Venezuela Photograph: (KanakNews)
କନକ ବ୍ୟୁରୋ: ଭେନଜୁଏଲାର ଆଉ ଏକ ତେଲ ଟ୍ୟାଙ୍କରକୁ ଜବତ କରିଛି ଆମେରିକା । ୟୁଏସ୍ ସଦର୍ଣ୍ଣ କମାଣ୍ଡ ଏ ସମ୍ପର୍କିତ ଏକ ଫୁଟେଜ୍ ଜାରି କରିଛି । ଯେଉଁଥିରେ ଆମେରିକାର କମାଣ୍ଡୋ ଜୋରଜବରଦସ୍ତ ଭେନଜୁଏଲାର ତେଲ ଟ୍ୟାଙ୍କରକୁ ଜବତ କରିଥିବା ଜଣାପଡୁଛି । କାରିବିଆନ୍ ସମୁଦ୍ରରେ ଭେନେଜୁଏଲାର ଏହି ତେଲ ଟ୍ୟାଙ୍କରକୁ ସିଜ୍ କରିଛନ୍ତି ଆମେରକାର ଯବାନ ମାନେ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମଚାଡୋଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାର ଠିକ୍ ପୂର୍ବରୁ ଆମେରିକା ଫୋର୍ସ ତେଲ ଟ୍ୟାଙ୍କର ଜବତ କରିଛନ୍ତି । ଡିସେମ୍ବର ମଧ୍ୟଭାଗରୁ ଏପର୍ଯ୍ୟନ୍ତ ଆମେରିକା ଜବତ କରିଥିବା ଏହା ହେଉଛି ଷଷ୍ଠ ଭେସେଲ୍ ।
ଏପଟେ ଟ୍ରମ୍ପଙ୍କୁ ଡରାଇଲା ଇରାନ୍ । ଖୋଲାଖୋଲି ହତ୍ୟା କରିବାକୁ ଧମକ ଦେଇ ଇରାନ୍ କହିଛି, ଏଥର ଗୁଳି ଠିକ୍ ଜାଗାରେ ବାଜିବ । ଇରାନରେ ସରକାର ବରୋଧୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଉସୁକାଇ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛନ୍ତି । ଇରାନର ରାଷ୍ଟ୍ରାୟତ୍ତ ଟିଭିରେ ଏନେଇ ଚେତାବନୀ ଦିଆଯାଇଛି । ଟିଭିରେ ୨୦୨୪ରେ ଟ୍ରମ୍ପଙ୍କ ଉପରେ ପେନସିଲଭାନିଆରେ ହୋଇଥିବା ହତ୍ୟା ଉଦ୍ୟମର କ୍ଲିପ୍ ପ୍ଲେ କରାଯାଇଛି । ଚଳିତ ଥର ଗୁଳି ଆଉ ଟାର୍ଗେଟ୍ ମିସ୍ କରିବନି । ଏଥର ଠିକ୍ ଜାଗାରେ ଗୁଳି ବାଜିବ ବୋଲି କୁହାଯାଇଛି । ୨୦୨୪ ଜୁଲାଇ ୧୩ ତାରିଖରେ ଟ୍ରମ୍ପଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିଲା । ପେନସିଲଭାନିଆର ବୁଟଲେରରେ ସେ ଏକ ପ୍ରଚାର ରୢାଲିରେ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
Follow Us