ତିନି ସାଙ୍ଗଙ୍କ ନିଆରା ସଫଳତା ; ଏକାଠି ପାଇଲେ ଅଗ୍ନିବୀର

Advertisment

ପିଲାଦିନରୁ ଦେଶସେବା ପାଇଁ ତିନି ସାଙ୍ଗଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ସକାଳ ହେଲେ ଅଟ୍ରି ଖେଳ ପଡିଆରେ ଏକାଠି ୧୦ କିଲୋମିଟର ଦୌଡୁଥିଲେ । ପ୍ରଥମ ଚେଷ୍ଟାରେ ତିନିହେଁ ବିଫଳ ହୋଇଥିଲେ ମଧ୍ୟ ମନୋବଳ ଭାଙ୍ଗିନଥିଲେ । ପୁଣିଥରେ ଜିଦ୍ ଓ ନିଷ୍ଠାର ସହ ଉଦ୍ୟମ କରି ଶେଷରେ ସଫଳତା ହାସଲ କରିଛନ୍ତି ।

ପିଲାଦିନରୁ ଦେଶସେବା ପାଇଁ ତିନି ସାଙ୍ଗଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ସକାଳ ହେଲେ ଅଟ୍ରି ଖେଳ ପଡିଆରେ ଏକାଠି ୧୦ କିଲୋମିଟର ଦୌଡୁଥିଲେ । ପ୍ରଥମ ଚେଷ୍ଟାରେ ତିନିହେଁ ବିଫଳ ହୋଇଥିଲେ ମଧ୍ୟ ମନୋବଳ ଭାଙ୍ଗିନଥିଲେ । ପୁଣିଥରେ ଜିଦ୍ ଓ ନିଷ୍ଠାର ସହ ଉଦ୍ୟମ କରି ଶେଷରେ ସଫଳତା ହାସଲ କରିଛନ୍ତି ।

Agniveer

Agniveer Photograph: (kanak news)

କନକ ବ୍ୟୁରୋ : ଏକାଠି ପଢୁଥିଲେ, ଏକାଠି ଖେଳୁଥିଲେ ଆଉ ଏବେ ଦେଶମାତୃକାର ସେବା ମଧ୍ୟ ଏକାଠି କରିବେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ତିନି ଅନ୍ତରଙ୍ଗ ବନ୍ଧୁ ନିଜର କଠିନ ପରିଶ୍ରମ ବଳରେ ଏହି ସ୍ୱପ୍ନକୁ ସତ କରି ଦେଖାଇଛନ୍ତି । ବାଘମାରୀର ସୌମ୍ୟରଂଜନ ମାନସିଂହ, ଚୋତିପାଳଙ୍ଗର ସୁଶୀଲ କୁମାର ବେହେରା ଓ କରଡଗାଡ଼ିଆର ଉମେଶ ଦାଶ– ଏହି ତିନି ସାଙ୍ଗ ଅଗ୍ନିବୀର ପାଇଁ ମନୋନୀତ ହୋଇଛନ୍ତି ।

ପିଲାଦିନରୁ ଦେଶସେବା ପାଇଁ ତିନି ସାଙ୍ଗଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ସକାଳ ହେଲେ ଅଟ୍ରି ଖେଳ ପଡିଆରେ ଏକାଠି ୧୦ କିଲୋମିଟର ଦୌଡୁଥିଲେ । ପ୍ରଥମ ଚେଷ୍ଟାରେ ତିନିହେଁ ବିଫଳ ହୋଇଥିଲେ ମଧ୍ୟ ମନୋବଳ ଭାଙ୍ଗିନଥିଲେ । ପୁଣିଥରେ ଜିଦ୍ ଓ ନିଷ୍ଠାର ସହ ଉଦ୍ୟମ କରି ଶେଷରେ ସଫଳତା ହାସଲ କରିଛନ୍ତି । ତିନି ସାଙ୍ଗଙ୍କ ପରିବାର ଅତ୍ୟନ୍ତ ସାଧାରଣ ଓ କେହି ସରକାରୀ ଚାକିରିରେ ନାହାନ୍ତି। ଚାଷ ଓ ଦିନ ମଜୁରିଆ ପରିବାରରୁ ଆସି ଏମାନେ ଯେଉଁ ସଫଳତା ପାଇଛନ୍ତି, ତାହା ପରିବାର ତଥା ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି । ଆସନ୍ତା ଜାନୁଆରୀ ମାସରେ ଏମାନେ ଟ୍ରେନିଂ ନେଇ ବିଧିବଦ୍ଧ ଭାବେ ସେନାବାହିନୀରେ ଯୋଗଦେବେ ।

ଅଧିକ ପଢ଼ନ୍ତୁ--ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ହେଉଛି ବଡ଼ ବିଭ୍ରାଟ : ୧୭ ମାସରେ ବାତିଲ ହେଲାଣି ୧୯ ପରୀକ୍ଷା

ତେବେ ଉଭୟ ତିନିସାଙ୍ଗଙ୍କ ପରିବାରରୁ କେହିବି ଜଣେ ସରକାରୀ ଚାକିରି କରିନଥିବା ବେଳେ ସମସ୍ତ ନିମ୍ନ ପରିବାରରୁ ଆସିଛନ୍ତି । କାହା ବାପା ଚାଷୀ ତ କାହା ବାପା ଖଟିଲେ ପରିବାର ଚଳେ । ଏମିତି ପରିସ୍ଥିତିରେ ତିନି ସାଙ୍ଗ ଯେତେବେଳେ ଅଗ୍ନି ବୀରରେ ମନୋନୀତ ହେଲେ ଏହା ଫଳରେ ପରିବାରରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି । ତାହା ସହ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ତିନି ସାଙ୍ଗ ପ୍ରଥମ ବିଫଳ ହେଲାପରେ ମଧ୍ୟ ମନୋବଳ ନଭାଙ୍ଗି ପ୍ରୟାସ ଜାରି ରଖିବା ଯୋଗୁ ସେ ଆଜି ସଫଳତା ହାସଲ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe