କନକ ବ୍ୟୁରୋ : ରାଜ୍ୟରେ ୪ଟି ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ବଜେଟ୍ରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିନ୍ତୁ ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ ରଖାଯାଇଛି । ଯାହାକୁ ନେଇ କଟକ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୧୧୩ ବର୍ଷର ଏହି ପୁରାତନ ଐତିହାସିକ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଦାବି କରି ଆସୁଛନ୍ତି ।
ସରକାର ପୂର୍ବରୁ ଭୁବନେଶ୍ବରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିଥିଲେ । କିନ୍ତୁ ଶୈଳବାଳା କଲେଜ୍କୁ କାହିଁକି ଏତେ ଅଣଦେଖା କରାଯାଉଛି କହି ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନେଇ ପୁଣିଥରେ ଆନ୍ଦଳନକୁ ଓହ୍ଲାଇଛନ୍ତି ମହାବିଦ୍ୟାଳୟ ଛାତ୍ରୀମାନେ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରୀ, ପୁରାତନ ଛାତ୍ରୀ ଓ ବୁଦ୍ଧିଜୀବୀ ।
ଅଧିକ ପଢ଼ନ୍ତୁ---ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ବିଶ୍ବବିଦ୍ୟାଳୟ: କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ପାଇଁ ବଜେଟ୍ରେ ଘୋଷଣା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/sailabala-2026-02-21-13-25-59.jpg)