କନକ ବ୍ୟୁରୋ : ବଦଳିଲା ୟୁପିଏସସି ପରୀକ୍ଷା ନିୟମ । ସିଭିଲ୍ ସର୍ଭିସ ପରୀକ୍ଷା (ସିଏସ୍‌ଇ) ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ କମିସନ ନିୟମାବଳୀରେ ବ୍ୟାପକ ସଂଶୋଧନ କରି ପୂର୍ବରୁ ବିଭିନ୍ନ ସେବାରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ନୂଆ କଟକଣା ଲଗାଇଛନ୍ତି ।

Advertisment

ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ସ୍ପଷ୍ଟ ହୋଇଛି। ନୂତନ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆଇଏଏସ୍ କିମ୍ବା ଆଇଏଫଏସ୍ ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି, ସେମାନେ ସିଏସ୍‌ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରାଥମିକ ପରୀକ୍ଷା (ପ୍ରିଲିମ୍) ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ ମୁଖ୍ୟ ପରୀକ୍ଷା ଦେବାକୁ ଅଯୋଗ୍ୟ ବିବେଚିତ ହେବେ ।

ଅଧିକ ପଢନ୍ତୁ: ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଡିଜିଟାଲ ଟେକ୍ନୋଲୋଜି ଆପଣାଇବ ୟୁପିଏସସି । ଇ ଆଡମିଟ୍ କାର୍ଡ ପାଇଁ ରହିବ କ୍ୟୁଆର କୋର୍ଡ ବ୍ୟବସ୍ଥା

ବଦଳିଲା ୟୁପିଏସସି ପରୀକ୍ଷା ନିୟମ
ଆଇପିଏସ୍ ଅଧିକାରୀମାନେ ପୁନର୍ବାର ଆଇପିଏସ୍ ସେବା ଚୟନ କରିପାରିବେ ନାହିଁ
ସେମାନଙ୍କୁ କେବଳ ଆଇଏଏସ୍ ଆଇଏଫ୍ଏସ୍ କିମ୍ବା ଅନ୍ୟାନ୍ୟ ଗ୍ରୁପ୍-ଏ ପାଇଁ ବିଚାର କରାଯାଇପାରିବ
ସିଏସ୍‌ର ୨୦୨୬ ନିଯୁକ୍ତି ପାଇଲେ ସେମାନଙ୍କୁ ରାଙ୍କ ସୁଧାରିବା ପାଇଁ କେବଳ ଗୋଟିଏ ଥର ସୁଯୋଗ ମିଳିବ
ପରେ ଚାକିରିରୁ ଇସ୍ତଫା ନ ଦେଇ ୨୦୨୮ କିମ୍ବା ତା'ପରବର୍ତ୍ତୀ କୌଣସି ପରୀକ୍ଷାରେ ବସିପାରିବେ ନାହିଁ
ଆଇଏଏସ୍, ଆଇଏଫ୍ଏସ୍, ଆଇପିଏସ୍ ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ସ୍ପଷ୍ଟ ହୋଇଛି
୨୦୨୫ କିମ୍ବା ତା’ ପୂର୍ବ ବ୍ୟାଚ୍‌ର ଅଧିକାରୀଙ୍କ ପାଇଁ ୨୦୨୬ ଓ ୨୦୨୭ରେ ଶେଷ ପରୀକ୍ଷା ଦେଇପାରିବେ
ସିଏସ୍‌ଇ ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି
ଚଳିତ ବର୍ଷ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 
ପ୍ରାଥମିକ ପରୀକ୍ଷା (ପ୍ରିଲିମ) ମେ ୨୪, ୨୦୨୬ ରେ ଅନୁଷ୍ଠିତ ହେବ।