କନକ ବ୍ୟୁରୋ: ଛତିଶଗଡ଼ରେ ୩୧ ନକ୍ସଲଙ୍କ ମୃତ୍ୟୁ ପରେ ବଡ଼ କଥା କହିଲେ ଗୃହମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆରେ ନକ୍ସଲଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ଲେଖି ନିଜ ସଂଳ୍ପକୁ ପୁଣି ଦୋହରାଇଛନ୍ତି । ୨୦୨୬ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଦେଶକୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ହଟାଇଦେବା କଥା କହିଛନ୍ତି ଅମିତ ଶାହ । ଯାହାଫଳରେ ଦେଶର କୌଣସି ନାଗରିକଙ୍କୁ ମାଓ କାର୍ୟ୍ୟକଳାପରୁ ଜୀବନ ହରାଇବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି ।
ସୋସିଆଲ ମିଡିଆରେ ହ୍ୟାଣ୍ଡେଲ୍ରେ ଏକ୍ସରେ ନିଜ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି, ‘ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି । ଏହି ଅପରେସନ ବେଳେ ୩୧ ନକ୍ସଲଙ୍କୁ ନିପାତ କରିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି ସୁରକ୍ଷା ବାହୀନି । ମାନବିକତା ବିରୋଧୀ ନକ୍ସଲବାଦକୁ ସମାପ୍ତ କରିବାରେ ଆଜି ଆମେ ଆମର ଦୁଇଜଣ ସାହସୀ ଯବାନଙ୍କୁ ହରାଇଛୁ । ଏହି ଦେଶ ସବୁବେଳେ ଏହି ହିରୋମାନଙ୍କ ନିକଟରେ ୠଣୀ ରହିବ ।‘
ଶହୀଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ବସ୍ତର ଆଇଜି କହିଛନ୍ତି ଯେ, ମୃତ ଯବାନଙ୍କ ପରିଚୟ ଚିହ୍ନଟ ଜାରି ରହିଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/02/09/5gZQZWVteCittwTakCNE.jpg)