କନକବ୍ୟୁରୋ : ବାରମ୍ବାର ରାଜ୍ୟରେ ବାତିଲ ହେଉଛି ନିଯୁକ୍ତି ପରୀକ୍ଷା । ଗତ ଦେଢ଼ ବର୍ଷରେ ୧୯ଟି ଏଭଳି ପରୀକ୍ଷା ବାତିଲ ହୋଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କାହିଁକି ନିଯୁକ୍ତିରେ ହେଉଛି ଏଭଳି ବିଭ୍ରାଟ । ଗତକାଲି ଏଏନ୍ଏମ୍ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଫଳରେ ପରୀକ୍ଷା ବାତିଲ ହୋଇଛି । ଗତ କିଛି ଦିନରେ ଏଭଳି ଅନେକ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ସବୁ ଦେଖିବାକୁ ମିଳିଛି । ଏସ୍ଆଇ ପରୀକ୍ଷା ଠାରୁ ଆରମ୍ଭ କରି ଓଡ଼ିଶା ହାଇକୋର୍ଟ ନିଯୁକ୍ତି ପରୀକ୍ଷା । ଓଟିଇଟି ପରୀକ୍ଷା ଠାରୁ ନେଇ ଓଏସ୍ଏସ୍ଏସ୍ସି ପରୀକ୍ଷାରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା। ଯାହା ଫଳରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ ।
ଅଧିକ ପଢନ୍ତୁ... ଏପଟେ ଚାଲିଛି ସିବିଆଇ ତଦନ୍ତ, ସେପଟେ ପୁଣି ପ୍ରଶ୍ନପତ୍ର ଲିକ, ଏଏନଏମ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ
୧୭ମାସରେ ୧୯ ପରୀକ୍ଷା ବାତିଲ!
ରାଜ୍ୟରେ ନିଯୁକ୍ତିରେ ବଡ଼ ବିଭ୍ରାଟ
ବାରମ୍ବାର ବାତିଲ ହେଉଛି ପରୀକ୍ଷା
୧୭ ମାସରେ ବାତିଲ ହେଲାଣି ୧୯ଟି ପରୀକ୍ଷା
ଡିସେମ୍ବର ୫ରେ ଏଏନ୍ଏମ୍ ପରୀକ୍ଷା ବାତିଲ
୧୪ ନଭେମ୍ବରରେ ବାତିଲ ହୋଇଥିଲା ଓଡ଼ିଶା ହାଇକୋର୍ଟ ନିଯୁକ୍ତି ପରୀକ୍ଷା
ଓଏସ୍ଏସ୍ଏସ୍ସି ର କମ୍ବାଇନ୍ ଏଗ୍ଜାମ୍ ନଭେମ୍ବର ୨ରେ ହୋଇପାରି ନଥିଲା
୨୯ ସେପ୍ଟେମ୍ବରରେ ଏସ୍ଆଇ ପରୀକ୍ଷା ବାତିଲ
ଅଗଷ୍ଟ ୩୧ରେ ଓଟିଇଟି ପରୀକ୍ଷା ବାତିଲ
ଜୁଲାଇ ୩୦ରେ ବାତିଲ ହୋଇଥିଲା ଆରଆଇ, ଅମିନ ପରୀକ୍ଷା
ପ୍ରଶ୍ନପତ୍ର ଲିକ୍ ପାଇଁ ଜୁଲାଇ ୨୦ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ
ବାରମ୍ବାର ପରୀକ୍ଷା ବାତିଲ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ
ସେପଟେ ପରୀକ୍ଷା ପାଇଁ ପାଠ ପଢା ସରିଥିଲା । ବାସ୍ ବହି ଉପରେ ଶେଷଥର ପାଇଁ ନଜର ବୁଲାଉଥିଲେ ଛାତ୍ରଛାତ୍ରୀ। ହେଲେ ଖବର ଆସିଲା, ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ବାତିଲ । ଏକଥା ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ଅନ୍ୟପଟେ ପ୍ରଶ୍ନପତ୍ର ଲିକକୁ ନେଇ ଗୃହରେ ହୋ ହଲ୍ଲା କରିଛନ୍ତି ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି କରି ଶାସକ ଦଳକୁ ମାରିଛନ୍ତି ତେରଛା ବାଣ । ଦିନ ୨ଟାରେ ହୋଇଥାନ୍ତା ଏଏନଏମ୍ ପରୀକ୍ଷା, ହେଲେ ୧୧ଟାରୁ ମାର୍କେଟରେ ବୁଲିଲା ପ୍ରଶ୍ନପତ୍ର। ଆଉ ଅଭିଯୋଗ ପରେ ବାତିଲ ହେଲା ଦ୍ବିତୀୟ ବର୍ଷର ପ୍ରଥମ ପରୀକ୍ଷା ।
ହେଲେ ମାଲକାନଗିରରେ ପରୀକ୍ଷା ଆରମ୍ଭ ହୋଇଯାଇଥିଲା। ହଲରେ ବସି ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। କିନ୍ତୁ ୧୫ ମିନିଟ୍ ପରେ ହଠାତ୍ ଉତ୍ତର ଖାତା ଛଡ଼ାଇନେଲେ ପରୀକ୍ଷକ । ପରୀକ୍ଷା ନଦେଇପାରିବାରୁ କାନ୍ଦି କାନ୍ଦି ନୟାନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରକାରୀ ଏଏନଏମ୍ କଲେଜ ଅଧ୍ୟକ୍ଷା ।
ଏଏନଏମ୍ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗକୁ ନେଇ ବିଧାନସଭାରେ ତମ୍ବିତୋଫାନ ହୋଇଛି । ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ନାରାବାଜି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ପଏଣ୍ଟ ଅଫ୍ ଅର୍ଡର ଜରିଆରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉଠାଇଛନ୍ତି ବିରୋଧୀ ବିଧାୟକ। କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ୍ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯାଉଛି ।
ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅପବାଦ ମୁଣ୍ଡାଇଛନ୍ତି ସରକାର। ଏପରିକି ପରୀକ୍ଷା ବାତିଲ ମଧ୍ୟ ହୋଇଛି। ହେଲେ ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଭାଇରାଲ୍ ହେଉଛି ପ୍ରଶ୍ନପତ୍ର? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କିଏ? ପ୍ରଶ୍ନପତ୍ର ଭାଇରାଲର ପ୍ରଚ୍ଛଦପଟରେ କିଏ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/06/14-2025-12-06-10-01-55.jpg)