ଇସଲାମିକ୍ ଷ୍ଟେଟ୍ ବିରୋଧରେ ଆମେରିକାର ରଣହୁଙ୍କାର,  ନାଇଜେରିଆର ଆତଙ୍କୀ ଠିକଣାରେ  ରକେଟ୍ ଓ ବୋମାବର୍ଷା

Advertisment

ଖ୍ରୀଷ୍ଟିଆନଙ୍କୁ ହତ୍ୟା କରୁଥିବା ଆଇଏସଠୁ ସୁଧମୂଳ ହିସାବ ନେଲେ ଟ୍ରମ୍ପ ।

ଖ୍ରୀଷ୍ଟିଆନଙ୍କୁ ହତ୍ୟା କରୁଥିବା ଆଇଏସଠୁ ସୁଧମୂଳ ହିସାବ ନେଲେ ଟ୍ରମ୍ପ ।

Donald trump

Donald trump Photograph: (Google)

କନକ ବ୍ୟୁ ରୋ:  ଘନଘନ ଆକ୍ରମଣ, ଇସଲାମିକ ଷ୍ଟେଟ ଆତଙ୍କୀଙ୍କୁ ତ୍ରାହି ନାହିଁ  । ବଡ଼ଦିନରେ ପୂରା ଦୁନିଆ ଯୀଶୁଙ୍କ ଉପାସନା କରୁଥିବାବେଳେ ନାଇଜେରିଆ ଉପରେ ରକେଟ୍ ଓ ବୋମା ମାଡ଼ କରୁଥିଲା ଆମେରିକା । ପେଣ୍ଟାଗନର ଭୟଙ୍କର ଆକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର-ପଶ୍ଚିମ ନାଇଜେରିଆ। ଏଠି ଆଡ୍ଡା ଜମାଇଥିଲେ ଆଇଏସ ଆତଙ୍କୀ । ସୂଚନା ଅନୁସାରେ, ନାଇଜେରିଆରେ ରହୁଥିବା ଖ୍ରୀଷ୍ଟିଆନ ଲୋକଙ୍କୁ ବାଛି ବାଛି ମାରୁଥିଲା ଇସଲାମିକ ଷ୍ଟେଟ୍ । ଜାନୁଆରି ୨୦୨୫ରୁ ଅଗଷ୍ଟ ୭ ମାସ ମଧ୍ୟରେ ୭ ହଜାରରୁ ଅଧିକ ଲୋକଙ୍କୁ ବୀଭତ୍ସ ହତ୍ୟା କରିଥିଲା । ଯାହାର ପ୍ରତିଶୋଧ ନେଇଛନ୍ତି ଟ୍ରମ୍ପ ।

ଅଧିକ ପଢନ୍ତୁ:  ‘୮ ମାସରେ ୧୦ ଯୁଦ୍ଧ ରୋକିଛି’: ପୁଣି ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଲେ ଟ୍ରମ୍ପ

ଆକ୍ରମଣ ପରେ ଜାରି ବିବୃତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ କହିଛନ୍ତି, ନିରୀହ ଲୋକଙ୍କୁ ହତ୍ୟା ଆଦୌ ବରଦାସ୍ତ କରାଯିବନି । ଖ୍ରୀଷ୍ଟିଆନ ଲୋକଙ୍କ ଉପରେ ଅତ୍ୟାଚାର ସହ୍ୟ କରାଯିବ ନି।  ନଭେମ୍ବର ୨ରେ ଟ୍ରମ୍ପ ଇସଲାମିକ୍ ଷ୍ଟେଟ୍‌କୁ ଶେଷ ଚେତାବନୀ ଦେଇଥିଲେ । କଥା ନମାନିବାରୁ ଆଇଏସ୍ ଉପରେ ଆକ୍ରମଣ କରାଯାଇଛି ।  ୭ ମାସରେ ୭ହଜାର ଲୋକଙ୍କ ହତ୍ୟାର ପ୍ରତିଶୋଧ ସୁଧମୂଳ ସହ ହିସାବ କରିଛନ୍ତି ଟ୍ରମ୍ପ । ସେପଟେ ନାଇଜେରିଆ ସରକାର ଆତଙ୍କୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ଆଣି ସମସ୍ତ ପ୍ରକାର ସହଯୋଗ ବନ୍ଦ କରିଛି ଆମେରିକା ।ଏହା ପୂର୍ବରୁ ସିରିଆରେ ଆଡ୍ଡା ଜମାଇଥିବା ଆତଙ୍କୀ ସଂଗଠନକୁ ସାବାଡ଼ କରିବାକୁ ଯାଇ ଟ୍ରମ୍ପ ସରକାର କରିଥିଲେ ବଡ ସୈନ୍ୟ ଅଭିଯାନ । ଯାହା ନାଁ ଥିଲା ସି-ହକ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe