କନକ ବ୍ୟୁରୋ:  ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ନୂଆ ବିଶ୍ୱବିଦ୍ୟାଳୟ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ସରକାର । NEP-୨୦୨୦ ଅନୁଯାୟୀ ଏଠାରେ ସ୍ନାତକୋତ୍ତର ଶିକ୍ଷାଦାନ ଦିଆଯିବ। ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment

 ଅଧିକ ପଢନ୍ତୁ: ଏଥର ୩ ଲକ୍ଷ ୧୦ ହଜାର କୋଟିର ଓଡ଼ିଶା ବଜେଟ୍ : ଜାଣନ୍ତୁ କେଉଁ କ୍ଷେତ୍ରକୁ କଣ ମିଳିଲା?

୨୦୪୭ ସୁଦ୍ଧା ବିଶ୍ୱ ଦକ୍ଷତା କେନ୍ଦ୍ର ୭ ଟି କ୍ୟାମ୍ପସ ପ୍ରତିଷ୍ଠା ସହ ୨୦୩୬ ମସିହା ପୂର୍ବରୁ ୫ ଟି କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କାରେ ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପାରାଦ୍ୱୀପ ଓ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିଅର କଲେଜ ସ୍ଥାପନ କରାଯିବ । କଲେଜ ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି ।