୭୦ ଜଣ ବିକ୍ଷୋଭକାରୀଙ୍କ ଜୀବନ ଗଲାଣି।  

ଇରାନୀୟ ରାଜ୍ୟ ଟେଲିଭିଜନ୍ ଦ୍ୱାରା ପ୍ରସାରିତ ଏହି ବିବୃତ୍ତିରେ କୁହାଯାଇଛି ଯେ, ଦାଙ୍ଗାକାରୀମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିଛି। ବିକ୍ଷୋଭ ସମୟରେ ଅତି କମରେ ୬୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨,୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ବିକ୍ଷୋଭ କାରୀମାନେ ବିଭିନ୍ନ ସହରରେ ଖାମନେଇଙ୍କ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe