କନକବ୍ୟୁରୋ : ନୂଆପଡ଼ା ଉପ ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବଡ଼ ବୟାନ  କହିଛନ୍ତି, ମୋହନ ମାଝୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବୁ ଏବଂ ଜିତିବୁ ।  ଆଦିବାସୀ ଭୋଟ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯିବ ।  ଗତ ନିର୍ବାଚନରେ ଅଧିକ ଆଦିବାସୀ ଭୋଟ ବିଜେପି ପାଇଥିଲା ।  ୫ ଲୋକସଭା ଆସନରୁ ୪ଟି ଏବଂ ୩୩ ବିଧାନସଭା ଆସନରୁ ୧୮ଟିରେ ବିଜୟ ହୋଇଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳରେ ମଧ୍ୟ ଅଧିବାସୀଙ୍କ ଭରପୁର ଯୋଗଦାନ ରହିଛି । ବିଜେପିକୁ ଆଦିବାସୀ ଭୋଟ ମିଳିବ ।  ଦ୍ରୁତ ବିକାଶ ରହିବ ନୂଆପଡ଼ାର ମୁଦ୍ଦା । ପୂର୍ବରୁ ମଧ୍ୟ କରିଛୁ ଏବେ ବି କରିବୁ ।  

Advertisment

ନୂଆପଡ଼ା ଉପ ନିର୍ବାଚନ: ବିଜେଡି ପ୍ରାର୍ଥୀ ଭରିଲେ ନାମାଙ୍କନ

କେନ୍ଦ୍ରରେ ୧୧ ବର୍ଷ ଏବଂ ରାଜ୍ୟରେ ୧୬ ମାସ ଧରି ଦ୍ରୁତ ବିକାଶ କରାଯାଉଛି । ସରକାରକୁ ଆସିବା ପରେ ଅନେକ ବିକାଶ ମୂଳକ କାମ କରାଯାଇଛି । ବିଭିନ୍ନ ଲୋକଙ୍କ ଅଭିଯୋଗ ଶୁଣାଯାଉଛି ତାକୁ କାର୍ଯ୍ୟକାରୀ ମଧ୍ୟ ହେଉଛି , ଲୋକେ ସବୁ ଦେଖୁଛନ୍ତି ।  ୨୫ ବର୍ଷର ବିଗିଡା ସ୍ଥିତି ସଜାଡିବାକୁ ସମୟ ଲାଗିବ ବୋଲି କହିଛନ୍ତି ଜୁଏଲ ଓରାମ । ଏହା ସହ ସେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ।  ନିର୍ବାଚନ ପୂର୍ବରୁ କଂଗ୍ରେସ ହତାସ ର ପରିଚୟ ଦେଉଛି ।  ପ୍ରାର୍ଥିପତ୍ର ଦାଖଲ ସାରିଛି ଏବେ ପ୍ରଚାରର ସମୟ ।  ଦଳ ଯେବେ କହିବ ଆମେ ସେବେ ମଇଦାନକୁ ଓଲାଇବୁ ବୋଲି କହିଛନ୍ତି ଜୁଏଲ ଓରାମ ।