କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି , ପ୍ରତି ଘରେ ଚମକୁଛି ଚିକିମିକି ଆଲୁଅ । ସବୁରି ମନରେ ଦୀପ ଜାଳି ପର୍ବ ପାଳିବାକୁ ଉତ୍ସାହ । ବର୍ଷକୁ ଥରେ ଆସୁଥିବା ଏହି ଦୀପୋତ୍ସବ ପାଇଁ ପୁରପଲ୍ଲୀରେ ଖୁସିର ମାହୋଲ । ହେଲେ ସମସ୍ତଙ୍କ ପାଇଁ ସମାନ ନାହିଁ ଦୀପାବଳି । କାହା ଘରେ ଆଲୁଅର ଉତ୍ସବ ପାଳିତ ହେଉଥିବା ବେଳେ ଆଉ କାହା ଘରେ କିଟିକିଟି ଅନ୍ଧାର । 

Advertisment

କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭାବଗ୍ରାହୀ କାରୁଆଁ, ସ୍ତ୍ରୀ, ଝିଅ ଓ ଝିଆରୀଙ୍କ ସହ ମାର୍କେଟିଂ କରିବା ପାଇଁ କାମାକ୍ଷାନଗର ଆସୁଥିଲେ । ହେଲେ ବାଟରେ ଜଗିଥିଲା ଯମ । ମାଳପୁରା ଓଭରବ୍ରିଜ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଭାବଗ୍ରାହୀ, ତାଙ୍କ ପତ୍ନୀ ଜାନକୀ, ଝିଅ ଗୀତାଞ୍ଜଳି ଓ ଝିଆରୀ ନାଣ୍ଡିଙ୍କର ମୃତ୍ୟୁ ଘଟିଲା ।  

ବିନେଶ ଯେଉଁଠି ପାଦ ଦିଏ ସେଠି ବିନାଶ ଘଟେ । ବିନେଶଙ୍କ ବିଜୟ ପରେ ଏମିତି କହିଲେ ବ୍ରିଜଭୂଷଣ

ବଜାର ଆସିଥିଲେ ପରିବାର ହରାଇଲେ , ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଚାରି ଜୀବନ । ସଡ଼କ ଦୁର୍ଘଟଣାରେ ପରିବାରର ୪ ଜଣଙ୍କୁ ହରାଇଥିଲେ ଗୋଟିଏ ଦୁଃଖୀ ପରିବାର । ନିକଟରେ ବଜାର କରିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ଚାଲିଯାଇଛନ୍ତି ପୁଅ,ବୋହୂ ଆଉ ଦୁଇ କୁନି ଝିଅ । ଉଜୁଡ଼ିଯାଇଛି ପୂରା ପରିବାର । ଆଜି ସମସ୍ତେ ଦୀପାବଳି ପାଇଁ ଉତ୍ସବରେ ମାତିଥିବା ବେଳେ ଏ ପରିବାର କିନ୍ତୁ ଅନ୍ଧାରରେ । ନା ଘରେ ଖୁସି ଅଛି ନା ଜଳୁଛି ଦୀପ । ପିଲାଙ୍କ ସହ ବାଣ ଫୁଟାଇବାର ସ୍ବପ୍ନ ଦେଖିଥିବା ବାପା- ମା’ ହିଁ ଆରପାରିରେ । କୁନି ଝିଅ, ଯାହାର ହସରେ ଫାଟିପଡ଼ୁଥିଲା ଘର; ସେଠି ଆଜି କେବଳ ଶୂନ୍ୟତା । ଆଜି ଦୀପାବଳି ପର୍ବରେ ପରଲୋକାଗତ ପରିବାର ସଦସ୍ୟଙ୍କୁ ଝୁରି ହେଉଛନ୍ତି ପରିବାର ଲୋକ ।