କନକବ୍ୟୁରୋ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ବିବାହ ସଂପର୍କିତ ନିଷ୍ପତ୍ତିରେ ଝିଅର ସ୍ବୀକୃତି ଗୁରୁତ୍ବପୂର୍ଣ୍ଣ । ଅଭିଭାବକ ମାନେ ବିବାହ ସଂପର୍କିତ ନିଷ୍ପତ୍ତି ନେବା ପୂର୍ବରୁ ଏହି ପ୍ରସଙ୍ଗରେ ଝିଅର ସ୍ବୀକୃତି ନେବା ନିଶ୍ଚିତ ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି । ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା : ଅର୍ପିତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ । ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ । ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ । ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/13/highcourt-2026-01-13-07-54-09.jpg)