ଦୀପାବଳିରେ ନିଆରା ପରମ୍ପରା, ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ବଡ଼ବଡ଼ୁଆ ଡକା: ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଦୀପାବଳି ଅମାବାସ୍ୟାରେ ବଡ଼ବଡୁଆ ଡାକିବାକୁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁ କାଉଁରିଆ କାଠି ଧରି ବଡ଼ବଡ଼ୁଆ ଡାକିଛନ୍ତି ।

18

Unique tradition in Diwali Photograph: (kanaknews)

କନକ ବ୍ୟୁରୋ : ବିଶ୍ବାସ ଓ ପରମ୍ପରାର ପ୍ରତୀକ । ଦୀପାବଳି ଅମାବାସ୍ୟାରେ ବଡ଼ବଡୁଆ ଡାକିବାକୁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁ କାଉଁରିଆ କାଠି ଧରି ବଡ଼ବଡ଼ୁଆ ଡାକିଛନ୍ତି । ଆଶ୍ବୀନ କୃଷ୍ଣ ପ୍ରତିପଦା ଠାରୁ କାର୍ତ୍ତିକ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ତିଥି ରହିଥାଏ ।

ଆଲୋକର ପର୍ବ ଦୀପାବଳିରେ ସବୁଠି ଆଲୁଅ ; ହେଲେ ଏହି ଘରେ ନା ଖୁସି ଅଛି ନା ଜଳୁଛି ଦୀପ

ମହାଳୟା ତିଥିରେ ପିତୃଗଣଙ୍କୁ ଆବାହନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ଅମାବାସ୍ୟା ତିଥିରେ ଆଲୋକ ଦେଖାଇ ବିଦାୟ ଦିଆଯାଇଥାଏ । ସେଥିପାଇଁ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କରି ପୟାଶ୍ରାଦ୍ଧ କରିଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ନୀତିକାନ୍ତି ଠିକ୍ ସମୟରେ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe