କନକ ବ୍ୟୁରୋ: ବିଶ୍ୱ ଯୁଦ୍ଧର ଆଶଙ୍କା ମଧ୍ୟରେ ସବୁଠାରୁ ବଡ଼ ଖବର । ଇରାନର ପରମାଣୁ କେନ୍ଦ୍ର ଉପରେ ହୋଇପାରେ ଭୟଙ୍କର ଆକ୍ରମଣ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଇରାନକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏନେଇ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିବା ବେଳେ, କୁହାଯାଉଛି ଶନିବାର ଦିନ ଇରାନ୍ ଉପରେ ଆମେରିକା ଆକ୍ରମଣ କରିପାରେ ।

Advertisment

ଇରାନ ବିରୋଧରେ ଏକ ବଡ଼ ଧରଣର ସାମରିକ ଅଭିଯାନ ପାଇଁ ସଜବାଜ ହେଉଛନ୍ତି ଟ୍ରମ୍ପଙ୍କ ସେନା । ବିଶେଷ କରି ଇରାନର ପରମାଣୁ ପ୍ରକଳ୍ପଗୁଡ଼ିକୁ ଧ୍ୱଂସ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଆମେରିକାର ଗୁଇନ୍ଦା ବିଭାଗ ଓ ସାମରିକ ରଣନୀତିକାରମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ଅବଗତ କରାଇଛନ୍ତି।

 ଅଧିକ ପଢ଼ନ୍ତୁ : ଆଧୁନିକ ଶୈଳୀରେ କେଶ ଅବା ଦାଢ଼ି କାଟିଲେ ବାରିକଙ୍କୁ ଜେଲ୍ ଦଣ୍ଡାଦେଶ: ତାଲିବାନୀ ଶାସକଙ୍କ ନୂଆ ଆଇନ


ଜଳ, ସ୍ଥଳ ଏବଂ ଆକାଶ ତିନି ମାର୍ଗରୁ ଇରାନ ଉପରେ ବୋମା ବର୍ଷଣ କରିବାକୁ ଆମେରିକାର ଯୋଜନା 
ଇରାନର ପରମାଣୁ କେନ୍ଦ୍ର ଏବଂ ଗୁପ୍ତ ପରମାଣୁ ବଙ୍କରଗୁଡ଼ିକୁ ଲକ୍ଷ୍ୟ ରଖାଯାଇଛି
ଅପରେସନରେ ଇସ୍ରାଏଲର ପ୍ରତ୍ୟକ୍ଷ ସହଭାଗିତା ଥିବା ନେଇ ସନ୍ଦେହ କରାଯାଉଛି


ଇରାନର ବାରମ୍ବାର ଧମକ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଯଦି ଆକ୍ରମଣ ହୁଏ, ତେବେ ଏହା କେବଳ ମଧ୍ୟପ୍ରାଚ୍ୟ ନୁହେଁ ବରଂ ସମଗ୍ର ବିଶ୍ୱର ଅର୍ଥନୀତି ଓ ଶାନ୍ତି ଉପରେ ଗମ୍ଭୀର ପ୍ରଭାବ ପକାଇବ । ଟ୍ରମ୍ପଙ୍କୁ ଦିଆଯାଇଥିବା ଏହି ବ୍ରିଫିଙ୍ଗ୍ ପରେ ସ୍ପଷ୍ଟ ହେଉଛି, ଆଗାମୀ ଦିନରେ ଇରାନ ସରକାର ଏକ ବଡ଼ ବିପଦର ସାମ୍ନା କରିବାକୁ ଯାଉଛନ୍ତି। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱର ନଜର ୱାଶିଂଟନ ଓ ତେହେରାନ ଉପରେ ରହିଛି ।