ପାକିସ୍ତାନ ଜେଲରେ ଅମାନିବକ ନିର୍ଯାତନା: ୮୫% ଦୃଷ୍ଟିଶକ୍ତି ହରାଇଲେଣି ଇମ୍ରାନ୍‌ ଖାନ୍‌

Advertisment

ଜେଲ ଭିତରେ ଦୀର୍ଘ ସମୟ ହେଲା ଇମ୍ରାନ ଏକାକୀ ବନ୍ଦୀ ଜୀବନ ବିତାଉଛନ୍ତି, ଫଳରେ ତାଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି । ବିଶେଷକରି ତାଙ୍କ ଦୃଷ୍ଟିଶକ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି ।

ଜେଲ ଭିତରେ ଦୀର୍ଘ ସମୟ ହେଲା ଇମ୍ରାନ ଏକାକୀ ବନ୍ଦୀ ଜୀବନ ବିତାଉଛନ୍ତି, ଫଳରେ ତାଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି । ବିଶେଷକରି ତାଙ୍କ ଦୃଷ୍ଟିଶକ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି ।

Imran Khan

Imran Khan Photograph: (Google)

କନକ ବ୍ୟୁରୋ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବେ ଜେଲରେ ଅଛନ୍ତି । ଆଦିଆଲା ଜେଲ ଭିତରେ ଦୀର୍ଘ ସମୟ ହେଲା ଇମ୍ରାନ ଏକାକୀ ବନ୍ଦୀ ଜୀବନ ବିତାଉଛନ୍ତି, ଫଳରେ ତାଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି । ବିଶେଷକରି ତାଙ୍କ ଦୃଷ୍ଟିଶକ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି । ଇମ୍ରାନ ୮୫% ଦୃଷ୍ଟିଶକ୍ତି ହରାଇଥିବା କୁହାଯାଉଛି । କୋର୍ଟ ଦ୍ୱାରା ନିଯୁକ୍ତ ଜଣେ ଓକିଲଙ୍କ ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଶକ୍ତିଶାଳୀ ସାମରିକ ପ୍ରତିଷ୍ଠାନର ନଜରରେ ଥିବା ଇମ୍ରାନଙ୍କ ଉପରେ ଜାଣିଶୁଣି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯାଉଛି । ପାକିସ୍ତାନ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କୋର୍ଟ ମିତ୍ର (ଆମିକସ୍‌ କ୍ୟୁରି) ସଲମାନ ସଫଦାର୍‌ କହିଛନ୍ତି ଯେ, ଇମ୍ରାନ ତାଙ୍କ ଡାହାଣ ଆଖିର ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ସାରିଲେଣି । 

ଅଧିକ ପଢନ୍ତୁ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍

ମାସ ମାସ ଧରି ଏନେଇ ଅଭିଯୋଗ ସତ୍ତ୍ବେ ଜେଲ୍‌ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକାକୀ ରଖାଯାଇଥିବା, ସମୟାନୁସାରେ ଚିକିତ୍ସା ସେବାରୁ ବଞ୍ଚିତ କରାଯାଇଥିବା, ପରିବାର ସଦସ୍ୟଙ୍କୁ ଭେଟିବାରୁ ବାରଣ କରାଯିବା ଏବଂ ଆଇନଗତ ପରାମର୍ଶଦାତାଙ୍କ ସହିତ ପରାମର୍ଶ କରିବାର ସୁଯୋଗ ନଦେବା ଏକ ଗମ୍ଭୀର ସ୍ଥିତିକୁ ସୂଚାଉଛି। ଏଥିପାଇଁ ସମାଲୋଚକ ପାକିସ୍ତାନ ସରକାର ଓ ସେନାକୁ ଦାୟୀ କରିଛନ୍ତି। ରିପୋର୍ଟ ଅନୁଯାୟୀ ଇମ୍ରାନ ଆମିକସ୍‌ କ୍ୟୁରିଙ୍କୁ ଜଣାଇଥିଲେ ଯେ, ଅକ୍ଟୋବର ପର୍ଯ୍ୟନ୍ତ ତାଙ୍କ ଦୁଇ ଚକ୍ଷୁର ଦୃଷ୍ଟି ଶକ୍ତି ସାଧାରଣ ଥିଲା। କିନ୍ତୁ ପରେ ତାଙ୍କ ଆଖିକୁ ଝାପ୍ସା ଏବଂ ଅସ୍ପଷ୍ଟ ଦେଖାଯାଉଥିବା ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। କିନ୍ତୁ ସେମାନେ ତାଙ୍କ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଏହି ଚରମ ଅବହେଳା ଅତ୍ୟନ୍ତ ଭୟଙ୍କର ପ୍ରମାଣିତ ହୋଇଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପରବର୍ତ୍ତୀ ସମୟରେ ତାଙ୍କର ଡାହାଣ ଆଖିରେ ହଠାତ୍ ଏବଂ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଲା। ଶେଷରେ ପାକିସ୍ତାନ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ (ପିଆଇଏମ୍‌ଏସ୍)ର ଜଣେ ଚକ୍ଷୁ ବିଶେଷଜ୍ଞ ଇମ୍ରାନଙ୍କ ଚକ୍ଷୁର ଚିକିତ୍ସା କରିଥିଲେ । 

ତାଙ୍କ ଚକ୍ଷୁରେ ରକ୍ତ ଜମାଟ ବାନ୍ଧି ଗୁରୁତର କ୍ଷତି କରିଥିଲା। ସଫଦାର୍‌ କହିଛନ୍ତି, ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲରେ ଭେଟିବା ସମୟରେ ତାଙ୍କର ଅବସ୍ଥା ଅତି ଖରାପ ଦେଖାଯାଉଥିଲା। ତାଙ୍କ ଆଖିରୁ ପାଣି ବାହାରୁ ଥିବାବେଳେ ସେ ଟିସୁ ପେପରରେ ବାରମ୍ବାର ଆଖିକୁ ପୋଛୁଥିଲେ। ଇମ୍ରାନ ଅକ୍ଟୋବର ୨୦୨୩ରୁ ଆଦିଆଲା ଜେଲରେ ଏକାକୀ ବନ୍ଦୀ ଭା‌ବେ ରହିଆସୁଛନ୍ତି। ୭୩ ବର୍ଷୀୟ ଇମ୍ରାନଙ୍କୁ ତାଙ୍କ ବ୍ୟକ୍ତିଗତ ଚିକିତ୍ସକଙ୍କ ସହାୟତା ‌ନେବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe