କନକ ବ୍ୟୁରୋ : ଭାରତ ସରକାରଙ୍କ ପକ୍ଷରୁ ଏଆଇ କଣ୍ଟେଣ୍ଟ୍ ଏବଂ ଡିପଫେକ୍ ବିରୋଧରେ ବଡ଼ ପଦକ୍ଷେପ । ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ମାତ୍ର ୩ ଘଣ୍ଟା ମଧ୍ୟରେ ଆପତ୍ତିଜନକ ଏଆଇ କଣ୍ଟେଣ୍ଟ୍ ହଟାଇବାକୁ ପଡ଼ିବ । ନୂତନ ଗାଇଡଲାଇନ୍ ଅନୁଯାୟୀ, ଯଦି କୌଣସି ଏଆଇ ଜେନେରେଟେଡ୍ କଣ୍ଟେଣ୍ଟ୍ ବିବାଦୀୟ କିମ୍ବା କାହାର ବ୍ୟକ୍ତିଗତ ସମ୍ମାନ ହାନି କରୁଥାଏ, ତେବେ ଅଭିଯୋଗ ପାଇବାର ମାତ୍ର ୩ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ଲାଟଫର୍ମକୁ ତାହା ହଟାଇବାକୁ ପଡ଼ିବ ।
ଆସନ୍ତା ୨୦ ତାରିଖରୁ ଏହି ନିୟମ ଲାଗୁହେବ । ଏଅଆଇର ବ୍ୟବହାର ଯୋଗୁ ଫଟୋ, ଭିଡ଼ିଓ, ଅଡ଼ିଓ କଣ୍ଟେଣ୍ଟର ସତ୍ୟତା ଜାଣିବା କଷ୍ଟକର ହୋଇପଡୁଛି । ଏଆଇ, ଡିପଫେକ୍ ଦ୍ବାରା ସୋସିଆଲ ମଡିଆରେ ମହିଳାମାନେ ନିର୍ଯାତନାର ଶୀକାର ହେଉଛନ୍ତି । ଯାହାର ପ୍ରତିକାର ପାଇଁ ଏଭଳି କଟକଣା ଜାରି କରାଯାଇଛି । ଆସନ୍ତୁ ନଜର ପକାଇବା କ’ଣ ରହିଛି ନିୟମ ।
ଅଧିକ ପଢନ୍ତୁ : ଅଫିସରେ କାମ କରିବ ଏଆଇ ଟିମ୍, କର୍ମକ୍ଷେତ୍ରରେ ଲୋକଙ୍କ ସ୍ଥାନ ନେବ ଏଆଇ
ଏଆଇ ଉପରେ ସରକାରୀ ଛାଟ
କୋର୍ଟଙ୍କ ନିର୍ଦ୍ଦେଶ ପରେ ମାତ୍ର ୩ ଘଣ୍ଟା ମଧ୍ୟରେ ଫେକ୍ କଣ୍ଟେଣ୍ଟ୍ ହଟାଇବା ବାଧ୍ୟତାମୂଳକ
ଏଆଇ ଦ୍ୱାରା ପ୍ରସ୍ତୁତ ଭିଡିଓ ବା ଫଟୋରେ ସ୍ପଷ୍ଟ ଭାବେ ‘ଏଆଇ-ଜେନେରେଟେଡ୍’ ଲେଖିବାକୁ ପଡ଼ିବ
ଭିଡିଓର ଅତିକମ୍ରେ ୧୦% ଅଂଶରେ ଏଆଇ ଲେବେଲ୍ କିମ୍ବା ୱାଟରମାର୍କ ରହିବା ଆବଶ୍ୟକ
ପ୍ରତ୍ୟେକ ଏଆଇ କଣ୍ଟେଣ୍ଟରେ ମେଟାଡାଟା ଆଇଡେଣ୍ଟିଫାୟାର ରହିବ
ଯାହାଦ୍ୱାରା ଏହାର ପ୍ରକୃତ ସ୍ରଷ୍ଟାଙ୍କୁ ଖୋଜାଯାଇପାରିବ
ଫଳରେ କଣ୍ଟେଣ୍ଟର ସତ୍ୟତାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବ ନାହିଁ
ପ୍ରତି ୩ ମାସରେ ଥରେ ୟୁଜର୍ସଙ୍କୁ ଏଆଇ ନିୟମ ସମ୍ପର୍କରେ ସତର୍କ କରାଯିବ
ଆପେ ଆପେ ଡିପଫେକ୍ କଣ୍ଟେଣ୍ଟକୁ ଚିହ୍ନଟ କରିବା ଭଳି ଟେକ୍ନୋଲୋଜି ବ୍ୟବହାର କରିବେ କମ୍ପାନୀ
ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ କମ୍ପାନି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ
ଫେବ୍ରୁଆରି ୨୦ ତାରିଖରୁ ଲାଗୁ ହେବ ନିୟମ
ଏଆଇ ଟୁଲ ବ୍ୟବହାର କରୁଥିଲେ ଆଗୁଆ ସୂଚନା ଦେବେ କଣ୍ଟେଣ୍ଟ କ୍ରିଏଟର
ଏଅଆଇର ବ୍ୟବହାର ଯୋଗୁ ଫଟୋ, ଭିଡ଼ିଓ, ଅଡ଼ିଓ କଣ୍ଟେଣ୍ଟର ସତ୍ୟତା ଜାଣିବା କଷ୍ଟକର
ଏଆଇ, ଡିପଫେକ୍ ଦ୍ବାରା ସୋସିଆଲ ମଡିଆରେ ମହିଳାମାନେ ନିର୍ଯାତନାର ଶୀକାର ହେଉଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/ai-2026-02-11-08-51-13.jpeg)