Photograph: (kanaknews)
କନକବ୍ୟୁରୋ : ବାଂଲାଦେଶରେ ତେଜୁଛି ହିନ୍ଦୁ ବିରୋଧୀ ହିଂସା। ଆଉ ଜଣେ ସଂଖ୍ୟାଲଘୁ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ୨୮ ବର୍ଷୀୟ ସମିର କୁମାର ଦାସ। ସେ ଜଣେ ଅଟୋ ଚାଳକ ଭାବେ କାମ କରୁଥିଲେ । ଗତ ରବିବାର ରାତିରେ ଘରକୁ ଫେରିବା ବେଳେ କିଛି ଦୁର୍ବୃତ୍ତ ସମୀରଙ୍କୁ ପିଟି ପିଟି ହତ୍ୟା କରିବା ସହ ତାଙ୍କ ଅଟୋ ରିକ୍ସା ନେଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାରର କହିବା ଅନୁଯାୟୀ, ସମୀର ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଅଟୋରିକ୍ସା ନେଇ ଘରୁ ବାହାରିଥିଲେ । ରାତି ବହୁତ ବିଳମ୍ବ ହେବା ପରେ ମଧ୍ୟ ସେ ଫେରି ନଥିବାରୁ ଘର ଲୋକ ଖୋଜିବା ଆରମ୍ଭ କରିଥିଲେ ।
ପଟ୍ଟାମୁଣ୍ଡାଇରେ ମାଆ-ପୁଅଙ୍କୁ ଏସିଡ୍ ମାଡ଼ ; ଗୁରୁତର ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର
ରାତି ପ୍ରାୟ ୨ଟାରେ ଜଗତପୁର ଗାଁର ଏକ କ୍ଷେତରେ ସ୍ଥାନୀୟ ଲୋକମାନେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଥାନା ଅଧିକାରୀଙ୍କ କହିବା କଥା, ସମୀରଙ୍କ ହତ୍ୟାରେ ଦେଶୀ ଅସ୍ତ୍ରର ବ୍ୟବହାର କରାଯାଇଛି । ହତ୍ୟାକାଣ୍ଡକୁ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ । ବାଂଲାଦେଶରେ ଗତ ୨୩ ଦିନରେ ହିନ୍ଦୁଙ୍କ ହତ୍ୟାର ଏହା ସପ୍ତମ ଘଟଣା। ଏହାପୂର୍ବରୁ ଜାନୁଆରୀ ୫ ତାରିଖରେ ନରସିଂଦି ଜିଲ୍ଲାରେ ଜଣେ ହିନ୍ଦୁ ଦୋକାନୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।
Follow Us