କାହିଁକି ଫେବ୍ରୁଆରି ୧ରେ ଆଗତ ହେଉଛି ବଜେଟ୍? କାରଣ ଆପଣ ଜାଣିଛନ୍ତି କି?

Advertisment

୨୦୨୬ ଆରମ୍ଭ ହେବା ସହିତ ମୋଦୀ ସରକାରର ଆଗାମୀ ବଜେଟକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । ଖାସ୍ କରି ଏହାର ତାରିଖକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । କାହିଁକି ନା ଏଥର ଫେବ୍ରୁଆରି ୧ ତାରିଖ ରବିବାର ପଡୁଥିଲେ ବି, ଏହି ଦିନରେ ହିଁ ବଜେଟ୍ ଆଗତ ହେବା ନେଇ ଖବର ଆସିଛି । ତେବେ ଚଳିତ ବର୍ଷ ଫେବ୍ରୁଆରି ୧ ରବିବାର ପଡୁଛି, ଆଉ ଛୁଟିଦିନରେ ବଜେଟ୍ ଉପସ୍ଥାପନ କରାଯିବ କି ନାହିଁ ତାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା ।

୨୦୨୬ ଆରମ୍ଭ ହେବା ସହିତ ମୋଦୀ ସରକାରର ଆଗାମୀ ବଜେଟକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । ଖାସ୍ କରି ଏହାର ତାରିଖକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । କାହିଁକି ନା ଏଥର ଫେବ୍ରୁଆରି ୧ ତାରିଖ ରବିବାର ପଡୁଥିଲେ ବି, ଏହି ଦିନରେ ହିଁ ବଜେଟ୍ ଆଗତ ହେବା ନେଇ ଖବର ଆସିଛି । ତେବେ ଚଳିତ ବର୍ଷ ଫେବ୍ରୁଆରି ୧ ରବିବାର ପଡୁଛି, ଆଉ ଛୁଟିଦିନରେ ବଜେଟ୍ ଉପସ୍ଥାପନ କରାଯିବ କି ନାହିଁ ତାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା ।

nirmala sitharaman

nirmala sitharaman Photograph: (kanak news)

କନକ ବ୍ୟୁରୋ: ୨୦୨୬ ଆରମ୍ଭ ହେବା ସହିତ ମୋଦୀ ସରକାରର ଆଗାମୀ ବଜେଟକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । ଖାସ୍ କରି ଏହାର ତାରିଖକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । କାହିଁକି ନା ଏଥର ଫେବ୍ରୁଆରି ୧ ତାରିଖ ରବିବାର ପଡୁଥିଲେ ବି, ଏହି ଦିନରେ ହିଁ ବଜେଟ୍ ଆଗତ ହେବା ନେଇ ଖବର ଆସିଛି । ତେବେ ଚଳିତ ବର୍ଷ ଫେବ୍ରୁଆରି ୧ ରବିବାର ପଡୁଛି, ଆଉ ଛୁଟିଦିନରେ ବଜେଟ୍ ଉପସ୍ଥାପନ କରାଯିବ କି ନାହିଁ ତାକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା । ଆଉ ଏବେ ଏହି ସସପେନ୍ସ ଦୂର ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (CCPA) ସଂସଦର ବଜେଟ ଅଧିବେଶନ ପାଇଁ ଜାନୁଆରି ୨୮ ତାରିଖକୁ ପ୍ରସ୍ତାବ ଦେଇଛି। ଯାହାଫଳରେ ଦେଶର ସାଧାରଣ ବଜେଟ ପ୍ରତିବର୍ଷ ପରି ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି । ଜାଣିରଖିବା ଉଚିତ ଯେ, ସଂସଦର ବଜେଟ ଅଧିବେଶନ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୁଏ । ଆଉ ତା ପରେ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥାନ୍ତି ।

ଆହୁରି ପଢ଼ନ୍ତୁ : ଆତଙ୍କବାଦ ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ: ଦିଲ୍ଲୀରେ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ

ପ୍ରତିବର୍ଷ ଫେବ୍ରୁଆରି ୧ ତାରିଖରେ ସାଧାରଣ ବଜେଟ୍ କାହିଁକି ଉପସ୍ଥାପିତ ହୁଏ?

ଅନେକ ଲୋକ ଭାବୁଥିବେ ଯେ ପ୍ରତିବର୍ଷ ଫେବ୍ରୁଆରି ୧ ତାରିଖରେ ବଜେଟ୍ କାହିଁକି ଉପସ୍ଥାପିତ ହୁଏ? ହେଲେ ଆପଣଙ୍କୁ କହିରଖୁଛୁ ଯେ, ୨୦୧୭ ମସିହା ପୂର୍ବରୁ ଫେବ୍ରୁଆରି ଶେଷ ଭାଗରେ ବଜେଟ୍ ଉପସ୍ଥାପନ କରାଯାଉଥିଲା। କିନ୍ତୁ, ସରକାର ଏହି ନିୟମକୁ ପରିବର୍ତ୍ତନ କରିଥିଲେ ଯାହାଦ୍ୱାରା ଏପ୍ରିଲ୍ ୧ ତାରିଖରେ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ସମ୍ପୂର୍ଣ୍ଣ ବଜେଟ୍ ପ୍ରକ୍ରିୟା ଏବଂ ଖର୍ଚ୍ଚ ସଂସଦ ଦ୍ୱାରା ଅନୁମୋଦନ କରାଯାଇପାରିବ। ସେବେଠାରୁ ଫେବ୍ରୁଆରି ୧ ତାରିଖକୁ "ବଜେଟ୍ ଦିବସ" ଭାବରେ ନାମିତ କରାଯାଇଛି।

ରବିବାର ବଜେଟ୍ ଆସିବା କୌଣସି ନୂଆ କଥା ନୁହେଁ

ଯଦି ଆପଣ ଭାବୁଛନ୍ତି ଯେ ରବିବାର ବଜେଟ୍ ଉପସ୍ଥାପନ ହେବା ଅସାଧାରଣ, ତେବେ ଆପଣ ପଛକୁ ଫେରି ଦେଖିବା ଉଚିତ। ଭାରତୀୟ ଇତିହାସରେ ସପ୍ତାହାନ୍ତରେ ବଜେଟ୍ ଉପସ୍ଥାପନା ନୂଆ ନୁହେଁ। ପୂର୍ବରୁ ୨୦୨୫ରେ ବଜେଟ୍ ଶନିବାର ଉପସ୍ଥାପିତ ହୋଇଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ୨୦୧୫ ଏବଂ ୨୦୧୬ରେ ଶନିବାର ବଜେଟ୍ ଉପସ୍ଥାପନ କରିଥିଲେ। ୨୦୧୬ରେ ରବିବାର ବଜେଟ୍ ଉପସ୍ଥାପନ କରାଯାଇଥିଲା।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ରବିବାର, ଫେବ୍ରୁଆରି ୧ ତାରିଖରେ ତାଙ୍କର ବଜେଟ୍ ଉପସ୍ଥାପନ କରିପାରନ୍ତି । ଯଦିଓ ରବିବାର ଦିନ ସେୟାର ବଜାର ବନ୍ଦ ରହିଥାଏ । ବଜେଟର ଘୋଷଣା ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରେ, ତେଣୁ ଏହାର ତାରିଖକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe