କନକ ବ୍ୟୁରୋ: ଉତ୍ତର ପ୍ରଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ପରେ, ନିର୍ବାଚନ କମିଶନ ଏକ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏହି ଡ୍ରାଫ୍ଟ ତାଲିକାରେ ମୋଟ ୨ କୋଟି ୮୯ ଲକ୍ଷ ଭୋଟରଙ୍କ ନାଁକୁ ହଟାଯାଇଛି । କମିସନଙ୍କ ଅନୁଯାୟୀ, ଏହି ତାଲିକା ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା SIR ପ୍ରକ୍ରିୟାର ଏକ ଅଂଶ ଭାବରେ ପ୍ରସ୍ତୁତ କରାଯାଇଥିଲା, ଯାହାକି ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିଲା।
ତେବେ ଜାଣିରଖିବା ଉଚିତ ଯେ, ଉତ୍ତର ପ୍ରଦେଶରେ ଭୋଟର ଲିଷ୍ଟର ଏହି ଡ୍ରାଫ୍ଟ ତାଲିକା ତିନି ଥର ସ୍ଥଗିତ ରହିବା ପରେ ଆଜି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାର କପି ସମସ୍ତ ରାଜନୈତିକ ଦଳକୁ ବଣ୍ଟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ୧୮ ପ୍ରତିଶତ ଭୋଟର ସେମାନଙ୍କର ଫର୍ମ ଦାଖଲ କରି ନାହାଁନ୍ତି।
ଆହୁରି ପଢ଼ନ୍ତୁ : ସେଲ୍ ଦ୍ବାରା ୨୦୨୫ ଡିସେମ୍ବର ମାସରେ ସର୍ବକାଳୀନ ଶ୍ରେଷ୍ଠ ବିକ୍ରୟ ରେକର୍ଡ
ସେ କହିଥିଲେ ଯେ ପୂର୍ବରୁ, ଉତ୍ତର ପ୍ରଦେଶରେ ପ୍ରାୟ ୧୫ କୋଟି ଭୋଟର ଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୨ କୋଟି ୫୫ ଲକ୍ଷ (୮୧.୩୦%) ନିଜେ କିମ୍ବା ପରିବାରର ସଦସ୍ୟଙ୍କ ମାଧ୍ୟମରେ ଗଣନା ଫର୍ମରେ ଦସ୍ତଖତ କରି ଦାଖଲ କରିଥିଲେ। ତେବେ ଏହି ଏସଆଇଆର ପ୍ରକ୍ରିୟା ସମୟରେ...
- ୪୬.୨୩ ଲକ୍ଷ ଭୋଟର (୨.୯୯ ପ୍ରତିଶତ) ମୃତ ବୋଲି ଜଣାପଡ଼ିଛି
- ୨.୧୭ କୋଟି ଭୋଟର ଅନୁପସ୍ଥିତ ( ୧୪.୦୬ ପ୍ରତିଶତ) କିମ୍ବା ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଛନ୍ତି
- ଗୋଟିଏରୁ ଅଧିକ ସ୍ଥାନରେ ୨୫.୪୭ ଲକ୍ଷ ଭୋଟର ( ୧.୬୫ ପ୍ରତିଶତ ) ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି
ଏହି କାରଣଗୁଡ଼ିକ ପାଇଁ ଡ୍ରାଫ୍ଟ ତାଲିକାରୁ ୨ କୋଟି ୮୯ ଲକ୍ଷ ନାଁକୁ ବାଦ୍ ଦିଆଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏକ ମତଦାନ କେନ୍ଦ୍ରରେ ପୂର୍ବ ୧୫୦୦ ତୁଳନାରେ ଏବେ ୧୨୦୦ ରୁ ଅଧିକ ଭୋଟର ରହିବେ ନାହିଁ। ଏହି କାରଣରୁ, ନୂତନ ମତଦାନ କେନ୍ଦ୍ର ମଧ୍ୟ ସୃଷ୍ଟି କରାଯାଇଥିଲା, ଯେଉଁଥିରେ ଅତିରିକ୍ତ ସମୟ ଲାଗିଥିଲା।
ତେବେ ନିର୍ବାଚନ କମିସନ ଜାନୁଆରୀ ୬ରୁ ଫେବୃଆରୀ ୬ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ କରିବା ପାଇଁ ସମୟ ଦେଇଛନ୍ତି। ଯେଉଁ ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ, ସେମାନେ ଏହି ସମୟ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ସହିତ ଏକ ଫର୍ମ ପୂରଣ କରି ସେମାନଙ୍କର ନାମ ପୁନଃ ଅନ୍ତର୍ଭୁକ୍ତ କରିପାରିବେ। ଫେବୃଆରୀ ୨୭ ସୁଦ୍ଧା ସମସ୍ତ ଦାବି ଏବଂ ଆପତ୍ତିର ସମାଧାନ କରାଯିବ ଏବଂ ମାର୍ଚ୍ଚ ୬, ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/05/sir-2025-08-05-15-23-24.jpg)