କନକ ବ୍ୟୁରୋ : ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ଆଶା ବାନ୍ଧି ବସିଛନ୍ତି ୪ଟି ବ୍ଲକର ଲୋକେ । ହେଲେ ପ୍ରକଳ୍ପ ଦାୟିତ୍ବରେ ଥିବା ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଘରକୁ ପାଣି ପହଞ୍ଚୁନି । ଅବଧି ପୁରିବାକୁ ବସିଲାଣି, ଅଧା କାମ ବି ସରିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।
ଜଗତସିଂହପୁର ଜିଲ୍ଲା ମଣିଜଙ୍ଗଳ ଠାରେ ଚାଲଛି ମେଗା ପାନୀୟଜଳ ପ୍ରକଳ୍ପ କାମ। ମହାନଦୀରୁ ପାଣି ଉଠାଇ ତାକୁ ବିଶୋଧନ କରି ଏରସମା, କୁଜଙ୍ଗ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକକୁ ପାଣି ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ମଞ୍ଜୁର ହେଲା ୪୮୦କୋଟି ଟଙ୍କା। ନିର୍ମାଣ ଦାୟିତ୍ବ ରହିଲା ଘରୋଇ ଠିକା ସଂସ୍ଥା ଉପରେ। ୫ ବର୍ଷ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଗଲା। ଅବଧି ପୁରିବାକୁ ବସିଲାଣି ୪୦ ପ୍ରତିଶତ କାମ ବି ସରିନି । ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବା ଯୋଗୁଁ ୫୪୪ଟି ଗାଁର ଆଶା ନିରାଶାରେ ପରିଣତ ହୋଇଛି । ଅନ୍ୟପଟେ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦବେଗ ପ୍ରକାଶ କରିବା ସହ ଆସନ୍ତା ଏପ୍ରିଲ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆର୍ଡବ୍ଲୁଏସଏସ୍ ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥାର କର୍ମଚାରୀଙ୍କ ମତରେ ବୈଷୟିକ କାରଣ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି। ଶ୍ରମିକ ସଂଖ୍ୟା ବୃଦ୍ଧି କରାଯାଇ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ।
ଅଧିକ ପଢ଼ନ୍ତୁ : ମିଳୁଛି ତ ଶୁଦ୍ଧ ପାନୀୟଜଳ? ଘାରିଲାଣି ଝାଡ଼ାବାନ୍ତି ଆଶଙ୍କା
ଖରାଦିନ ଆସୁଛି, ଲୋକ ଜଳ ଯନ୍ତ୍ରଣାରେ ଛଟପଟ ହେବେ। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପ୍ରକଳ୍ପ କାମ ସାରି ସବୁ ଗାଁକୁ ପାଣି ପହଞ୍ଚିବା ଦିଗରେ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/water-2026-01-01-18-04-46.jpg)