ଆମେରିକା-ଇରାନ୍ ଯୁଦ୍ଧ, ଭାରତ ଉପରେ ପଡ଼ିବ କ’ଣ ପ୍ରଭାବ?

Advertisment

ବଢ଼ୁଥିବା ସଂଘର୍ଷ ଆରବ ଦେଶ ଗୁଡ଼ିକର ଚିନ୍ତାର କାରଣ ହୋଇଛି । ସେମାନେ ଭୟ କରୁଛନ୍ତି ଯେ ଏହି ଯୁଦ୍ଧ ଶକ୍ତି ଯୋଗାଣକୁ ବାଧା ଦେଇପାରେ, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ କେବଳ ଆରବ ଦେଶଗୁଡ଼ିକ ପ୍ରଭାବିତ ହେବେ ତା ନୁହେଁ ଏହି ଯୁଦ୍ଧ ଭାରତକୁ ବି ପ୍ରଭାବିତ କରିବ ।

ବଢ଼ୁଥିବା ସଂଘର୍ଷ ଆରବ ଦେଶ ଗୁଡ଼ିକର ଚିନ୍ତାର କାରଣ ହୋଇଛି । ସେମାନେ ଭୟ କରୁଛନ୍ତି ଯେ ଏହି ଯୁଦ୍ଧ ଶକ୍ତି ଯୋଗାଣକୁ ବାଧା ଦେଇପାରେ, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ କେବଳ ଆରବ ଦେଶଗୁଡ଼ିକ ପ୍ରଭାବିତ ହେବେ ତା ନୁହେଁ ଏହି ଯୁଦ୍ଧ ଭାରତକୁ ବି ପ୍ରଭାବିତ କରିବ ।

America-Iran

America-Iran Photograph: (kanak news)

କନକ ବ୍ୟୁରୋ : ଚରମ ସୀମାରେ ପହଞ୍ଚିଛି ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା । ଇରାନ ଆଡ଼କୁ ଗୋଟିଏ ପରେ ଗୋଟିଏ ଯୁଦ୍ଧଜାହାଜ ପଠାଇ ଚାଲିଛି ଆମେରିକା । କୌଣସି ମୂହୁର୍ତ୍ତରେ ବି ନିଆଯାଇପାରେ ଚରମ ନିଷ୍ପତ୍ତି । ସେପଟେ ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦାବି କରିଛି ଇରାନ । ଆଉ ଏହି ବଢ଼ୁଥିବା ସଂଘର୍ଷ ଆରବ ଦେଶ ଗୁଡ଼ିକର ଚିନ୍ତାର କାରଣ ହୋଇଛି । ସେମାନେ ଭୟ କରୁଛନ୍ତି ଯେ ଏହି ଯୁଦ୍ଧ ଶକ୍ତି ଯୋଗାଣକୁ ବାଧା ଦେଇପାରେ, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ କେବଳ ଆରବ ଦେଶଗୁଡ଼ିକ ପ୍ରଭାବିତ ହେବେ ତା ନୁହେଁ ଏହି ଯୁଦ୍ଧ ଭାରତକୁ ବି ପ୍ରଭାବିତ କରିବ ।

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ଭାରତର ଶକ୍ତି ସୁରକ୍ଷା, ଆଞ୍ଚଳିକ ସ୍ଥିରତା ଓ ଅର୍ଥନୈତିକ ସ୍ୱାର୍ଥ ଉପରେ ଗଭୀର ପ୍ରଭାବ ପଡ଼ିବ । ଏହା ଦ୍ଵାରା ଅଶୋଧିତ ତୈଳ ମୂଲ୍ୟରେ ବି ବଡ଼ ପରିବର୍ତ୍ତନ ଆସିବ, ଏବଂ ଦରଦାମ ବୃଦ୍ଧି ପାଇବ। ଏହା ବ୍ୟତୀତ, ଉପସାଗରୀୟ ଅଞ୍ଚଳରେ କାମ କରୁଥିବା ୮୦ ରୁ ୯୦ ଲକ୍ଷ ଭାରତୀୟଙ୍କ ସୁରକ୍ଷା ବିପଦରେ ପଡ଼ିପାରେ । ଇରାନର ଚାବାହାର ବନ୍ଦରରେ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇପାରେ ।

ଅଧିକ ପଢ଼ନ୍ତୁ---ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା ; ଶରଦ ପାୱାରଙ୍କୁ ଭେଟିଲେ ପାର୍ଥ ପାୱାର

ଇରାନ ବିଶ୍ୱର ତୈଳ ଉତ୍ପାଦନର ୪-୫% ଅବଦାନ ରଖେ । ଯଦି ସେଠାରେ ବିବାଦ ବୃଦ୍ଧି ପାଏ, ତେବେ ତେଲ ମୂଲ୍ୟ ଆକାଶଛୁଆଁ ହୋଇପାରେ । ଭାରତ ତା’ର ତୈଳ ଆବଶ୍ୟକତାର ଏକ ବଡ଼ ଅଂଶ ଇରାନରୁ ଆମଦାନୀ କରେ, ତେଣୁ ଏହା ଭାରତ ପାଇଁ ଏକ ବଡ଼ ସମସ୍ୟା ହେବ। କେବଳ ଏତିକି ନୁହେଁ, ଭାରତର ରପ୍ତାନି, ଯେପରିକି ବାସୁମତୀ ଚାଉଳ, ଫଳ ଓ ବାଦାମ ଉପରେ ପ୍ରଭାବ ପକାଇପାରେ ।

ଭାରତ ରଣନୈତିକ ଓ କୂଟନୈତିକ ସ୍ତରରେ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଆମେରିକାର ଚାପ ଚାବାହାର ବନ୍ଦରରେ ଭାରତର ନିବେଶକୁ ପ୍ରଭାବିତ କରିପାରେ, ଯାହା ମଧ୍ୟ ଏସିଆରେ ଭାରତର ପ୍ରବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉପସାଗରୀୟ ଅଞ୍ଚଳରେ ଆମେରିକାର ବର୍ଦ୍ଧିତ ସାମରିକ ଉପସ୍ଥିତି ସାଉଦି ଆରବ, ୟୁଏଇ ଓ କତାର ଭଳି ଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବିପଦ ବଢ଼ିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe