କନକବ୍ୟୁରୋ : ଇରାନରେ ସରକାର ବିରୋଧୀ ବିକ୍ଷୋଭ ଭୟଙ୍କର ରୂପ ଧାରଣ କରିଛି । ଯେଉଁଥିରେ ମୃତ୍ୟୁ ସଂଖ୍ୟା ୬୦୦ ଟପିଥିବା ମାନବାଧିକାର କର୍ମୀମାନେ ପ୍ରକାଶ କରିଛନ୍ତି । ଏହି ଅଶାନ୍ତି ମଧ୍ୟରେ ଇରାନର ଦୁର୍ବଳ ଅର୍ଥନୀତି ଓ ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କୁ ଅତିଷ୍ଠ କରିଦେଇଛି। ଅନ୍ୟପଟେ, ଇସ୍ରାଏଲ୍-ହମାସ ଯୁଦ୍ଧରେ ଇରାନର ପରୋକ୍ଷ ସମ୍ପୃକ୍ତି ଏବଂ ଆମେରିକା ସହ ବଢୁଥିବା ତିକ୍ତତା ପରିସ୍ଥିତିକୁ ଜଟିଳ କରିଛି ।
ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ବୃଦ୍ଧି କରୁଥିବାରୁ ପାଶ୍ଚାତ୍ୟ ଦେଶଗୁଡିକ ଚିନ୍ତା ପ୍ରକଟ କରିଛନ୍ତି । ଆମେରିକା ଇରାନ ଉପରେ କଠୋର ଆର୍ଥିକ କଟକଣା ଲଗାଇବାକୁ ପ୍ରସ୍ତୁତ ହେଉଥିବା ବେଳେ, ଟ୍ରମ୍ପ କହିଛନ୍ତି, ଇରାନ ଆଲୋଚନା କରିବାକୁ ଚାହୁଁଛି । ଇରାନରେ ଜାରି ରହିଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ହେଉଥିବା ଦମନଲୀଳାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଚେତାବନୀ ଦେଇଛନ୍ତି ।
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ବିବାହର ନିଷ୍ପତ୍ତିରେ ଝିଅର ସ୍ବୀକୃତି ଗୁରୁତ୍ବପୂର୍ଣ୍ଣ
ଟ୍ରମ୍ପ କହିଛନ୍ତି, ଇରାନ ବିରୋଧରେ ଆମେରିକା ସେନା 'ଅତି ଶକ୍ତିଶାଳୀ ବିକଳ୍ପ' ଉପରେ ଗମ୍ଭୀରତାର ସହ ବିଚାର କରୁଛି । ଯଦି ଇରାନ ସରକାର ନିଜ ଲୋକଙ୍କୁ ହତ୍ୟା କରିବା ବନ୍ଦ ନକରନ୍ତି, ତେବେ ଆମେରିକା ସାମରିକ ହସ୍ତକ୍ଷେପ କରିବାକୁ ପଛାଇବ ନାହିଁ। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ହ୍ୱାଇଟ ହାଉସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଅନ୍ୟପଟେ ଇରାନ ପକ୍ଷରୁ କୁହାଯାଇଛି, ଯଦି ଆମେରିକା କୌଣସି ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନା ଶିବିର ଓ ଜାହାଜଗୁଡ଼ିକ ଉପରେ ପାଲଟା ଆକ୍ରମଣ କରାଯିବ।
ଅଶାନ୍ତ ଇରାନ୍
ବିକ୍ଷୋଭରେ ଏପର୍ଯ୍ୟନ୍ତ ୬୪୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା
ଇରାନର ମୁଦ୍ରା ‘ରିଆଲ୍’ ମୂଲ୍ୟରେ ପ୍ରବଳ ହ୍ରାସ ଘଟି ଅର୍ଥନୀତି ସଙ୍କଟରେ
ଆମେରିକା ଇରାନ ଉପରେ ନୂତନ ଏବଂ କଠୋର ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି
ଟ୍ରମ୍ପ କହିଛନ୍ତି, ଇରାନ ବଞ୍ଚିବା ପାଇଁ ଆମେରିକା ସହ ବୁଝାମଣା ଚାହୁଛି
ଇରାନ ଭିତରେ ମାନବାଧିକାର ଉଲ୍ଲଂଘନକୁ ନେଇ ବିଶ୍ୱସ୍ତରରେ ନିନ୍ଦା
ତେହେରାନରେ ଥିବା ସବୁଠୁ ବଡ଼ ମସଜିଦରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ
ସାମରିକ ଆକ୍ରମଣର ସଙ୍କେତ ଦେଇଛନ୍ତି ଡୋନାଲଡ ଟ୍ରମ୍ପ
ହଜାର ହଜାର ଲୋକଙ୍କୁ ଗିରଫ କରିଛି ଖାମନେଇ ସରକାର
ଇତି ମଧ୍ୟରେ ଭାରତ କହିଛି ଯେ ଏହା ଇରାନ ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ନିରୀକ୍ଷଣ କରୁଛି। ଇରାନରେ ରହୁଥିବା ଭାରତୀୟ ନାଗରିକମାନେ ବିନା କାରଣରେ ବାହାରେ ନବୁଲିବାପାଇଁ ସରକାର ଅନୁରୋଧ କରିଛନ୍ତି। ବିଦେଶ ସଚିବ ବିକ୍ରମ ମିସ୍ରି ଏକ ସତନ୍ତ୍ର ବିବୃତି ଜାରି କରି କହିଛନ୍ତି ଯେ ଇରାନରେ ଜାରି ରହିଥିବା ସ୍ଥିତି ଉପରେ ଭାରତ କଡ଼ା ନଜର ରଖିଛି। ଇରାନରେ ଏବେ ବହୁ ସଂଖ୍ୟାରେ ଭାରତୀୟ ନାଗରିକ ଏବଂ ଛାତ୍ର ରହୁଥିବା ମିସ୍ରି କହିଛନ୍ତି ।
ତେବେ ଇରାନରେ ବ୍ୟାପକ କଟକଣା ସତ୍ତ୍ବେ ଭାରତୀୟ ସମୁଦାୟଙ୍କ ସହ ଆମ ଦୂତାବାସର ଯୋଗାଯୋଗ ହୋଇପାରିଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି ଓ କୌଣସି ପ୍ରକାର ସମସ୍ୟାରେ ପଡ଼ିନାହାନ୍ତି। ଉଲ୍ଲେଖଯୋଗ୍ୟ, ଦରବୃଦ୍ଧିକୁ ବିରୋଧ କରି ଇରାନରେ ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ଏବେ ଅତି ଭୟଙ୍କର ରୂପ ନେଇଛି। ଆମେରିକାର ଏକ ହ୍ୟୁମାନ ରାଇଟ୍ସ ଆକ୍ଟିଭିଷ୍ଟ୍ସ ନ୍ୟୁଜ୍ ଏଜେନ୍ସି ( ଏଚ୍ଆରଏଏନଏ) ଅନୁଯାୟୀ ଇରାନରେ ସରକାର ବିରୋଧୀ ବିଦ୍ରୋହ ସମୟରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୦,୬୦୦ ଲୋକ ଅଟକ ରହିଛନ୍ତି । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୪୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪୮ ଜଣ ହେଉଛି ସୁରକ୍ଷାବାହିନୀର ସଦସ୍ୟ ।
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/13/iranm-2026-01-13-08-09-34.jpg)