କନକ ବ୍ୟୁ ରୋ: ଘନଘନ ଆକ୍ରମଣ, ଇସଲାମିକ ଷ୍ଟେଟ ଆତଙ୍କୀଙ୍କୁ ତ୍ରାହି ନାହିଁ । ବଡ଼ଦିନରେ ପୂରା ଦୁନିଆ ଯୀଶୁଙ୍କ ଉପାସନା କରୁଥିବାବେଳେ ନାଇଜେରିଆ ଉପରେ ରକେଟ୍ ଓ ବୋମା ମାଡ଼ କରୁଥିଲା ଆମେରିକା । ପେଣ୍ଟାଗନର ଭୟଙ୍କର ଆକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର-ପଶ୍ଚିମ ନାଇଜେରିଆ। ଏଠି ଆଡ୍ଡା ଜମାଇଥିଲେ ଆଇଏସ ଆତଙ୍କୀ । ସୂଚନା ଅନୁସାରେ, ନାଇଜେରିଆରେ ରହୁଥିବା ଖ୍ରୀଷ୍ଟିଆନ ଲୋକଙ୍କୁ ବାଛି ବାଛି ମାରୁଥିଲା ଇସଲାମିକ ଷ୍ଟେଟ୍ । ଜାନୁଆରି ୨୦୨୫ରୁ ଅଗଷ୍ଟ ୭ ମାସ ମଧ୍ୟରେ ୭ ହଜାରରୁ ଅଧିକ ଲୋକଙ୍କୁ ବୀଭତ୍ସ ହତ୍ୟା କରିଥିଲା । ଯାହାର ପ୍ରତିଶୋଧ ନେଇଛନ୍ତି ଟ୍ରମ୍ପ ।
ଅଧିକ ପଢନ୍ତୁ: ‘୮ ମାସରେ ୧୦ ଯୁଦ୍ଧ ରୋକିଛି’: ପୁଣି ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଲେ ଟ୍ରମ୍ପ
ଆକ୍ରମଣ ପରେ ଜାରି ବିବୃତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ କହିଛନ୍ତି, ନିରୀହ ଲୋକଙ୍କୁ ହତ୍ୟା ଆଦୌ ବରଦାସ୍ତ କରାଯିବନି । ଖ୍ରୀଷ୍ଟିଆନ ଲୋକଙ୍କ ଉପରେ ଅତ୍ୟାଚାର ସହ୍ୟ କରାଯିବ ନି। ନଭେମ୍ବର ୨ରେ ଟ୍ରମ୍ପ ଇସଲାମିକ୍ ଷ୍ଟେଟ୍କୁ ଶେଷ ଚେତାବନୀ ଦେଇଥିଲେ । କଥା ନମାନିବାରୁ ଆଇଏସ୍ ଉପରେ ଆକ୍ରମଣ କରାଯାଇଛି । ୭ ମାସରେ ୭ହଜାର ଲୋକଙ୍କ ହତ୍ୟାର ପ୍ରତିଶୋଧ ସୁଧମୂଳ ସହ ହିସାବ କରିଛନ୍ତି ଟ୍ରମ୍ପ । ସେପଟେ ନାଇଜେରିଆ ସରକାର ଆତଙ୍କୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ଆଣି ସମସ୍ତ ପ୍ରକାର ସହଯୋଗ ବନ୍ଦ କରିଛି ଆମେରିକା ।ଏହା ପୂର୍ବରୁ ସିରିଆରେ ଆଡ୍ଡା ଜମାଇଥିବା ଆତଙ୍କୀ ସଂଗଠନକୁ ସାବାଡ଼ କରିବାକୁ ଯାଇ ଟ୍ରମ୍ପ ସରକାର କରିଥିଲେ ବଡ ସୈନ୍ୟ ଅଭିଯାନ । ଯାହା ନାଁ ଥିଲା ସି-ହକ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/26/donald-trump-2025-12-26-21-45-14.jpg)