କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ "୧୦ ମାସରେ ଆଠଟି ଯୁଦ୍ଧ ବନ୍ଦ କରିବା" ପାଇଁ ନିଜକୁ ଶ୍ରେୟ ଦେଇଛନ୍ତି । ଆଉ ଏହାର ସଫଳତା ପଛରେ ଟାରିଫକୁ ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଛନ୍ତି । ଆମେରିକାକୁ ସମ୍ବୋଧିତ କରି ଟ୍ରମ୍ପ ପୁଣିଥରେ କହିଛନ୍ତି ଯେ "ଟାରିଫ୍" ହେଉଛି ତାଙ୍କର ଇଂରାଜୀରେ ସବୁଠୁ ପ୍ରିୟ ଶବ୍ଦ"। ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ତାଙ୍କ ପଦ ଛାଡିବା ସମୟରେ "ଅବ୍ୟବସ୍ଥା" ଛାଡିଯାଇଛନ୍ତି ବୋଲି କହି ଟାର୍ଗେଟ୍ କରିଛନ୍ତି ।
ଟ୍ରମ୍ପ କହିଛନ୍ତି, ମୁଁ ଆମେରିକୀୟ ଶକ୍ତିକୁ ପୁନଃସ୍ଥାପିତ କରିଛି । ୧୦ ମାସରେ ଆଠଟି ଯୁଦ୍ଧ ସମାପ୍ତ କରିଛି । ଇରାନର ପରମାଣୁ ବିପଦକୁ ଦୂର କରିଛି, ଗାଜାରେ ଯୁଦ୍ଧ ସମାପ୍ତ କରି ଏବଂ ବନ୍ଧକମାନଙ୍କୁ ଜୀବିତ କିମ୍ବା ମୃତ ଘରକୁ ଫେରାଇ ଆଣି ୩,୦୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଶାନ୍ତି ଆଣିଛି । ଏହାସହିତ ଟ୍ରମ୍ପ ୨୦୨୬ ପାଇଁ ତାଙ୍କ ପ୍ରଶାସନର ଏଜେଣ୍ଡା ମଧ୍ୟ ଉପସ୍ଥାପନ କରିଥିଲେ।
ଆହୁରି ପଢ଼ନ୍ତୁ : ଆଉ ଚଳିବନି ବିଲ୍ଡରଙ୍କ ମନମାନି: ସହଜ ହେଲା ଆପାର୍ଟମେଣ୍ଟ କମନ୍ ଏରିଆ ପଞ୍ଜୀକରଣ
ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଯୋଗୁଁ ଆମେରିକାରେ ମୂଲ୍ୟ ଆକାଶଛୁଆଁ ହେବା ସତ୍ତ୍ୱେ, ରାଷ୍ଟ୍ରପତି ମହଙ୍ଗା ଦରକୁ ନେଇ କିଛି ବି କହିନାହାଁନ୍ତି । ବରଂ ତାଙ୍କ ଦଳ କାନାଡା, ମେକ୍ସିକୋ, ବ୍ରାଜିଲ ଏବଂ ଭାରତ ସମେତ ଦେଶଗୁଡ଼ିକ ଉପରେ ଯେଉଁ ଶୁଳ୍କ ଲଗାଇଛନ୍ତି ତାହା ଆମେରିକାର ଅର୍ଥନୀତିକୁ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବାଇଡେନ ଏବଂ ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସଙ୍କ କାର୍ଯ୍ୟକାଳ ସମୟରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ପୁଞ୍ଜି କରି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ତଥାପି, ସେ ନିଜେ ଏବେ ଆମେରିକୀୟମାନଙ୍କୁ ବୁଝାଇବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି ଯେ ଦେଶର ଅର୍ଥନୀତି ପ୍ରକୃତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମଙ୍ଗଳବାର ଦିନ ପ୍ରକାଶିତ ଏକ ନୂତନ ରଏଟର୍ସ/ଇପସୋସ୍ ପୋଲରୁ ଜଣାପଡିଛି ଯେ ୭୯ ବର୍ଷୀୟ ରାଷ୍ଟ୍ରପତି ଏପର୍ଯ୍ୟନ୍ତ ଅର୍ଥନୀତିକୁ କିପରି ପରିଚାଳନା କରିଛନ୍ତି ସେଥିରେ କେବଳ ୩୩ ପ୍ରତିଶତ ଯୁବ ଆମେରିକୀୟ ସହମତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/11/trump-2025-11-11-18-45-28.jpg)