କନକ ବ୍ୟୁରୋ : ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ। ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକ ମୁଣ୍ଡଳିରେ ପହଞ୍ଚିଛନ୍ତି। ସେଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି। ଏହା ପରେ ପାରାଦୀପରେ ଇଫ୍କୋ ପକ୍ଷରୁ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି । ଜଟଣୀରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫଏସଏଲ୍)ର ଶିଳାନ୍ୟାସ କରିଛନ୍ତି ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହେବେ। ସଂଧ୍ୟାରେ ଦିଲ୍ଲୀ ଫେରିଯିବେ।
ଅଧିକ ପଢ଼ନ୍ତୁ : ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ । ଆହ୍ୱାନ ଦେଲେ ଅମିତ ଶାହ ।
ଅମିତ ଶାହଙ୍କ କାର୍ଯ୍ୟକ୍ରମ
- ୩ ହଜାର ୨୭୫ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
- ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସମବାୟ ନୀତି ୨୦୨୬ କାର୍ଯ୍ୟକାରୀ କରିବେ
- ୧୫୬୭ଟି ପିଏସିଏଏସ ପରିଚାଳିତ ଜନସେବା କେନ୍ଦ୍ରର ଲୋକାର୍ପଣ ହେବ
- ସମବାୟ ନିବନ୍ଧକ କାର୍ଯ୍ୟାଳୟ କମ୍ପୁଟରୀକରଣ ପୋର୍ଟାଲର ଶୁଭାରମ୍ଭ
- ୨୦ଟି ସାଇବର ଥାନା ଏବଂ ୨୪ଟି ପୁଲିସ ଷ୍ଟେସନ
- ପାରାଦୀପ ଠାରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ
- ରାଜ୍ୟରେ ପ୍ରଥମ କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାର
- ବଡମ୍ବା ସମବାୟ ଚିନିକଳର ପୁନରୁଦ୍ଧାର
- କଟକ କେନ୍ଦୁପାଟଣାରେ ଆଇସକ୍ରିମ୍ ପ୍ଲାଣ୍ଟ
- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ଚାଷୀଙ୍କୁ ଗୋ-ସମ୍ପଦ ସବସିଡି ପ୍ରଦାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/12a-2026-03-06-18-04-33.jpg)