କନକ ବ୍ୟୁରୋ: ପୁଣି ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ। ସୁନ୍ଦରଗଡ଼ ଜିଲ୍ଲାରେ ଉପରମୁହାଁ ସ୍କ୍ରବ ଟାଇଫସ । ଜାନୁଆରିରୁ ଏବେ ପର୍ଯ୍ୟନ୍ତ ୧୫୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ୧୭ଟି ବ୍ଲକ ଓ ସମସ୍ତ ସହରାଞ୍ଚଳରୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨ ମୃତକଙ୍କ ମଧ୍ୟରୁ ଜଣେ ବଡ଼ଗାଁ ଅଂଚଳର ଅନ୍ୟଜଣେ ରାଉରକେଲା ସହରାଞ୍ଚଳର । ୭ ହଜାର ୩୫୮ ଜଣଙ୍କ ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୫୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସ୍କ୍ରବ ଟାଇଫସର ସ୍ଥିତି ସାମନ୍ୟ ଅଛି ଏବଂ ଲୋକଙ୍କୁ ସଚେତନ କରିବା ସହିତ ଔଷଧ ମହଜୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟଚିକତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ।
ସ୍କ୍ରବ ଟାଇଫସ୍ ସଂକ୍ରମଣକୁ ନେଇ କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ । ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ଖାଲି ପାଦରେ ବୁଲିବା ସଂକ୍ରମଣର କାରଣ

Advertisment

ସ୍କ୍ରବ ଟାଇଫସ୍ ସଂକ୍ରମଣ କାହିଁକି ବ୍ୟାପୁଛି ? 
 ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବାଆସିବା କରିବା ସଂକ୍ରମଣର କାରଣ ବୋଲି ରିପୋର୍ଟରୁ ଜଣାପଡ଼ିଛି ।  ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ସଂଗୀନ ରହିଛି ।  ୨୦୨୩ରେ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବା ସହିତ ୪ଜଣଙ୍କ ମୃତ୍ୟୁ ହୋଇଥିଲା ।  ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା  । ହେଲେ ଏହି ରିପୋର୍ଟ କେବଳ ସୁନ୍ଦରଗଡ଼ ପାଇଁ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଗମ୍ଭୀର ସ୍ଥିତିକୁ ସୂଚୀତ କରିଥିଲା  ।  

ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ

୨୦୨୩ର  କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ
- ସୁନ୍ଦରଗଡ଼ରେ ୪ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ
- କୋଇଡ଼ା ବ୍ଲକକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ଲକ୍ ପ୍ରଭାବିତ
- ୧୫ବର୍ଷରୁ କମ୍ ୩୦%, ୩୧-୪୫ବର୍ଷର ୨୩% ଓ ୪୬-୭୦ବର୍ଷର ୧୭% ଆକ୍ରାନ୍ତ
- ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ଘାସରେ ବସିବା-ଶୋଇବା, ଖାଲି ପାଦରେ ଯିବାଆସିବା କରିଛନ୍ତି
- ୪୯% ଲୋକ ବାହାରେ ମଳ ତ୍ୟାଗ କରିଛନ୍ତି
- ୪ ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଟେଷ୍ଟିଂରେ ବିଳମ୍ବ
- ମୃତକଙ୍କ ବୟସ ୨୮-୬୫ବର୍ଷ ଭିତରେ ରହିଛି