ଇରାନ-ଆମେରିକା ମଧ୍ୟରେ ଜେନେଭା ଆଲୋଚନାରେ ଅଗ୍ରଗତି; ଆସନ୍ତା ସପ୍ତାହରେ ଭିଏନାରେ ବୈଷୟିକ ସ୍ତରୀୟ ଆଲୋଚନା

Advertisment

ଇରାନ ଆମେରିକାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ବିକାଶ କରୁଥିବା ଟ୍ରମ୍ପଙ୍କ ଦାବିକୁ ଆମେରିକା ଗୁଇନ୍ଦାର ପ୍ରତ୍ୟାଖ୍ୟାନ । ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନା ଜେନେଭାଠାରେ ଗୁରୁବାର ଶେଷ ହୋଇଛି ।

ଇରାନ ଆମେରିକାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ବିକାଶ କରୁଥିବା ଟ୍ରମ୍ପଙ୍କ ଦାବିକୁ ଆମେରିକା ଗୁଇନ୍ଦାର ପ୍ରତ୍ୟାଖ୍ୟାନ । ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନା ଜେନେଭାଠାରେ ଗୁରୁବାର ଶେଷ ହୋଇଛି ।

America

America Photograph: (Google)

କନକ ବ୍ୟୁରୋ:  ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ଆମେରିକାକୁ ଆକ୍ରମଣ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରୁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି କାରଣ ଏହି ଦାବିକୁ ଆମେରିକୀୟ ଗୁଇନ୍ଦା ବିଭାଗ ସମର୍ଥନ କରିନାହିଁ ବୋଲି ରଏଟର୍ସ ଏହାର ରିପୋର୍ଟରେ ପ୍ରକାଶ କରିଛି । ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ନେଇ ତୃତୀୟ ପର୍ଯ୍ୟାୟ ଆଲୋଚନା ଜେନେଭାଠାରେ ଗୁରୁବାର ଶେଷ ହୋଇଛି । ଏହି କଥାବାର୍ତ୍ତାରେ ମଧ୍ୟସ୍ଥତା କରୁଥିବା ଓମାନ ବିଦେଶ ମନ୍ତ୍ରୀ ସୟିଦ ବଦର୍‌ ଅଲବୁସାଇଦି ଦୁଇ ପକ୍ଷ ମଧ୍ୟରେ ଆଲୋଚନାରେ ଅଗ୍ରଗତି ଘଟିଥିବା ନେଇ ସୂଚନା ଦେଇଛନ୍ତି । କିନ୍ତୁ ଯୁଦ୍ଧ ଏଡାଇ ପାରିବା ପରି ଚୁକ୍ତିର ସମ୍ଭାବନା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଲବୁସାଇଦି କହିଛନ୍ତି ଦୁଇ ପକ୍ଷ ନିଜ ଦେଶ ସହିତ ଆଲୋଚନା ପରେ ପୁଣି ଥରେ ଆଲୋଚନା କରିବାକୁ ଯୋଜନା ରଖିଛନ୍ତି । ଆସନ୍ତା ସପ୍ତାହରେ ଭିଏନାରେ ବୈଷୟିକ ସ୍ତରୀୟ ଆଲୋଚନା ହେବ । ଅଲବୁସାଇଦି ଶୁକ୍ରବାର ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ: ଖାମେନି ଓ ତାଙ୍କ ପୁଅକୁ ଟାର୍ଗେଟ କରିବାକୁ ଆମେରିକା ସେନାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ

ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ବୈଠକରେ ତେହେରାନର ପ୍ରତିନିଧିତ୍ବ କରୁଥିବାବେଳେ ଆଲୋଚନାରେ ଭଲ ଅଗ୍ରଗତି ହୋଇଛି ବୋଲି କହିଛନ୍ତି। କେତେକ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିବାବେଳେ ଅନ୍ୟ କେତେକ ପ୍ରସଙ୍ଗ ମତଭେଦ ଜାରି ରହିଛି ବୋଲି କହିଛନ୍ତି। ତେବେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ମଧ୍ୟରେ ଇରାନ ଉପରେ ଯେଉଁ ଯୁଦ୍ଧ ବାଦଲ ରହିଥିଲା ତାହା ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚୁକ୍ତି କରିବାକୁ ୧୦ ଦିନ ସମୟ ଦେଇଥିବାବେଳେ ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ୨୦୦୩ ଇରାକ୍‌ ଯୁଦ୍ଧ ପରେ ଆମେରିକା ଏଠାରେ ସର୍ବାଧିକ ସାମରିକ ଶକ୍ତି ଠୁଳ କରିଛି। ଇରାନ ଗୋପନୀୟ ଭାବେ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ଆମେରିକା ଦାବି କରିଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe