Photograph: (kanaknews)
କନକ ବ୍ୟୁରୋ : ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ(ୟୁଏସ୍ଟିଆର୍) ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ରକୁ ଡିଲିଟ୍ କରାଯାଇଛି । ଏହି ମାନଚିତ୍ରଟି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅବସରରେ ୭ ଫେବ୍ରୁଆରିରେ ପ୍ରକାଶିତ ହୋଇଥିଲା । ଏଥିରେ ଭାରତରେ ଆମେରିକୀୟ ସାମଗ୍ରୀର ସମ୍ଭାବ୍ୟ ପ୍ରବେଶକୁ ଦର୍ଶାଯାଇଥିଲା । ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନଚିତ୍ରକୁ ଡିଲିଟ୍ କରିବା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ମାନଚିତ୍ର ଚର୍ଚ୍ଚାରେ ଥିଲା
ଅଧିକ ପଢନ୍ତୁ... ୩ ଘଣ୍ଟାରେ ହଟିବ ଡିପଫେକ୍ କଣ୍ଟେଣ୍ଟ୍ : ଏଆଇ ଉପରେ କେନ୍ଦ୍ରର କଡା ନିୟମ
ଭାରତର ଏହି ମାନଚିତ୍ରକୁ ନେି ସୋସିଆଲ ମିଡିଆରେ ବହୁ ଆଲୋଚନା ହୋଇଥିଲା। ସେତେବେଳେ କୁହାଯାଇଥିଲା, ପିଓକେ ଓ ଅକ୍ସାଇ ଚୀନ୍କୁ ଭାରତ ମଧ୍ୟରେ ସାମିଲ କରି ଆମେରିକା ପାକିସ୍ତାନ ତଥା ଚୀନ୍କୁ ଏକ କଡ଼ା ବାର୍ତ୍ତା ଦେଇଛି । ତେବେ ଏବେ ଏହାକୁ ହଟାଇବା ପରେ, ଅନେକ ପ୍ରଶ୍ନ ଉଠାଯାଉଛି । ଏହି ମାନଚିତ୍ରଟି ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କର ଏକ୍ସ ହ୍ୟାଣ୍ଡେଳରେ ପ୍ରକାଶିତ ହୋଇଥିଲା। ଏହାକୁ ଦଶନ୍ଧି ପୁରୁଣା ଆମେରିକାର ନିରପେକ୍ଷତା ନୀତିରୁ ଏକ ପ୍ରମୁଖ ପ୍ରସ୍ଥାନ ବୋଲି ବିବେଚନା କରାଯାଇଥିଲା ।
ବାଣିଜ୍ୟ ଚୁକ୍ତି ପରେ ଆମେରିକା ମାନଚିତ୍ର ପ୍ରକାଶ କରିଥିଲା
ଏହି ହ୍ୟାଣ୍ଡେଲରେ ସଦ୍ୟ ସ୍ୱାକ୍ଷରିତ ଆମେରିକା-ବାଂଲାଦେଶ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବାଂଲାଦେଶର ଏକ ମାନଚିତ୍ର ମଧ୍ୟ ପୋଷ୍ଟ କରାଯାଇଛି। ଏହା ସହିତ, ଆମେରିକା-ଆର୍ଜେଣ୍ଟିନା ବାଣିଜ୍ୟ ଚୁକ୍ତି ନେଇ ଆର୍ଜେଣ୍ଟିନାର ଏକ ମାନଚିତ୍ର ସ୍ଥାନୀତ ହୋଇଛି। କିନ୍ତୁ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିକୁ ଏଥିରେ ଭାରତର ଆଉ କୌଣସି ମାନଚିତ୍ର ନାହିଁ।
କାଶ୍ମୀର ଉପରେ ଆମେରିକାର ମତ
ଆମେରିକା ବାରମ୍ବାର ଦୋହରାଇଛି, କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯଦିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କାଶ୍ମୀର ଉପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନର ସ୍ଥିତି ଅନୁସାରେ ଟ୍ରମ୍ପ କହିଛନ୍ତି ଯେ, ଉଭୟ ପକ୍ଷ ସ୍ପଷ୍ଟ ଭାବରେ ଅନୁରୋଧ କଲେ ହିଁ ଆମେରିକା ଏଥିରେ ହସ୍ତକ୍ଷେପ କରିବ। ଭାରତ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସାରିଛି ।
Follow Us