କନକ ବ୍ୟୁରୋ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆସିବା ପରେ ଅନେକ ଆଲୋଚନା ହେଉଛି । ଚଳିତ ବଜେଟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାକୁ ବିଶ୍ବବିଦ୍ୟାଳୟ ଭେଟି ଦେଇଛନ୍ତି ସରକାର । ମେଡିକାଲ କଲେଜ ଦାବି ରଖିଥିବା ଜଗତସିଂହପୁର ଜିଲ୍ଲାକୁ ବିଶ୍ବବିଦ୍ୟାଳୟ ମିଳିଥିବାରୁ ଅଞ୍ଚଳବାସୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କେତେକ ଜିଲ୍ଲାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି।
ସେପଟେ କଟକ ଶୈଳବାଳା କଲେଜର ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସହ ଗେଟରେ ତାଲା ପକାଇ ସ୍ପଷ୍ଟ ଭାବେ ପଚାରିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ କାହିଁକି ମିଳିଲାନି ବିଶ୍ବବିଦ୍ୟାଳୟ ମାନ୍ୟତା ? ମୟୂରଭଞ୍ଜକୁ ବିଭିନ୍ନ ପ୍ରକଳ୍ପ ମିଳିଥିଲେ ମଧ୍ୟ ବହୁ ଦାବି ପୂରଣ ହୋଇନଥିବାରୁ ଖୁସି ନାହାନ୍ତି ଜିଲ୍ଲାବାସୀ ।
ଏହା ବି ପଢ଼ନ୍ତୁ: କାହିଁକି ୪ ଦିନ ଧରି ଗୃହ ଅଚଳ, ୨୪ ପୂର୍ବରୁ ଗୃହ ସ୍ବାଭାବିକ ଚାହୁନି କି ବିଜେଡି ?
ବଜେଟକୁ ନେଇ କିଛି ଜିଲ୍ଲା ନିରାଶ ହୋଇଥିବା ବେଳେ ଅନ୍ୟ କିଛି ଜିଲ୍ଲା ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପକୂଳରୁ ଉପାନ୍ତ ଯାଏଁ କିଛି ନା କିଛି ପ୍ରକଳ୍ପ ଭେଟି ଦେଇଛନ୍ତି ସରକାର । ଉତ୍ତରକୁ ଦକ୍ଷିଣ ସହ ଯୋଡ଼ିବ ଅଟଳ ଏକ୍ସପ୍ରେସ୍ । ମାଲକାନଗିରି ମୋଟୁକୁ ମୟୂରଭଞ୍ଜର ତିରିଙ୍ଗୀ ସହ ଯୋଡ଼ିବ । 'ନମୋ ଏକ୍ସପ୍ରେସ ଯୋଜନା'ରେ ପାରଳାଖେମୁଣ୍ଡିରୁ -ଅମ୍ବାଭୋନାକୁ ସଂଯୋଗ କରାଯିବ । ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ ଏମକେସିଜିକୁ ଏମ୍ସ ପ୍ଲସ୍, ନୂଆପଡ଼ା ଓ ନୟାଗଡ଼ରେ ନୂତନ ହୋମିଓପାଥି କଲେଜ ହେବ । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂ କ୍ୟାପିଟାଲ ହସ୍ପିଟାଲରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ହେବ । ଦକ୍ଷିଣ ଓଡ଼ିଶା ବିକାଶ ଯୋଜନାରେ ୩ ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି । ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ ୫୦୦ କୋଟିର ଅନୁଦାନ । ବଜେଟରେ ଘୋଷଣା ହୋଇଥିବା ପ୍ରକଳ୍ପ କେବଳ କାଗଜକଲମରେ ସୀମିତ ରହିବ ନା ବାସ୍ତବତାର ରୂପ ନେବ ତାହା ବଡ଼ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/budget-2026-2026-02-21-20-09-59.jpg)