କନକ ବ୍ୟୁରୋ : ତେଲ କିଣାବିକାକୁ ନେଇ ରୁଷ-ଭାରତ-ଚୀନ ଓ ଆମେରିକା ମଧ୍ୟରେ ଲାଗିଛି ବିବାଦ । ବିରାଡ଼ି କପାଳକୁ ଶିକା ଛିଡ଼ିବା ଭଳି ବର୍ତ୍ତମାନ ଆମେରିକା ପାଇଁ ଭେନେଜୁଏଲା ବଡ଼ ଲାଭବାନ ହୋଇପାରେ । ଭେନେଜୁଏଲାକୁ କବଜା କରିବା ପରେ ଏହାର ତେଲକୁ ମନଇଚ୍ଛା ବିକ୍ରି କରିବା ପାଇଁ ଯୋଜନା କଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଅଧିକ ପଢ଼ନ୍ତୁ : ପୁଣି ବଢିଲା ଋଷ ଓ ଆମେରିକା ମଧ୍ୟରେ ଉତ୍ତେଜନା: ଭେନେଜୁଏଲା ନିକଟରେ ଋଷ ତେଲ ଜାହାଜକୁ କବଜା କଲା ଆମେରିକା ନୈାସେନା
ରୁଷଠାରୁ ଭାରତ ଓ ଚୀନ ସମେତ ଯେକୌଣସି ରାଷ୍ଟ୍ର ତେଲ କିଣନ୍ତୁ ବୋଲି ଆମେରିକା ଆଦୌ ଚାହୁନି । ଏହା ବନ୍ଦ କରିବା ପାଇଁ ଟାରିଫ୍ ପରେ ଟାରିଫ୍ ଲଗାଉଛି । ଆମେରିକାର ଭେନେଜୁଏଲା ଦଖଲ ପରେ ଟ୍ରମ୍ପଙ୍କ ଭାଗ୍ୟକୁ ସାଥ୍ ମିଳିଛି । ଭେନେଜୁଏଲାର ତେଲ ଭଣ୍ଡାର ଉପରେ ରାଜୁତି ଆରମ୍ଭ କରିଛି ଆମେରିକା । ଅଶୋଧିତ ତେଲ କିଣିବାକୁ ବିଭିନ୍ନ ରାଷ୍ଟ୍ରଙ୍କୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତାବ ଦେଇଛି । ଆମେରିକା ଶକ୍ତି ସଚିବ କ୍ରିଷ୍ଟୋଫର ରାଇଟ୍ସ ଏହି ସୂଚନା ଦେଇଛନ୍ତି । ତେଲ କିଣାବିକା ନେଇ ଶୁକ୍ରବାର ବିଭିନ୍ନ ତେଲ କମ୍ପାନି ସହ ଆମେରିକା ବୈଠକ କରିଛି ଓ କିଛି ସର୍ତ୍ତାବଳୀ ପ୍ରସ୍ତୁତ କରିଛି ।
ତେଲ ଭେନେଜୁଏଲାର, ବିକିବ ଆମେରିକା
- କେଉଁଦେଶ ଭେନେଜୁଏଲାର ତେଲ କିଣିବ, ତାହା ଆମେରିକା ସ୍ଥିର କରିବ
-ତେଲ ବିକା ଲାଭ ଅର୍ଥ ଆମେରିକା ଓ ଭେନେଜୁଏଲା ନେବେ
-ଲାଭ ଅର୍ଥକୁ ଭେନେଜୁଏଲାର ବିକାଶରେ ଲଗାଇବ ଆମେରିକା
-ପ୍ରଥମ ପର୍ୟ୍ୟାୟରେ ୫ କୋଟି ବ୍ୟାରେଲ୍ ତେଲ ବିକାଯିବ
-ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର କୋଟି
-ଆକ୍ରମଣ ପରେ ଧ୍ବଂସ୍ତ କମ୍ପାନିର ମରାମତି କରିବ ଆମେରିକା
-ଉତ୍ପାଦନ, ବିକ୍ରି ଓ ବିତରଣ ସୁରୁଖୁରରେ କରାଯାଇପାରିବ
ଗୋଟିଏ ତୀରରେ ଦୁଇଟି ନିଶାଣ
ଭାରତ ଭେନେଜୁଏଲାର ସବୁଠାରୁ ବଡ଼ ତୈଳ ଗ୍ରାହକଙ୍କ ମଧ୍ୟରୁ ଗୋଟିଏ ଥିଲା
ମୋଟ୍ ତେଲ ଆମଦାନିରୁ ୬% କେବଳ ଭେନେଜୁଏଲାରୁ ଆସୁଥିଲା
ଦୁନିଆର ସବୁଠୁ ଅଧିକ ତେଲ ଭେନେଜୁଏଲା ପାଖରେ ଅଛି
୨୦୧୯ରେ ଆମେରିକା ବଡ଼ ପ୍ରତିବନ୍ଧକ ଲଗାଇଥିଲା
ସେବେଠୁ ତେଲ କିଣାବିକାରେ ପଛରେ ପଡ଼ିଛି ଭେନେଜୁଏଲା
ଟ୍ରମ୍ପଙ୍କ ଏହି ମାଷ୍ଟରଗେମ୍ ଆମେରିକାରକୁ ବିଭିନ୍ନ ଦିଗରୁ ଫାଇଦା ଦେଇପାରେ । ରୁଷ ଉପରେ ଭାରତ ସମେତ ବିଭିନ୍ନ ଦେଶର ନିର୍ଭରଶୀଳତା କମିବ । ଭେନେଜୁଏଲାର ଖଣିଜ ସମ୍ପତ୍ତିକୁ ଅକ୍ତିଆର କରିପାରେ ଆମେରିକା । ତେବେ ଟ୍ରମ୍ପ ନିଜ ପଦକ୍ଷେପକୁ ପ୍ରତିଶୋଧର ନାଁ ଦେବାକୁ ପଛାଇନାହାନ୍ତି । ୧୯୭୬ରେ ଭେନେଜୁଏଲାର ତତ୍କାଳୀନ କାଲୋର୍ସ ଆନ୍ଦ୍ରେ ପରେଜ ସରକାର ଆମେରିକାର ତେଲ କମ୍ପନିକୁ କବଜା କରିଥିଲେ । ଯାହାର ପ୍ରତିଶୋଧ ନେଇ ଆମେରିକା ନିଜ ସମ୍ପତ୍ତି ଫେରାଇ ଆଣିଥିବା କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/10/america-2026-01-10-22-33-14.jpg)