ଉନ୍ନାଓ ଦୁଷ୍କର୍ମ ମାମଲା: ବିଧାୟକ କୂଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ । ଅନ୍ୟ ଅଭିଯୁକ୍ତ ଶଶି ସିଂହ ମଧ୍ୟ ଦୋଷୀ । ଆସନ୍ତା ୧୯ରେ ଦଣ୍ଡବିଧାନ

654

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ବିଧାୟକ ଦୋଷୀ । ଦୁଷ୍କର୍ମ ଓ ଅପହରଣ ମାମଲାରେ ବିଧାୟକ କୂଲଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କଲେ ତୀସହଜାରୀ କୋର୍ଟ । ସେଙ୍ଗଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ଶଶି ସିଂହଙ୍କୁ ମଧ୍ୟ ଦୋଷୀ ଘୋଷଣା କଲେ କୋର୍ଟ । ତେବେ ଦୋଷୀ ସାବ୍ୟସ୍ତ ପରେ ଆସନ୍ତା ୧୯ରେ ବିଧାୟକଙ୍କ ଉପରେ ହେବ ଦଣ୍ଡବିଧାନ । ସେପଟେ ବିଳମ୍ବରରେ ଚାର୍ଜ ସିଟ ଦାଖଲ କରିଥିବା ନେଇ ସିବିଆଇକୁ ଭର୍ସନା କରିଛନ୍ତି କୋର୍ଟ ।

ତେବେ ଆଜି ମାମଲାର ଫୈସଲା ହେବା ନେଇ ପୂର୍ବରୁ ରାୟକୁ ସଂରକ୍ଷିତ ରଖିଥିଲେ ଦିଲ୍ଲୀର ତିସ ହଜାରୀ କୋର୍ଟ । ଆଉ ଆଜି ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ସେପଟେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ ଜେଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଆସନ୍ତା ୧୯ରେ କଣ ଦଣ୍ଡ ବିଦାନ ହେଉଛି ତାରି ଉପରେ ନଜର ।

ତେବେ ଜୁନ ୨୦୧୭ରେ ହୋଇଥିବା ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡିତା ଜୁଲାଇରେ ନିଜ ଦାଦାଙ୍କୁ ଜେଲକୁ ଭେଟିବାକୁ ଯିବା ବାଟରେ ତାଙ୍କ କାର ଉପରେ ଟ୍ରକ ମଡାଇଦେଇଥିଲେ ଦୁର୍ବୃତ୍ତ । ଯେଉଁଥିରେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ହୋଇ ଏବେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ଉକ୍ତ ଘଟଣା ପରେ ପୀଡିତାଙ୍କ ପରିବାର ଲୋକେ ବିଧାୟକ ସେଙ୍ଗରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଯାହାର ଶୁଣାଣି ଆଜି କରିଛନ୍ତି କୋର୍ଟ ।