EXCLUSIVE: ଧରାପଡ଼ିଲା ପୋଷାକ ବଣ୍ଟାର ମିଛ, ପରୀକ୍ଷା ହେଲା ପଛେ ୟୁନିଫର୍ମ ମିଳିଲାନି

Advertisment

ମାଟ୍ରିକ ପରୀକ୍ଷା ଖୋଲିଦେଲା ସ୍କୁଲ ପୋଷାକ ବଣ୍ଟାର ସତ । ପୁରୁଣା ପୋଷାକ ପିନ୍ଧି ପରୀକ୍ଷାକେନ୍ଦ୍ରକୁ ଆସିଲେ ଛାତ୍ରୀ । ପଚାରିବାରୁ କହିଲେ, ମିଳିନଥିବାରୁ ନବମରେ ପିନ୍ଧିଛୁ ନବମରେ ମିଳିଥିବା ୟୁନିଫର୍ମ । ପ୍ରଧାନଶିକ୍ଷକ କହିଲେ, ଭେଣ୍ଡର ଦେଇନି । ଉଠିଲା ପ୍ରଶ୍ନ, କେମିତି ଶତ ପ୍ରତିଶତ ରିପୋର୍ଟ ଦେଲେ ଶିକ୍ଷାଧିକାରୀ ।

ମାଟ୍ରିକ ପରୀକ୍ଷା ଖୋଲିଦେଲା ସ୍କୁଲ ପୋଷାକ ବଣ୍ଟାର ସତ । ପୁରୁଣା ପୋଷାକ ପିନ୍ଧି ପରୀକ୍ଷାକେନ୍ଦ୍ରକୁ ଆସିଲେ ଛାତ୍ରୀ । ପଚାରିବାରୁ କହିଲେ, ମିଳିନଥିବାରୁ ନବମରେ ପିନ୍ଧିଛୁ ନବମରେ ମିଳିଥିବା ୟୁନିଫର୍ମ । ପ୍ରଧାନଶିକ୍ଷକ କହିଲେ, ଭେଣ୍ଡର ଦେଇନି । ଉଠିଲା ପ୍ରଶ୍ନ, କେମିତି ଶତ ପ୍ରତିଶତ ରିପୋର୍ଟ ଦେଲେ ଶିକ୍ଷାଧିକାରୀ ।

No Dress

କନକ ବ୍ୟୁରୋ: ଶିକ୍ଷା ବର୍ଷ ସରିବାକୁ ବସିଥିବା ବେଳେ ଅଧିକାଂଶ ସ୍କୁଲ୍ ରେ ଛାତ୍ର ଛାତ୍ରୀ ୟୁନିଫର୍ମ ପାଇ ନ ଥିବା ଖବର ପ୍ରସାରଣ ପରେ ଆକ୍ସନ ମୁଡ୍ କୁ ଆସିଥିଲା ଗଣଶିକ୍ଷା ବିଭାଗ । ଦୃତ ଗତିରେ ବଣ୍ଟା ହେଲା ୟୁନିଫର୍ମ । ସବୁ ପିଲାଙ୍କୁ ୟୁନିଫର୍ମ ମିଳିଯାଇଛି ବୋଲି ବାହାସ୍ପୋଟ ମାରିଲେ ଅଧିକାରୀ, ମନ୍ତ୍ରୀ । ହେଲେ ମିଛ ର ମୁଖ। ଖୋଲିଲା ମାଟ୍ରିକ ପରୀକ୍ଷା । ଏଯାଏଁ ପୋଷାକ ମିଳିନଥିବାରୁ ନବମରେ ମିଳିଥିବା ୟୁନିଫର୍ମ ପିନ୍ଧି ପରୀକ୍ଷା ଦେବାକୁ ଆସିଛନ୍ତି ଛାତ୍ରଛାତ୍ରୀ ।   

ଏହା ବି ପଢ଼ନ୍ତୁ: ଓଡ଼ିଶା ବଜେଟ୍ : ମାଗିଥିଲେ କ’ଣ, ମିଳିଲା କ’ଣ ?

ପୋଷାକ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବାଲେଶ୍ବରର  ଦଶମ ଶ୍ରେଣୀ ଛାତ୍ରୀ । ପୋଷାକ ମଳିନଥିବାରୁ ବାଧ୍ୟ ହୋଇ ପୁରୁଣା ୟୁନିଫର୍ମ ପିନ୍ଧି ଆସିଛନ୍ତି । ଏ ସଂକ୍ରାନ୍ତରେ DEOଙ୍କୁ ଫୋନ ରେ ପଚାରିବାରୁ ସବୁ ପିଲାଙ୍କୁ ଡ୍ରେସ୍ ଦିଆ ଯାଇଥିବା କହିଥିଲେ । ଘଟଣା ଜାଣିବାକୁ ଆମେ ଛାତ୍ରୀମାନେ ପଢୁଥିବା ସ୍କୁଲରେ ପହଞ୍ଚିଲୁ । ଭ।ରପ୍ର।ପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଭେଣ୍ଡର ଡ୍ରେସ୍ ଏଯାଏଁ ଦେଇ ନ ଥିବା କହିଥିଲେ । ଆସିଗଲେ ଦେଇଦେବି ବୋଲି କହିଥିଲେ । 
 
ମାଟ୍ରିକର ଦୁଇଟି ପରୀକ୍ଷା ତ ସରି ଗଲାଣି । ଏବେ ନୂଆ ୟୁନିଫର୍ମ ପିଲାଙ୍କର କଣ ବା ହେବ ସେ ନେଇ ପ୍ରଶ୍ନ ଉଠୁଛି ।  ଯଦି ଡ୍ରେସ୍ ଆସିନାହିଁ, ପିଲା ପାଇ ନାହାନ୍ତି, ଶତ ପ୍ରତିଶତ ରିପୋର୍ଟ ଗଲା କେମିତି ? ବ୍ଲକ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କାହିଁକି ଉତ୍ତରଦାୟୀ କରାଯିବ ନାହିଁ ? ଖାଲି ଏଇ ସ୍କୁଲ ନା ଅନ୍ୟ ସ୍କୁଲରେ ବି କେବଳ କାଗଜ କଲମରେ ଦିଆଯାଇଛି ଡ୍ରେସ୍ ଦିଆଯାଇଛି ?   


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe