କନକ ବ୍ୟୁରୋ : ମହାରନ୍ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ୨୦୨୫ ଡିସେମ୍ବର ମାସରେ ୨.୧ ନିୟୁତ ଟନ୍ ବିକ୍ରୟ ପରିମାଣ ହାସଲ କରି ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛି । ଯାହା ଦ୍ବାରା ଡିସେମ୍ବର ୨୦୨୪ ରେ ହାସଲ ହୋଇଥିବା ୧.୫ ନିୟୁତ ଟନ ବିକ୍ରୟ ପରିମାଣ ତୁଳନାରେ ପ୍ରାୟ ୩୭ % ର ବିଶାଳ ଅଭିବୃଦ୍ଧି ହାସଲ ହୋଇଛି । ଏହା ଡିସେମ୍ବର ମାସ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଏବଂ କମ୍ପାନୀ ଗୁରୁତ୍ଵପୂର୍ଣ୍ଣ ଇନଭେଣ୍ଟରୀ ହ୍ରାସ ସହିତ ଉତ୍ପାଦ ବର୍ଗ ଏବଂ ବିଭିନ୍ନ ବିକ୍ରୟ ମାଧ୍ୟମଗୁଡ଼ିକରେ ନୂତନ ଶିଖର ଛୁଇଁଛି । ଗ୍ରାହକ ବିତରଣ ଉପରେ ଦୃଢ଼ ଧ୍ୟାନ ବଜାୟ ରଖ୍ କାର୍ଯ୍ୟଦକ୍ଷତାକୁ ଆହୁରି ଉତ୍ସାହିତ କରାଯାଇପାରିଛି । ସେଲ୍ ସମ୍ପ୍ରତି ଏକ ନୂତନ ଶକ୍ତି ସହିତ ବ୍ରାଣ୍ଡିଂ ପଦକ୍ଷେପ ମଧ୍ଯ ଗ୍ରହଣ କରୁଛି ।
ଏହି ମାସର ପ୍ରଦର୍ଶନ ସେଲକୁ ଆର୍ଥିକ ବର୍ଷ ୨୦୨୫-୨୬ ରେ ଏହାର ଅଭିବୃଦ୍ଧି ଗତି ବଜାୟ ରଖିବାରେ ସହାୟକ ହୋଇଛି ଏବଂ ଏପ୍ରିଲରୁ ଡିସେମ୍ବର' ୨୦୨୫ ମଧ୍ଯରେ ବିକ୍ରୟ ପରିମାଣ ୧୪.୭ ନିୟୁତ ଟନରେ ପହଞ୍ଚିଛି । ତଥା ଅନୁରୂପ ପୂର୍ବ ବର୍ଷ ଅବଧୂର ୧୨.୬ ନିୟୁତ ଟନ ବିକ୍ରୟ ପରିମାଣ ତୁଳନାରେ ପ୍ରାୟ ୧୭% ଅଭିବୃଦ୍ଧି ହାସଲ ହୋଇଛି । ଏହା ଘରୋଇ ବଜାର କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିବା ବ୍ୟତୀତ, ରପ୍ତାନି ପରିମାଣ ମଧ୍ଯ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି, ଯାହା ସେଲର ବର୍ଦ୍ଧିତ ବିଶ୍ବ ଫୁଟ ପ୍ରିଣ୍ଟକୁ ପ୍ରତିଫଳିତ କରିଛି ।
ଅଧିକ ପଢ଼ନ୍ତୁ : ପ୍ରଦୂଷଣ ପାଇଁ ଟୁଇନ୍ ସିଟିରେ ଲାଗିଲା କଟକଣା ; ସନ୍ଧ୍ୟା ୬ରୁ ସକାଳ ୧୦ ହେବନି ନିର୍ମାଣ କାମ
ଉପରୋକ୍ତ ନିରନ୍ତର ଉନ୍ନତି ସେଲର ସୁଦୃଢ଼ ବଜାର ଉପସ୍ଥିତି, ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଦର୍ଶାଉଛି । ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ସେଲର ରେକର୍ଡ ସଫଳତା ନା କେବଳ ଭାରତରେ ଅଗ୍ରଣୀ ଇସ୍ପାତ ନିର୍ମାତାଙ୍କ ମଧ୍ୟରେ କମ୍ପାନୀର ସ୍ଥିତିକୁ ସୁଦୃଢ଼ କରିବ । ବରଂ ବିଶ୍ବ ସ୍ତରରେ ଶ୍ରେଷ୍ଠ ଇସ୍ପାତ କମ୍ପାନୀମାନଙ୍କ ମଧ୍ୟରେ ଏହାର ସ୍ଥିତିକୁ ଉଚ୍ଚ ସ୍ତରକୁ ନେବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/06/sail-2026-01-06-16-21-38.jpeg)